ବଲୀଉଡ ର ଏହି ଫ୍ଲପ ଅଭିନେତା ମାନଙ୍କ ଝିଅ ମାନେ ଫିଲ୍ମରେ ହେଉଛନ୍ତି ହିଟ, ଜଣେ ତ ସୁପର ହିଟ

ଯେମିତିକି ଆପଣମାନେ ସମସ୍ତେ ଜାଣିଛନ୍ତି ସିନେମା ଜଗତରରେ ଏବେ ଷ୍ଟାର କିଡ୍ସଙ୍କ ଜମାନା ଚାଲିଛି । ଏବେ ଏବେ ଜାହ୍ନବୀ କପୁର ଏବଂ ସାରା ଅଲି ଖାନ ନିଜର ପ୍ରଥମ ବଲିଉଡ ଚଳଚିତ୍ରରେ ବକ୍ସ ଅଫିସରେ କମାଲ ଦେଖେଇଛନ୍ତି । ଏହି ୨ ଜଣ ସୁନ୍ଦର ହେବା ସହ ସେମାନଙ୍କର ଅଭିନୟ ଚମତ୍କାର ଅଟେ । ଏମାନଙ୍କର ଚମତ୍କାର ଅଭିନୟ କାରଣରୁ ଏହି ଚଳଚିତ୍ର ଗୁଡିକ ସୁପେରହିଟ ହେଇଛି ।

ଏବେ ଯେହେତୁ ଏହି ଷ୍ଟାର କିଡ୍ସଙ୍କ ସମ୍ବନ୍ଧରେ ଆଲୋଚନା ଚାଲିଛି ତେବେ ଆମେ ଆଜି ଏମିତି କିଛି ଷ୍ଟାର କିଡ୍ସ ଙ୍କ  ବିଷୟରେ କହିବୁ ଯେଉଁମାନେ ସିନେମା ଜଗତରେ ଡେବ୍ୟୁ କରିନଥିଲେ ମଧ୍ୟ ସେମାନଙ୍କର ସୁନ୍ଦରତାର ଚର୍ଚା ଏବେ ଜୋର ଧରିଛି । ଏହାବି ଶୁଣାଯାଉଛି କି ସେମାନେ ଯେକୌଣସି ସମୟରେ ଡେବ୍ୟୁ କରିପାରନ୍ତି । ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା –

ସନା ପଞ୍ଚୋଲି –

ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ସନା ପଞ୍ଚୋଲିଙ୍କର । ସନା ବଲିଉଡ ଅଭିନେତା ଆଦିତ୍ୟ ପଞ୍ଚୋଲିଙ୍କର ଝିଅ ଅଟନ୍ତି । ଆଦିତ୍ୟ ପଞ୍ଚୋଲି ଅନେକ ବଲିଉଡ ଚଳଚିତ୍ରରେ ସହ ଅଭିନେତା ଭାବେ କାମ କରିସାରିଛନ୍ତି । ଆଦିତ୍ଯଙ୍କ ଝିଅ ସନା ବହୁତ ସୁନ୍ଦର ଅଟନ୍ତି । ଏହାବି ମନାଯାଏ ସନା ଖୁବ ଶୀଘ୍ର ନିଜର ବଲିଉଡ ଡେବ୍ୟୁ ଦେଇ ପାରନ୍ତି ।

ସନାୟା କପୁର –

ସନାୟା କପୁର ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଅଟନ୍ତି । ସଞ୍ଜୟ କପୁର ବଲିଉଡ ଅଭିନେତା ଅନିଲ କପୁରଙ୍କ ଭାଇ ଅଟନ୍ତି । ସଞ୍ଜୟ କପୁରଙ୍କ ବଲିଉଡ ଜୀବନ ଏତେ ଭଲ ନଥିଲେ ମଧ୍ୟ ସେ ବଲିଉଡର ଜଣା ଜଣାଶୁଣା କଳାକାର । ସଞ୍ଜୟଙ୍କ ଝିଅ ସନାୟା ଦେଖିବାକୁ ବହୁତ ସୁନ୍ଦର ।

ଦିଶାନୀ ଚକ୍ରବର୍ତୀ –

ଦିଶାନୀ ବଲିଉଡର ପ୍ରସିଦ୍ଧ କଳାକାର ମିଥୁନ ଚକ୍ରବର୍ତୀଙ୍କ ଝିଅ ଅଟନ୍ତି । ଆପଣମାନେ ଜାଣି ନଥିବେ ଦିଶାନୀଙ୍କୁ ମିଥୁନ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଥିଲେ । ଦିଶାନୀ ନିଜର ସୁନ୍ଦରତା ପାଇଁ ଖୁବ ଚର୍ଚିତ ।

ଅନନ୍ୟା ପାଣ୍ଡେ –

ବଲିଉଡର ପ୍ରସିଦ୍ଧ କଳାକାର ଚଙ୍କି ପାଣ୍ଡେଙ୍କ ଝିଅ ହେଉଛନ୍ତି ଅନନ୍ୟା । ଅନନ୍ୟା ବହୁତ ସୁନ୍ଦର ହେବା ସହ ତାଙ୍କର ପୋଷାକ ପରିଧାନର ଶୈଳୀକୁ ନେଇ ସେ ବେସ ଚର୍ଚିତ । ଅନନ୍ୟା “ଷ୍ଟୁଡେଣ୍ଟ ଅଫ ଦ ଇୟର ୨” ରେ ଡେବ୍ୟୁ କରିଛନ୍ତି ଓ ଲୋକେ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି  ।

Leave a Reply

Your email address will not be published. Required fields are marked *