ଚା ବନେଇବା ପରେ ଫିଙ୍ଗନ୍ତୁନୀ ଚା’ପତି, ଏହାର ଏତେ ଲାଭ ଅଛି ଯାହା ଆପଣ ଜାଣି ନାହାନ୍ତି- ଥରେ ଜାଣିଲେ କେବେବି ଫିଙ୍ଗିବେନି

ଭାରତ ବର୍ଷରେ ଗହରେ ଗହରେ ଚା’ ସମସ୍ତଙ୍କର ପସନ୍ଦ , ସକାଳେ ଓ ସନ୍ଧ୍ୟାରେ ଚା’ ନ ପିଇଲେ ଲୋକ ଯେମିତି ପାଗଳ ହୋଇଯାନ୍ତି । ବହୁତ ଲୋକ କଫି ବି ପସନ୍ଦ ଆକ୍ରାନ୍ତି କିନ୍ତୁ କଫି ଅପେକ୍ଷା ଚା’ ପିଇବା ଲୋକ ଅଧିକା । ଚା ଆମ ସମସ୍ତଙ୍କ ଘରେ ବ୍ୟବହାର ହୋଇ ଥାଏ, ଚା ତିଆରି ପରେ ଚା’ପତି କୁ ଫିଙ୍ଗି ଦିଅନ୍ତି, କିନ୍ତୁ ଏହି ଚା’ପତି ଉପଯୋଗ ହୋଇ ପାରିବ ବୋଲି ଆପଣ ଜାଣି ନାହାନ୍ତି । ଚା ପରେ ବଳିଥିବା ଚା’ପତି ଆପଣ ଧୋଇକି ନ୍ୟାଚୁରାଲ କଣ୍ଡିଶ୍ନର ଭଳି ଉପଯୋଗ କରି ପାରିବେ, ଏହା ପାଇଁ ଚା’ପତି କୁ ଧୋଇକି ଆଉ ଥରେ ଫୁଟେଇ ଦିଅନ୍ତୁ । ଏହା ପରେ ସେହି ପାଣି ରେ ନିଜ ଚୁଟି ଧୁଅନ୍ତୁ, ଏମିତି ସବୁଦିନ କଲେ ଆପଣଙ୍କ ଚୁଟି ବହୁତ ଭଲ ଦେଖା ଯିବ ।

Image Courtesy: Google

ଏହା ଛଡା ଏହା ବହୁତ ଭଲ ଖତ ପରି ବ୍ୟବହାର ହୋଇଥାଏ । ଚା ପରେ ବଳି ଥିବା ଚା’ପତି କୁ ଆଲିଆରେ ରେ ନପକାଇ ନିଜ ଫୁଲ କୁଣ୍ଡ ରେ ପକାନ୍ତୁ ଦେଖିବେ ଗଛ ସବୁ ବେଳେ ସବୁଜ ସୁନ୍ଦର ହୋଇଥାଏ ।ଏହା ଛଡା ଏହାକୁ ଆପଣ ନିଜ ଘର କାଠ ଜିନିଷକୁ ସଫା ଓ ସୁନ୍ଦର ରଖିବା ରେ କରି ପାରନ୍ତି, ଏହା ପାଇଁ ଆପଣଙ୍କୁ ବଳିଥିବା ଚା’ପତି କୁ ଫୁଟାଇ କାଠ ଉପରେ ଘଷିବାର ଅଛି ଏମିତି କଲେ ଆପଣଙ୍କ କାଠ ଜିନିଷ ଚିକ ଚିକ କରିବ ।

Image Courtesy: Google

ମାତ୍ର ଏତିକି ନୁହେଁ ଏହି ଚା’ପତି ଆଘାତ ଲାଗିଲେ ବି ଉପଯୋଗୀ ହୋଇଥାଏ, ଯଦି ଘା ଜାଗା କୁ ଆପଣ ଚା’ପତି ପାଣି ରେ ଧୋଇବେ ତାହେଲେ ଆପଣଙ୍କ ଘା ଜଲ୍ଦି ଠିକ ହେବ । ଏହା ଛଡା ଯଦି ଆପଣ ଚା’ପତି  ଦ୍ଵାରା ତେଲ ବା ଘିଅ ଡବା ଧୋଇବେ ସେଥିରୁ ଦୁର୍ଗନ୍ଧ ହୁଏ ନାହିଁ ।

Image Courtesy: Google

ଚା’ ପତି ଭଳି ଆହୁରି ଅନେକ ଖାଦ୍ୟ ଜିନିଷ ଅଛି ଯାହା ଆମର ଅନେକ କାମରେ ଲାଗେ । ଏହିଭଳି ଅନେକ ଟିପ୍ସ ପାଇଁ ଆମ ସହ ଯୋଡି ହୁଅନ୍ତୁ । ଆମର ଏହି ଲେଖା ପସନ୍ଦ ଆସିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *