ଗର୍ଭବତୀ ମହିଳାମାନେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ, ନଚେତ ଶିଶୁ ପାଇଁ ହୋଇପାରେ ଏହି ଅସୁବିଧା

ଗର୍ଭବତୀ ମହିଳାଙ୍କୁ କେବେ ବି ଚିନ୍ତା କରିବା ଉଚିତ ନୁହଁ  କାହିଁକିନା ଏହାର ପ୍ରଭାବ ସନ୍ତାନ ଉପରେ ପଡିଥାଏ । ପ୍ରାୟତଃ ଦେଖାଇ ଯାଇଛି ଯେ ଗର୍ଭାବସ୍ତା ରେ ମହିଳା ଡିପ୍ରେସନରେ ରୁହନ୍ତି ଓ ଏହା ତାଙ୍କ ସନ୍ତାନ ପାଇଁ ଘାତକ ଅଟେ, କେତେ ଥର ଏହି କାରଣ ରୁ ସନ୍ତାନ ମରୁ ମରୁ ବଞ୍ଚିଛି । ଗୋଟେ ନୂଆ ଅଧ୍ୟୟନ ଅନୁଯାଇ ଗର୍ଭବତୀ ମହିଳା ଅଧିକ ଚିନ୍ତା କଲେ ତାଙ୍କ ସନ୍ତାନ ସ୍ୱାସ୍ଥ୍ୟ ଉପରେ ଘାତକ ଦୁଷ୍ପରିଣାମ ପଡିଥାଏ ।

ଆସନ୍ତୁ ଜାଣିବା ଏହି ଅଧ୍ୟୟନ ରେ କଣ କୁହା ଯାଇଛି ଏହି ବିଷୟ ରେ ।

ଅମେରିକା ର ନ୍ୟାସନାଲ ଏକେଡମୀ ଅଫ ସାଇନ୍ସ ଅଧ୍ୟୟନ ଅନୁଯାଇ କହିଛନ୍ତି କି ଯେଉଁ ମାଁ ଗର୍ଭାବସ୍ତା ରେ ଡିପ୍ରେସନ ରେ ରହିଥାନ୍ତି ତାଙ୍କ ସନ୍ତାନ ଅସୁସ୍ଥ ଜନ୍ମ ହବାର ସମ୍ଭାବନା ରହିଥାଏ । ଏହି ଅଧ୍ୟୟନ ଅନୁଯାଇ ଯଦି ଗର୍ଭବତୀ ମହିଳା ଶାରୀରିକ ରୂପେ ବା ମାନସିକ ରୂପ ରେ କଷ୍ଟ ପାଉଛନ୍ତି ତାହେଲେ ଏହା ତାଙ୍କ ସନ୍ତାନ ପାଇଁ ଆଦୌ ଉଚିତ ନୁହେଁ ଏହା ସନ୍ତାନ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଯଦି ଗର୍ଭବତୀ ମହିଳାଙ୍କ ବ୍ଲଡ ପ୍ରେସର ଅଧିକ ଥାଏ ତାହେଲେ ବି ସନ୍ତାନ ଉପରେ ବିପଦ ଆସି ପାରେ, ସନ୍ତାନ ଜୀବନ ବି ଯାଇ ପାରେ ବା ଅସୁସ୍ଥ ବି ଜନ୍ମ ହୋଇପାରେ । ଡିପ୍ରେସନ ସହ ଗର୍ଭବତୀ ମହିଳାଙ୍କୁ ସିଗ୍ରେଟ ସହ ବି ଦୂରତା ରଖିବା ଉଚିତ ଅଟେ, ଫ୍ରଂଟିୟର୍ସ ଜେନେଟିକ୍ସ ଜର୍ନଲ ରେ ହୋଇଥିବା ଗୋଟେ ଅଧ୍ୟୟନ ରେ ଜଣାପଡିଛି କି ଗର୍ଭବତୀ ମହିଳା ସିଗ୍ରେଟ ପିଇଲେ ସନ୍ତାନକୁ ଆସଥ୍ମା ହୋଇପାରେ, ସନ୍ତାନର ବିକାଶ ରେ ବାଧା ହୋଇପାରେ ।

ତେବେ ଯଦି ଆପଣ ବା ଆପଣଙ୍କ ଆଖ ପାଖରେ କେହି ଗର୍ଭବତୀ ନାରୀ ଅଛନ୍ତି ସେମାନଙ୍କୁ ଏହି ଖବର ନିଶ୍ଚୟ ପଢିବାକୁ କୁହନ୍ତୁ । ଡିପ୍ରେସନ ରେ ଥିଲେ ବା କୌଣସି ଖରାପ ଅଭ୍ୟାସ ଥିଲୋ ଏହାକୁ ତୁରନ୍ତ ଛାଡନ୍ତୁ ।

ଆଶା କରୁଛୁ ଆମର ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ସବୁ ଆପଣଙ୍କ କାମରେ ଆସୁଥିବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଛି ତେବେ ଶେୟାର କରନ୍ତୁ ଅନ୍ୟମାନଙ୍କ ସହ ଓ ସଚେତନତା ବଢାନ୍ତୁ ।

Leave a Reply

Your email address will not be published. Required fields are marked *