ନମସ୍କାର ବନ୍ଧୁଗଣ । ଧୃବାନନ୍ଦ ଦାସ ଯିଏ କି ବର୍ତ୍ତମାନ କ୍ୟାନ୍ସରରେ ପୀ-ଡି-ତ ହୋଇଛନ୍ତି । ତାଙ୍କର ଆୟୁ ମାତ୍ର ଅଳ୍ପ ଦିନ ପାଇଁ ରହିଛି । ସେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିବା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କୁ ନେଇ ଗୀତ ଗାଇଛନ୍ତି ଯାହା ତାଙ୍କର ଶେଷ ଇଚ୍ଛା ରହିଥିଲା । ସେ କହିଛନ୍ତି କିଛି ଦିନ ପୂର୍ବଏ ତାଙ୍କର ଦେହ ଅସୁସ୍ଥ ହୋଇଥିବାରୁ ତାଙ୍କୁ କଟକ ବଡ ମେଡିକାଲ ନିଆ ଯାଇଥିଲା ।
ଏହା ପରେ ସବୁ ପରୀକ୍ଷା ନିରୀକ୍ଷା କରିବା ପରେ ଜଣା ପଡିଥିଲା ତାଙ୍କୁ ବ୍ଲଡ଼ କ୍ୟାନ୍ସର ଭଳି ମା-ରା-ତ୍ମ-କ ରୋଗ ହୋଇଛି । ସେ ତାଙ୍କ ଗାଁ ରେ ଡ୍ରାମା ଯାତ୍ରାରେ ଗୀତ ଗାଉଥିଲେ । ସେ “ଗଡେଇ ନେବୁ ମୋ ସଂସାର ରଥ” ଗୀତ ପ୍ରଭୁ ଜଗନ୍ନାଥଙ୍କୁ ଆଧାର କରି ଗାଇଛନ୍ତି । ଏହି ଗୀତ ମାଧ୍ୟମରେ ସେ ଏ ଦୁନିଆରୁ ବିଦାୟ ନେବା ପରେ ପ୍ରଭୁ ଜଗନ୍ନାଥ ଯେମିତି ତାଙ୍କ ପରିବାରକୁ ସହାୟ ହୁଅନ୍ତୁ ସେହି ବିଷୟରେ ଏ ଗୀତର ସାରକଥା ରହିଛି ଯାହାକୁ ଅତି ସୁନ୍ଦର କଣ୍ଠରେ ଧୃବାନନ୍ଦ ଗାଇଛନ୍ତି ।
ଆଚାର୍ଯ୍ୟ ବିହାର ସଂଗଠନର ପିଲା ମାନେ ତାଙ୍କୁ ଗୀତ ଗାଇବା ପାଇଁ ସାହଜ୍ୟ କରିଛନ୍ତି ବୋଲି ଧୃବାନନ୍ଦ ନିଜ ରାଏ ରେ କହିଛନ୍ତି । ସେହି ସଂଗଠନର ପିଲା ମାନେ ତାଙ୍କ ମ୍ୟାଡମଙ୍କୁ ଏ ବିଷୟରେ ଜଣାଇବାରୁ ତାଙ୍କ ମ୍ୟାଡମଙ୍କ ସହଯୋଗରେ ସେ ଆଜି ଷ୍ଟୂଡିଓରେ ଗୀତ ଗାଇବାରେ ସଫଳ ହୋଇ ପାରିଛନ୍ତି ।
ସେହି ସଂଗଠନର ମ୍ୟାଡମ କହିଛନ୍ତି ଯେ ଧୃବାନନ୍ଦ ଯେଉଁ ଗୀତ ଗାଇଛନ୍ତି “ହାରିଲି କେତେ ମୁଁ ଜିତିଲି କେତେ ସବୁରି ହିସାବ ଅଛି ତୋ ପାଖେ ଶେଷ ଅନୁରୋଧ ରଖିବୁ ମୋର କାଳିଆ ମୋ ଘର ସଂସାର କାଳିଆ ତତେ ଲାଗିଲା” ଯାହା ଅତ୍ୟନ୍ତ ଭାବପୂର୍ଣ୍ଣ ଭରା ଗୀତ ଅଟେ ।
ଏହି ଗୀତର ମର୍ମ ହେଉଛି ଯୁବପିଢୀ ଯେଉଁ ମାନେ ନିଜ ଜୀବନରେ ଆଶାବାଦି ହୋଇ ଆଗକୁ ବଢିବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କ ପାଇଁ ଏ ଗୀତ ଟି ଯର୍ଥାଥ ରହିଛି । ଏହା ଛଡା ସଂଗଠନର ମ୍ୟାଡମ କହିଛନ୍ତି ଯେ ଧୃବାନନ୍ଦ ଆଉ କେତେ ଦିନ ବଞ୍ଚିବେ ତାହା କଥା ନୁହେ ବରଂ ସେ ଦୀର୍ଘାୟୁ ହୁଅନ୍ତୁ ସେଥିପାଇଁ ତାଙ୍କର ପୁରା ଟିମ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବେ । ଏହା ଛଡା ଧୃବାନନ୍ଦ ଆଗକୁ ଏମିତି ସୁନ୍ଦର ଗୀତ ଗାଆନ୍ତୁ ବୋଲି ମ୍ୟାଡମ ନିଜର ରାଏ ରେ କହିଛନ୍ତି ।
ଏହି ଗୀତାକୁ ଲେଖିଛନ୍ତି ରବି କୁମାର । ଏହି ଗୀତାକୁ ଶୁଣିବ ପରେ ସମସ୍ତଙ୍କ ଆଖିରେ ଲୁହ ଆସିଯିବ କାରଣ ଏହି ଗୀତଟି ଧୃବାନନ୍ଦଙ୍କ ପରିବାରର କାହାଣୀକୁ ନେଇ ଆଧାରିତ କରା ଯାଇଛି । ତେବେ ଆଶା କରୁଛୁ ଏ ଗୀତ ଟି ବହୁଳ ମାତ୍ରାରେ ପ୍ରଚାର ହେବା ସହ ସଫଳ ମଧ୍ୟ ହେବ ।
ବନ୍ଧୁଗଣ ଆଶା କରୁଛୁ ଧୃବାନନ୍ଦ ଦାସ ବହୁତ ଜଲ୍ଦି ଆରୋଗ୍ଯ ହୋଇ ଯାଆନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।