ଭଗବାନ କୃଷ୍ଣ କାହିଁକି ଧରିଥିଲେ ଗଧ ପାଦ? 90 % ଲୋକେ ଜାଣି ନାହାନ୍ତି ଏହାର କାରଣ

ମହାଭାରତର ଗୋଟିଏ ରହସ୍ୟମୟ କଥା ଯାହା ଆଜି ଲୋକପ୍ରିୟ ହୋଇ ପାରିଛି । ମହାଭାରତରେ ଭଗବାନ ଗଧ ପଦ ଧରିଥିଲେ । ଯିଏ କ୍ଷଣିକରେ ସବୁ କରିବା ସହ ଅସମ୍ଭବକୁ ସମ୍ଭବ କରିଥାନ୍ତି ସେହି ପରମ ପୁରୁଷ ଲୀଳାମୟ ଶ୍ରୀକୃଷ୍ଣ ଦିନେ ଗଧ ପାଦ ଧରିଥିଲେ । ମହାଭାରତର କଥା ମହାରାଜା ଯୁଧିଷ୍ଠିର ଥରେ ରାଜସ୍ଵ ଯଜ୍ଞର ଆୟୋଜନ କରିଥିଲେ । ଏହି ଯଜ୍ଞରେ ହାରାହାରି ୧ଲକ୍ଷ ରାଜାଙ୍କୁ ଆମନ୍ତ୍ରଣ କରିବାର ବ୍ୟବସ୍ଥା ଥିଲା । କିନ୍ତୁ ଭଗବାନ ଙ୍କୁ ଜ୍ଞାତ ହେଲା ଯେ ଜରାସନ୍ଧ ନାମକ ଏକ ରାକ୍ଷସ ଟା ରାଜ୍ୟରେ ଏକ ଲକ୍ଷରୁ ଦୁଇ ଜଣ କମ ରାଜାଙ୍କୁ ବାନ୍ଧି ରଖିଛି ଓ ସେ ମଧ୍ୟ ଗୋଟିଏ ଯଜ୍ଞ କରୁଛି ।

ଯେଉଁଥିରେ ରାଜା ମାନଙ୍କୁ ବଳି ଦିଆଯିବ । ଏ କ୍ଷେତ୍ରରେ ଭଗବାନଙ୍କର ଆଭିମୁଖ୍ଯ ଥିଲା ସେ ପାପୀଚାରୀ ଜରାସନ୍ଧକୁ ବଦ୍ଧ କରିବା ସହ ରାଜସ୍ଵ ଯଜ୍ଞରେ ସମସ୍ତ ରାଜାଙ୍କୁ ଉପସ୍ଥିତ କରାଇବେ । ତେଣୁ ଭଗବାନ କୃଷ୍ଣ ଛଦ୍ମ ବେଶରେ ଭୀମ, ଅର୍ଜନଙ୍କୁ ସାଥିରେ ନେଇ ଜରାସନ୍ଧ ରାଜ୍ୟକୁ ଯାଇଥିଲେ । ସେଠାରେ ଯାଇ ଭଗବାନ ଦେଖିଲେ ୪ଟି ଦ୍ଵାର ଅତିକ୍ରମ କରିବାକୁ ପଡିବ ।

ପ୍ରଥମ ଦ୍ଵାରରେ ଜରାସନ୍ଧ ନିଜ ପୁଅ ସହଦେବକୁ ଯିଏ କି ବହୁତ ଜ୍ଞାନୀ ତାକୁ ମୁତାୟନ କରିଥିଲା । ଦିତୀୟ ଦ୍ଵାରରେ ଶିମିଳି ଗଛ ରହିଛି । ତୃତୀୟ ଦ୍ଵାରରେ ଭେରୀ ଜଗିଥିଲା । ଚତୁର୍ଥ ଦ୍ଵାରରେ ଗଧ ଜଗିଛି । ପ୍ରଥମ ଦ୍ଵାରକୁ ଅତିକ୍ରମ କରିବା ପାଇଁ ଭଗବାନ କୃଷ୍ଣ ସୁମଧୁର ସ୍ଵରରେ ବେଦ ପାଠ କରିଥିଲେ । ଏହି ବେଦ ଶୁଣି ସହଦେବ ଅତ୍ୟନ୍ତ ପ୍ରୀତ ହୋଇ ପ୍ରଥମ ଦ୍ଵାରା ଛାଡି ଦେଲେ ।

ଦିତୀୟ ଦ୍ଵାରରେ ଜେତବେଳେ ଶତ୍ରୁ ଆସିବ ସେହି ସମୟରେ ଥୁଣ୍ଟା ଶିମିଳି ଗଛ ପୁଷ୍ପ ପୂର୍ଣ୍ଣ ହୋଇଯିବ । ଏହି ସମୟରେ ଜରାସନ୍ଧ ଜାଣି ପାରିବ ତା ରାଜ୍ୟକୁ କେହି ଶତ୍ରୁ ଆସିଲେ । ଯେତେବେଳେ ଭଗବାନ କୃଷ୍ଣ, ଭୀମ ଓ ଅର୍ଜନ ଯାଇଛନ୍ତି ସେହି ସମୟରେ ଶିମିଳି ବୃକ୍ଷର ପୁଷ୍ପ ପୂର୍ଣ୍ଣ ହେବା କ୍ଷଣି ଅର୍ଜୁନ ହଠାତ ପବନ ଅସ୍ତ୍ର ପ୍ରୟୋଗ କରି ସେଗୁଡିକ ଉଡାଇ ଦେଇଛନ୍ତି ।

ଯାହାର ସୁବାସ ଜରାସନ୍ଧ ନିକଟକୁ ଯାଇପାରି ନ ଥିଲା । ତୃରୀୟ ଦ୍ଵାରରେ ଜଗିଥିଲା ଭେରୀ ଯାହା ଏକ ବାଦ୍ୟଯନ୍ତ୍ର ଏବଂ ଏହା ବାଜିବା ଆରମ୍ଭ କରିଲେ ଭଗବାନ କୃଷ୍ଣ ତାଙ୍କର ଶଙ୍ଖକୁ ଭେରୀ ମୁହଁରେ ଭର୍ତ୍ତି କରିଥିଲେ । ଯାହା ଫଳରେ ଭେରୀ ଶବ୍ଦ ନ ହୋଇ ଶଙ୍ଖ ଶବ୍ଦ ହେଲା । ଯାହାର ଶବ୍ଦ ଜରାସନ୍ଧ ଶୁଣିଲେ ମଧ୍ୟ ଶତ୍ରୁ ଅନୁଭବ କରିଲେ ନାହି ।

ଚତୁର୍ଥ ଦ୍ଵାରରେ ଜଗିଥିଲା ଗଧ ଯିଏ ଶତ୍ରୁ ଦେଖିଲେ ଗର୍ଜନ କରିବା ସହ ତାର ଦୁଇଟି ଗୋଡକୁ ଉପରକୁ ଟେକିବ ଜୋରରେ ଯାହା ଦ୍ଵାରା ଜରାସନ୍ଧ ଜାଣି ପାରିବ କେହି ଶତ୍ରୁ ଆସୁଛି । ଯେତେବେଳେ ଭଗବାନ କୃଷ୍ଣ ଗଧ ପାଖରେ ପହଞ୍ଚିଥିଲେ ଗଧ ଶବ୍ଦ କରିବା ସହ ଗୋଡ ଉପରକୁ କରିବା କ୍ଷଣି କୃଷ୍ଣ ତାଙ୍କର ପଞ୍ଚଜନ୍ୟ ଶଙ୍ଖକୁ ବାମ ହାତରେ ଧରି ଗଧ ପାଟିରେ ଭର୍ତ୍ତି କରିବା ସହ ତାର ଡାହାଣ ଗୋଡକୁ ହାତରେ ଧରିଥିଲେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *