ସାବିତ୍ରୀ ବ୍ରତରେ ପୂଜା କରିଲେ ଏହି ଗଛ, ବଢିଥାଏ ସ୍ଵାମୀଙ୍କ ଆୟୁଷ 120 ବର୍ଷ!

ହିନ୍ଦୁ ଧର୍ମରେ ଏକ ବିଶିଷ୍ଟ ପର୍ବ ହେଉଛି ସାବିତ୍ରୀ ବ୍ରତ ଯାହାର ବିଶେଷ ମହତ୍ଵ ରହିଛି । ଚଳିତ ବର୍ଷ ମେ ୩୦ ତାରିଖରେ ଓଡିଶାରେ ସାବିତ୍ରୀ ବ୍ରତ ପାଳନ ହେବାକୁ ଯାଉଛି । ଏହି ବ୍ରତରେ ଓଡିଆ ଘରର ସଧବା ବୋହୁ ମାନେ ସେମାନଙ୍କର ସ୍ବାମୀଙ୍କ ଶୁଭ ମନାସି ଦୀର୍ଘ ଆୟୁଷ କାମନା କରି ବ୍ରତ କରିଥାନ୍ତି । ସବୁ ସ୍ତ୍ରୀଙ୍କ ଇଚ୍ଛା ଥାଏ ମା ସାବିତ୍ରୀଙ୍କ ଭଳି ସଧବା ହୋଇ ରହିବାକୁ । ସେଥିପାଇଁ ଏହି ବ୍ରତକୁ ଖୁବ ନିଷ୍ଠାର ସହ ପାଳନ କରାଯାଏ । ଯଦି ଆପଣ ସାବିତ୍ରୀ ବ୍ରତ ଦିନ ବର ଗଛକୁ ପୂଜା କରିବେ ତେବେ ଆପଣଙ୍କ ସ୍ବାମୀଙ୍କର ଉପକାର ହେବ ।

ଏହା ସହ ସ୍ବାମୀଙ୍କ ଦୀର୍ଘ ଆୟୁଷ ହୋଇଥାଏ । ଏହି ଅମାବାସ୍ୟାରେ ବର ଗଛକୁ ପୂଜା କରିବାର ମହତ୍ଵ କିଛି ଅଲଗା ରହିଥାଏ । ଏହି ଗଛର ମୂଳକୁ ସାବିତ୍ରୀ ଦେବୀଙ୍କର ରୂପ ବୋଲି ହିନ୍ଦୁ ଧର୍ମରେ ମାନ୍ୟତା ରହିଛି । ପୁରାଣ ଶାସ୍ତ୍ର ଅନୁଯାୟୀ ବ୍ରମ୍ହା, ବିଶୁଣୁ ଓ ମହେଶ୍ଵର ଏହି ଗଛରେ ବାସ କରିଥାନ୍ତି । ତେଣୁ ଏହି ଗଛକୁ ପୂଜା କରିବା ଦ୍ଵାରା ସବୁ ଇଚ୍ଛା ପୂରଣ ହୁଏ ବୋଲି ବିଶ୍ଵାସ ରହିଛି ।

ବର ଗଛ ମୂଳରେ ବ୍ରମ୍ହା, ଗଣ୍ଡିରେ ବିଶୁଣୁ ଓ ଶାଖା ଓ ପତ୍ରରେ ଭଗବାନ ଶିବ ବିଦ୍ୟମାନ କରିଥାନ୍ତି । ଏହା ବ୍ଯତୀତ ବର ଗଛ ଗ୍ରହ ମାନଙ୍କର ବାସ ସ୍ଥଳୀ ହୋଇଥିବାରୁ ଗ୍ରହ ଦଶାରେ ଖଣ୍ଡନ କରିବାରେ ଏହି ଗଛ ପ୍ରମୁଖ ଭୂମିକା ରହିଥାଏ । ସାବିତ୍ରୀ ଅମାବାସ୍ୟା ଦିନ ବାଉଁଶ ନିର୍ମିତ ଝୁଡି ରେ ଧାନ, ଗହମ, ରାଶି, ଶ୍ୟାମ ଓ ବ୍ରତ ରେ ବ୍ୟବହାର ଏକ ପ୍ରକାରର ଚାଉଳ ଭାରି ସେଥିରେ ଭଗବାନ ବ୍ରମ୍ହା ଓ ମା ସାବିତ୍ରୀ ଙ୍କ ମୂର୍ତ୍ତି ଏବଂ ସେହିପରି ଅନ୍ୟ ଏକ ଝୁଡି ରେ ସତ୍ୟବାନ ଓ ମା ସାବିତ୍ରୀ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଏ ।

ଏହା ପରେ ବର ଗଛ ମୂଳରେ ବସି ଭଗବାନ ବ୍ରମ୍ହା, ମା ସାବିତ୍ରୀ ଓ ପରେ ସତ୍ୟବାନ ଙ୍କୁ ଆବାହନ କରାଯାଏ । ସଧବା ମାନଙ୍କର ସାମଗ୍ରୀ ଯଥା କାଜଲ, ଶଙ୍ଖା, ସିନ୍ଦୁର, ଅଳତା, ମେହେନ୍ଦି, ଟିକିଲି ଆଦି ଏହି ପୂଜାରେ ବ୍ୟବହାର କରାଯାଏ । ପୂଜା ପରେ ବର ଗଛକୁ ୭ ଥର ପରିକ୍ରମାର କରିବାର ବିଧି ରହିଛି । ଏହି ବ୍ରତ ଆମକୁ ପ୍ରକୃତିର ସମାନ ବୃଖର ସରକ୍ଷଣ କରିବାକୁ ଶିକ୍ଷା ଦେଇଥାଏ ।

ବର ଗଛ ପରିବେଶ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥିବା ବେଳେ ପ୍ରଦ୍ଯୁଶଣ କମ କରିବାରେ ସହାୟକ ହୋଇଥାଏ । ଏହାର ଆୟୁଷ ୧୫୦ ବର୍ଷ ରୁ ଅଧିକ ହୋଇଥାଏ । ଏହାର ମୂଳ ଠାରୁ ନେଇ ପତ୍ର ଯାଏଁ ପ୍ରାୟ ୨୫ ପ୍ରକାରର ଔଷଧ ତିଆରି କାରଜାଏ ।

ପ୍ରତି ମଙ୍ଗଳବାର ଦିନ ବର ଗଛକୁ ପୂଜା କରିଲେ ଦୀର୍ଘାୟୁ ଲାଭ ହୋଇଥାଏ । ଗୁରୁବାରରେ ୧୦୮ ଥର ପରିକ୍ରମା ଓ ବର ଗଛ ଲଗାଇଲେ ବଂଶର ପିତୃ ଦୋଷ କମ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *