ଭଗବାନ ପାଖରେ ଜଳା ଯାଇଥିବା ଦୀପରେ ଫୁଲ ଆସିବାର କାରଣ କଣ ହୋଇଥାଏ ? Ajira Anuchinta

ଆପଣ ମାନେ ସମସ୍ତେ ଏହି କଥା ବେଶ ଭଲ ଭାବରେ ଜାଣିଛନ୍ତି ଯେ ହିନ୍ଦୁ ଶାସ୍ତ୍ର ଅନୁଯାଇ ଭଗବାନଙ୍କୁ ପୂଜା କରିବା ସମୟରେ ଦୀପ ଲଗାଇବା ବହୁତ ଆବଶ୍ୟକ ହୋଇଥାଏ । ତେବେ କଣ ଆପଣ ଜାଣିଛନ୍ତି ଏହାକୁ ଲଗାଇବାର କାରଣ କଣ ଆଉ ଦୀପ ନ ଲଗାଇଲେ କଣ ହୋଇଥାଏ । ତେବେ ଯଦି ଜାଣି ନାହାନ୍ତି ତେବେ ଆମେ ଆପଣଙ୍କୁ ଆଜି ଏହା ବିଷୟରେ ବିସ୍ତାର ସହ କହିବାକୁ ଯାଉଛୁ । ସମସ୍ତେ ନିଜେ ଘରେ ଦୀପ ଲଗାଇ ଏହା ବିଚାର କରନ୍ତି ଯେ ଆମ ପୂଜା ସଫଳ ହବ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଆପଣଙ୍କ ପୂଜା ସ୍ଵୀକାର ହୋଇଛି ନା ନାହିଁ ତାହାର ମଧ୍ୟ ସଂକେତ ଦେଇଥାନ୍ତି ପିତୃ ବା ଭଗବାନ ଆସନ୍ତୁ ଜାଣିବା କେମିତି ।

ଆମେ ସମସ୍ତେ କୌଣସି ପୂଜା ହେଲେ ଆମ ଇଷ୍ଟ ଦେବଙ୍କୁ ପୂଜା କରିଥାଉ ତେବେ ଏହି ଇଷ୍ଟ ଦେବ କିଏ କଣ ଆପଣ ମାନେ ଜାଣିଛନ୍ତି । ଆମେ ଯେଉଁ ଇଷ୍ଟ ଦେବଙ୍କୁ ପୂଜା କରିଥାଉ ସେ ଆଉ କେହି ନୁହଁ ଆମ ପୂର୍ବ ପୁରୁଷ ହୋଇଥାନ୍ତି ଯାହାକୁ ଆମେ ଆମ ମଙ୍ଗଲ ଜୀବନ ପାଇଁ ଆଶୀର୍ବାଦ ମାଗିଥାଉ ଆଉ ସେ ଦିଅନ୍ତି ଭି କିନ୍ତୁ ଯଦି ଆପଣ ପୂଜା କରିବା ସମୟରେ କିଛି ଭୁଲ କରିବେ ବା ତାଙ୍କୁ ସତ୍ୟ ମନରେ ଡାକିବେ ନାହିଁ ତେବେ ଆପଣଙ୍କ ପୂଜା ଯେତେ ବଡ ହେଲେ ମଧ୍ୟ ସ୍ଵୀକାର ହବ ନାହିଁ ଆଉ ଆପଣଙ୍କ ଉପରେ ପିତୃ ଦୋଷ ଲାଗିବ ।

ତେବେ ଯେତେ ପ୍ରକାର ପୂଜା ହେଲେ ଦୀପ ଆଗାଇବା ଅନିବାର୍ଯ ହୋଇଥାଏ ତେବେ କଣ ଆପଣ ଜାଣିଛନ୍ତି ଯେ ପୂଜା କରିବା ସମୟରେ ଯେଉଁ ଦୀପ ଆପଣ ଲଗାଇଥାନ୍ତି ତାହା ଦ୍ଵାରା ଆପଣ ଜାଣି ପାରିବେ ଯେ ଆପଣଙ୍କ ପୂଜା ସ୍ଵୀକାର ହୋଇଛି ବା ନାହିଁ ଯଦି ଆପଣଙ୍କ ଦୀପ ପ୍ରଜ୍ଵଳିତ ହବାର କିଛି ସମୟ ପରେ ଫୁଲ ଆକାର ନେଇଥାଏ ତେବେ ଏହାର ଅର୍ଥ ଆପଣଙ୍କ ପିତୃ ଆପଣଙ୍କ ପୂଜା ଦ୍ଵାରା ପ୍ରସନ୍ନ ଅଛନ୍ତି ଆଉ ଆପଣଙ୍କ ମନସ୍କାମନା ବହୁତ ଶୀଘ୍ର ପୂର୍ଣ ହବ ।

କିନ୍ତୁ ଯଦି ଆପଣଙ୍କ ଦ୍ଵାରା ଲଗା ଯାଇଥିବା ଦୀପ ସାମାନ୍ୟାଟହ ଗୋଟେ ହୋଇ ଜାଲିଳା ଆଉ ଭଲ ଭାବରେ ଜାଲିଳା ନାହିଁ ତେବେ ବୁଝି ଯିବା ଉଚିତ ଯେ ଆପଣଙ୍କ ଦ୍ଵାରା କିଛି ଭୁଲ ହୋଇଛି ଆଉ ଆପଣଙ୍କୁ ଆର ଥର ଅଧିକ ଧ୍ୟାନ ଦବା ଉଚିତ ଅଟେ । ଆମ ସମସ୍ତଙ୍କ ପାଇଁ ପିତୃ ବା ଇଷ୍ଟ ଦେବଙ୍କ ଆଶୀର୍ବାଦ ବହୁତ ଆବଶ୍ୟକ ଅଟେ ସେଥିପାଇଁ ପୂଜା ମନ ଧ୍ୟାନ ଦେଇ କରନ୍ତୁ ଆଉ ପୂଜା କରିବା ସମୟରେ କିଛି ବିଚାର କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *