ଭଗବାନ ଙ୍କୁ ଦର୍ଶନ କରିବା ପାଇଁ ଏହି ବୃଦ୍ଧା କଲେ ଏମତି କାମ, ଯାହା ଜାଣିଲେ ଆପଣଙ୍କର ହୋସ ଉଡିଯିବ

ଆନ୍ଧ୍ରପ୍ରଦେଶ ର ଗୁଂଟୁର ରେ ଏକ ବୃଦ୍ଧା ବ୍ୟକ୍ତି ଭଗବାନଙ୍କ ପାଖରେ ପହଞ୍ଚିବା ପାଇଁ ନିଜକୁ ଜିଅନ୍ତା ମାଟିରେ ପୋତିଦେବାକୁ ଯାଉଥିଲା କିନ୍ତୁ ଠିକ ସମୟରେ ସେଠାରେ ପୁଲିସ ପହଞ୍ଚି ତାଙ୍କର ଜୀବନ ବଞ୍ଚାଇ ଥିଲା । କୁହାଯାଇଛି କି ଏହି ବୃଦ୍ଧା ଜଣକ ନିଜ ବିଲରେ ଗୋଟେ ଗାତ ଖୋଲିଥିଲା ,ଯେଉଁଥିରେ ସେ ନିଜକୁ ସମାଧି ଦେବାକୁ ଚାହୁଁଥିଲେ ।

ଯାହାଦ୍ୱାରା ସେ ଭଗବାନଙ୍କ ଦର୍ଶନ କରିପାରିବ । ସୂଚନା ଅନୁସାରେ ଏହା ମସଲା ଗୁଂଟର ଜିଲ୍ଲା ର ଗନ୍ନାବରମ ଗାଁ ର ଅଟେ ,ଥାତିରେଡି ଲାଚି ରେଡି ନିଜ ବିଲରେ ଏକ ସମାଧି କରିଥିଲେ । ସେ ଏହି ଗାତରେ ସମାଧି ନେଇ ଭଗବାନଙ୍କ ଦେଖା କରିବାକୁ ଚାହୁଁଥିଲା ,କିନ୍ତୁ ଠିକ ସମୟରେ ପୁଲିସ ପହଞ୍ଚି ତାଙ୍କୁ ଏମିତି କରିବା ପାଇଁ ବନ୍ଦ କରିଥିଲେ ।

ପୋଲିସି କହିଛନ୍ତି କଇ ୭୦ବୟସର ରେଡି ନିଜ ସମାଧି ପାଇଁ ୧୦ଫୁଟ ଗଭୀର ଗାତ ଖୋଲି ଥିଲା । ସ୍ଥାନୀୟ ଲୋକମାନେ ତାଙ୍କର ଆତ୍ମହତ୍ୟା କରୁଥିବାର ଦେଖି ତାଙ୍କ ପରିବାରକୁ ହେବାକୁ ଯାଉଥିବା ସମସ୍ୟା କୁ ଚେତାବନୀ ଦେଇଥିଲେ । ସେ ଜିଲ୍ଲା କଲେକ୍ଟର ଙ୍କୁ ଚିଠି ଲେଖି ନିଜକୁ ପୋତିଦେବାର ଅନୁମତି ମାଗିଥିଲେ ଏବଂ ନିଜକୁ ମାରିବା ପାଇଁ ନିସ୍ପତି ନେଇଥିଲେ ,କିନ୍ତୁ ଜିଲ୍ଲା ଅଧିକାରୀ କାର୍ଯ୍ୟଳୟ ପୁଲିସ କୁ ଏହାର ଖବର ଦେଇଥିଲେ ।

ତାପରେ ପୁଲିସ ଠିକ ସମୟରେ ପହଞ୍ଚି ଗଲେ ଏବଂ ତାଙ୍କୁ ଅଟକାଇଲେ । ପୁଲିସ କହିଛନ୍ତି କି ,ରେଡି ସମ୍ପୂର୍ଣ ଭାବରେ ଆଧାତ୍ମ ସହିତ ଯୋଡି ହୋଇ ରହିଛନ୍ତି । ତାଙ୍କ ସ୍ତ୍ରୀର କିଛି ଦିନ ପୂର୍ବରୁ ମୃତ୍ୟୁ ହୋଇଛି । ସେ ଗାଁ ଲୋକମାନଙ୍କୁ କହିଥିଲେ କି ତାଙ୍କ ପୁଅ ଏବଂ ନାତି ଭଲରେ ଜୀବନ କାଟୁଛନ୍ତି ଏବଂ ତାଙ୍କ ପାଖରେ ଜୀବନରେ କରିବା ପାଇଁ କିଛି ବି ରହିଯାଇ ନାହିଁ । ଏଥିପାଇଁ ସେ ଭଗବାନ ଙ୍କ ପାଖରେ ପହଞ୍ଚିବା ପାଇଁ ଚାହୁଁଛନ୍ତି ।

Leave a Reply

Your email address will not be published. Required fields are marked *