ଭଗବାନ ଙ୍କ କାର୍ଯ୍ୟ କରିବା ସମୟରେ ମନରେ ପାପ ଚିନ୍ତା ଆସୁଛି କି ? ଜାଣନ୍ତୁ ଏହାର କାରଣ କଣ ?

ବନ୍ଧୁଗଣ ଅନେକ ସମୟରେ ଭଗବାନଙ୍କ ପୂଜା କରିବା ସମୟରେ ବା ଭଗବାନଙ୍କ ନାମ ନେବା ସମୟରେ ମନରେ କୁ-ବିଚାର ଆସିଥାଏ । ଏମିତି କିଛି ଧାରଣା ଆସିଥାଏ ଯାହା ଖରାପ ହୋଇଥାଏ । ଏପରି ବହୁତ ଲୋକଙ୍କ ସାଥିରେ ଘଟିଥାଏ । ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି କାହାଣୀ । ଏକ କଥା ଅନୁଯାୟୀ ସ୍ଵାମୀ ରାମକୃଷ୍ଣ ଙ୍କୁ ଜଣେ ସାଧକ ପଚାରିଲେ ଯେ ମୁଁ ପ୍ରତି ଦିନ ଭଗବାନଙ୍କ ନାମ ନେଉଛି ।

ଭଜନ କୀର୍ତ୍ତନ ମଧ୍ୟ କରୁଛି ଧ୍ୟାନ କରୁଛି । ତଥାପି ମୋ ମନରେ ଖରାପ ବିଚାର ବାରମ୍ବାର ଆସୁଛି । ଏହାର କାରଣ କଣ ହୋଇପାରେ ? ଏହା ଶୁଣିବା ପରେ ସ୍ଵାମୀ ଜୀ ମୃଦୁ ହସ ଦେଲେ ଓ ସାଧୁ ଙ୍କୁ ବୁଝାଇବା ପାଇଁ ଏକ କାହାଣୀ କହିଥିଲେ । ସ୍ଵାମୀ ଜୀ କହିଲେ କି ଜଣେ ବ୍ୟକ୍ତି ଗୋଟେ କୁକୁର ରଖିକି ଘରେ ପାଳୁଥିଲା ଓ କୁକୁର ର ଭଲ ଭାବେ ଯତ୍ନ ମଧ୍ୟ ନେଉଥିଲା । ବ୍ୟକ୍ତି ଜଣକ କୁକୁରକୁ ବହୁତ ଭଲ ଆଉଥିଲା ।

ସେ ସର୍ବଦା କୁକୁର ସହ ମଗ୍ନ ରେ ରହୁଥିଲା । ସବୁବେଳେ କୋଳରେ ଧରି କୁକୁର କୁ ଗେଲ କରୁଥିଲା । ଏମିତିକି ଖାଇବା, ପିଇବା ଓ ଶୋଇବା ଓ ବାହାରକୁ ଯିବା ସମୟରେ କୁକୁର ଟି ବ୍ୟକ୍ତି ସହ ରହୁଥିଲା । ଏହାର କାର୍ଯ୍ୟ କୁ ଦେଖି ବ୍ୟକ୍ତି ଙ୍କୁ ଜଣେ ବୃଦ୍ଧ ବ୍ୟକ୍ତି କହିଲେ କି କୁକୁର ସହ ଏତେ ମିଳାମିଶା ଠିକ ନୁହେଁ । ଯେତେ ଯାହା ହେଲେ ବି ସେ ପଶୁ । କେତେବେଳେ କଣ ଅଘଟଣ ଘଟାଇ ଦେବ ତାହା କିଏ ବା କହି ପାରିବ ?

ତୁମର କୌଣସି କ୍ଷତି କରିପାରେ କିମ୍ବା କାମୁଡି ପାରେ । ଏହି କଥା ଶୁଣିବା ପରେ ବୃଦ୍ଧାଙ୍କ ଠାରୁ ବ୍ୟକ୍ତି ଙ୍କ ମନରେ ଚିନ୍ତା ଆସିଲା କି ସେ କୁକୁର ଠାରୁ ଦୂରେଇ ଯିବେ । କିନ୍ତୁ ସେହି କୁକୁର କଣ ଜାଣିଥିଲା କି ମାଲିକ ତା ଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁଛି । କୁକୁର ଯେବେ ବି ମାଲିକ କୁ ଦେଖୁଥିଲା ସେ କୋଳରେ ଆସି ବସୁଥିଲା । ମାଲିକ ତାକୁ ବାଡା ବାଡି କରି କୁକୁରକୁ ଦୂରେଇ ଦେଉଥିଲା କିନ୍ତୁ କୁକୁର ତାର ଅଭ୍ଯାସ ଛାଡୁ ନ ଥାଏ ।

ବହୁତ ଦିନର କଠିନ ପରିଶ୍ରମ ଓ ଅଭ୍ଯାସ ପରେ ମାଲିକ ପାଖରୁ କୁକୁର ଦୂରେଇ ଗଲା । କିଛି ଦିନ ପରେ ମାଲିକ ର ଏଭଳି ଆଚରଣ ଦେଖି କୁକୁର ତା ପାଖକୁ ଗଲା ନାହିଁ । ଏହି କଥାଟି ସ୍ଵାମିଜି ସାଧୁଙ୍କୁ କହିଲେ । ଏହାର ଅର୍ଥ କି ସାଂସାରିକ ଭୋଗ ବିଳାସ ରେ ଲିପ୍ତ ରହିବା ଓ ଏହାର ପାଳନ କରିବା କାରଣରୁ ତାହାକୁ ସହଜରେ ଛାଡି ହୁଏ ନାହିଁ । ସାଂସାରିକ ମୋହ ମାୟା ପ୍ରତି ରୁଚି ରଖିବା ବନ୍ଦ କରିବା ଉଚିତ । ଏ ସବୁ ଠାରୁ ଦୂରେଇ ରହିଲେ ଭଗବାନଙ୍କ ନିକଟତର ବ୍ୟକ୍ତି ହୋଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *