ଭଲ ସମୟ ଆସିବା ପୃବରୁ ଭଗବାନ ଦେଇଥାନ୍ତି ଏହି 4ଟି ସଂକେତ, ଏବେ ହିଁ ଦେଖନ୍ତୁ ଆପଣଙ୍କୁ ମିଳୁନି ତ ଏହି ସବୁ ସଂକେତ!

ବନ୍ଧୁଗଣ ତେବେ ଭଲ ଓ ଖରାପ ଦୁହେଁ ପରସ୍ପରର ବିପରୀତ ଅଟନ୍ତି । ଦୁନିଆର ପ୍ରତେକ ମଣିଷ ଖରାପ ସମୟ ଠାରୁ ମୁକ୍ତି ଆସିବାକୁ ଇଚ୍ଛା କରିଥାଏ ଆଉ ଭଲ ସମୟ ଆସିବାର ଅପେକ୍ଷା କରି ରହିଥାଏ । ଅଧିକାଂଶ ବ୍ୟକ୍ତି ଖରାପ ସମୟରେ କେବଳ ଇଶ୍ଵର ଙ୍କ ନାମ ସ୍ମରଣ କରିଥାନ୍ତି । କିନ୍ତୁ ଯେବେ ବ୍ଯକ୍ତିର ଭଲ ସମୟ ଆସି ଯାଇଥାଏ ସେହି ସମୟରେ ସେ ଭଗବାନଙ୍କ ଠାରୁ ଦୂରେଇ ଯାଇଥାନ୍ତି । କାରଣ ସେଭଳି ବ୍ୟକ୍ତି ସୁଖରେ ମଗ୍ନ ହୋଇଥାନ୍ତି । କିନ୍ତୁ ଭଲ ଓ ଖରାପ ସମୟ ଆସିବା ଆଗରୁ କିଛି ନା କିଛି ସଂକେତ ଦେଇଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ ।

୧- ପେଚା : ତେବେ ଆପଣ ମାନେ ଜାଣିଥିବେ ପେଚାକୁ ମାତା ଲକ୍ଷ୍ମୀଙ୍କର ବାହନ ବୋଲି କୁହାଯାଏ । ଏହିପରି ଯଦି ଆପଣଙ୍କୁ କେଉଁ ଠାରେ ପେଚା ଦେଖାଯାଏ ତେବେ ଜାଣିବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି । ଏହା ସହ ଆପଣଙ୍କ ଘରେ ବହୁତ ଜଲ୍ଦି ବାସ କରିବାକୁ ଯାଉଛନ୍ତି । କାରଣ ଯେଉଁ ଠାରେ ମାଆ ଲକ୍ଷ୍ମୀ ଙ୍କ ବାହନ ପେଚା ରହିଥାଏ ସେଠାରେ ସ୍ଵୟଂ ମା ଲକ୍ଷ୍ମୀ ମଧ୍ୟ ଆଗମନ କରିଥାନ୍ତି । ଯଦି ଆପଣ ଘରେ ପେଚା ଦେଖୁଛନ୍ତି ତେବେ ମା ଲକ୍ଷ୍ମୀ ଙ୍କ ନାମ ଜପ କରନ୍ତୁ ।

୨- ସବୁଜ ରଙ୍ଗ : ଯଦି ଆପଣଙ୍କୁ ହଠାତ ସବୁଜ ରଙ୍ଗର ଜିନିଷ ଦେଖା ଯିବାର ଅନୁଭବ ହୁଏ ତେବେ ଜାଣିବେ ଆମ ଲକ୍ଷ୍ମୀ ଆପଣଙ୍କ ଘରେ ଆଗମନ କରିବାକୁ ଯାଉଛନ୍ତି । ସବୁଜ ରଙ୍ଗ ଯେମିତିକି ସୁନ୍ଦର ସବୁଜ ଗଛ ପତ୍ର ଆମ ଜୀବନରେ ଖୁସି ଆସିବାର ସଂକେତ ଦେଇଥାଏ ।

୩- ଝାଡୁ : ମା ଲକ୍ଷ୍ମୀ ଙ୍କୁ ଝାଡୁ ବହୁତ ପସନ୍ଦ ହୋଇଥାଏ । କାରଣ ମାତା ଲକ୍ଷ୍ମୀ ଙ୍କୁ ସଫା ସୁତୁରା ରହୁଥିବା ଗୃହ ପସନ୍ଦ ହୋଇଥାଏ । ଝାଡୁ ଘରର ମଇଳା ଦୂର କରିବାରେ ସାହାଜ୍ଯ କରିଥାଏ । ଏହା ସହ ମଇଳା ରୁ ହେଉଥିବା ଅନେକ ରୋଗରୁ ରକ୍ଷା କରିଥାଏ । ତେବେ ଆପଣ କେବେ ହଠାତ ଝାଡୁ ଦେଖୁଛନ୍ତି ବା କେହି ଝାଡୁ ଲଗାଉଥିବା ଦେଖନ୍ତି ତେବେ ଜାଣିଲେ ମା ଲକ୍ଷ୍ମୀ ଙ୍କ ଆଗମନ ହେବାକୁ ଯାଉଛି ।

୪- ଶଙ୍ଖ ର ଧ୍ୱନି : ଯଦି ଆପଣ ସକାଳୁ ଶଯ୍ୟା ତ୍ୟାଗ କରିବା ପରେ ଶଙ୍ଖ ଵ ଧ୍ୱନି ଶୁଣିବାକୁ ପାଇବେ ତେବେ ଏହାର ଅର୍ଥ ହେଉଛି କି ବହୁତ ଜଲ୍ଦି ଭଗବାନଙ୍କ କୃପା ଆପଣଙ୍କ ଉପରେ ପଡିବାକୁ ଯାଉଛି । ଏହା ସହ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି ବୋଲି ସଂକେତ ମିଳିଥାଏ । ଏମିତି କି ଯେଉଁ ଘରେ ଶଙ୍ଖ ପୂଜା କରାଯାଏ ସେହି ଘରେ ମାତା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ବାସ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ନିଶ୍ଚୟ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *