ଭଲ ସମୟ ଆସିବା ପୂର୍ବରୁ ତୁଳସୀ ଗଛ ଦେଇଥାନ୍ତି 3ଟି ସଂକେତ, ସାକ୍ଷାତ ଲକ୍ଷ୍ମୀ ଆସିଥାନ୍ତି ଘରକୁ

ବନ୍ଧୁଗଣ ତୁଳସୀ ଗଛ ପବିତ୍ର ଓ ଦିବ୍ୟ ଅଟେ । ଏହାର ତ୍ୟ ପୂଜା କରିବା ଦ୍ଵାରା ବ୍ୟକ୍ତିକୁ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଭଗବାନ କୃଷ୍ଣଙ୍କର ପ୍ରିୟ ଅଟେ ତୁଳସୀ । ବିନା ତୁଳସୀ ପତ୍ରରେ ଭଗବାନ କୃଷ୍ଣଙ୍କୁ ଭୋଗ ଲଗାଯାଏ ନାହି ।  ଭଗବାନ କୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ନିତ୍ୟ ତୁଳସୀ ମାତାଙ୍କୁ ପ୍ରଣାମ କରିଥାଏ ତା ଉପରେ କେବେ ବିପଦ ଆସେ ନାହି । ଯେଉଁ ବ୍ୟକ୍ତି ନିତ୍ୟ ତୁଳସୀ ପତ୍ରର ସେବନ କରିଥାଏ ସେ ସବୁ ପ୍ରକାରର ରୋଗରୁ ମୁକ୍ତ ରହିଥାଏ । ତୁଳସୀ ଗଛକୁ ଘର ଆଗରେ ଲଗାଇଲେ ଶୁଭ ଅଶୁଭ ସଂକେତ ବିଷୟରେ ଜଣା ପଡିଥାଏ । ତେବେ ଆସନ୍ତୁ ଜାଣିବା ଏହା କେମିତି ଜାଣିବା ।

୧- ଆପଣ ମାନେ ଅନେକ ଥର ଦେଖିଥିବେ ତୁଳସୀ ଗଛ ଅଚାନକ ଶୁଖିବାରେ ଲାଗିଥାଏ । ଅନେକ ଚେଷ୍ଟା ପରେ ବି ଏହା ସୁଖୀ ଯାଇଥାଏ । ତେବେ ଏହାର ଅର୍ଥ ଘରେ ନେଗେଟିଭ ଏନର୍ଜୀର ବାସ ରହିଛି । ଅଥବା ଘର ଉପରେ ବା ବିପତ୍ତି ଆସିବାକୁ ଯାଉଛି ଯାହା ତୁଳସୀ ଗଛରୁ ସଂକେତ ମିଳିଥାଏ । ଏହା ସହ ଅଧିକ ଧନ ଖର୍ଚ୍ଚ ହେବାର ସୂଚନା ମିଳିଠେ ।

୨- ଯଦି ତୁଳସୀ ପତ୍ର ଆପେ ଆପେ ତଳେ ପଡିଥାଏ ଯେମିତି ପବନ ଦ୍ଵାରା ତୁଳସୀ ପତ୍ର ପଡିବା ପ୍ରାକୃତିକ ଅଟେ । କିନ୍ତୁ ଯଦି ହରାଭରା ପାତ୍ର ଆପେ ଆପେ ତଳକୁ ପଡିବାରେ ଲାଗିଥାଏ ତେବେ ଘରେ କ୍ଲେଶ ସମସ୍ଯା ସୃଷ୍ଟି ହୋଇଥାଏ । ପାରିବାରିକ ବିବାଦ ହେବାର ସଂକେତ ମିଳିଥାଏ । ତେଣୁ ଆପଣଙ୍କୁ ଏଭଳି କିଛି ସଂକେତ ମିଳିଲେ ସନ୍ଧ୍ୟାରେ ତୁଳସୀ ଗଛ ମୂଳେ ଦୀପ ଜଳାନ୍ତୁ ।

୩- ତୁଳସୀ ଗଛ ଆଖ ପାଖରେ ଛୋଟ ଛୋଟ ଅନ୍ୟ ଗଛ ଉଠିବା ଭଲ ସଂକେତ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଘରକୁ ଢେର ସାରା ଖୁସି ଆସିବାକୁ ଯାଉଛି । ବ୍ୟାପାରରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ହୋଇପାରେ ଆପଣଙ୍କୁ ଅନେକ ସାରା ଧନ ଲାଭ ହେବ ।

୪- ଆପଣ ମାନେ ଅନେକ ଠାରେ ଦେଖିଥିବେ ତୁଳସୀ ଗଛ ପାଖରେ ପିମ୍ପୁଡି ଦେଖାଯାଏ । ଯେତେ ସଫା କରିଲେ ବି ପିମ୍ପୁଡି ଦେଖା ଯାଇଥାଏ ଆଉ ତୁଳସୀ ଗଛକୁ ନଷ୍ଟ କରିଥାନ୍ତି । ଏହାର ଅର୍ଥ ଆପଣଙ୍କ ଘରକୁ ବାହାର ଲୋକ ବିପଦ ଆଣିବାକୁ ଯାଉଛି । କୌଣସି ବ୍ୟକ୍ତିଙ୍କ କାରଣରୁ ଭାରି କ୍ଷତି ହୋଇପାରେ ।

୫- ତୁଳସୀ ଗଛ ପାଖରେ ମନ ମୋହୁଥିବା ବା ସୁନ୍ଦର କଣ୍ଠ ଥିବା ପକ୍ଷୀ ଆସି ବସିଲେ ତେବେ ଏହାର ସଂକେତ ଆପଣଙ୍କୁ ବହୁତ ଜଲ୍ଦି ଧନ ଲାଭ ହେବାକୁ ଯାଉଛି । ଏହା ସହ କୌଣସି ଇଚ୍ଛା ପୁରଣ ହେବାକୁ ଯାଉଛି । ତୁଳସୀ ଗଛ ଉପରେ ପକ୍ଷୀ ବସିଲେ ଧନରେ ବୃଦ୍ଧି ହୋଇଥାଏ ।

୬- ଯେତେ ତୁଳସୀ ଗଛ ଲଗାଇଲେ ବି ଶୁଖିଯାଏ କିନ୍ତୁ ଅନ୍ୟ ଗଛ ହରାଭରା ହୋଇଥାଏ । ଏହାର ଅର୍ଥ ଘରେ ନେଗେଟିଭ ଶକ୍ତିର ବାସ ରହିଛି ସେଥିପାଇଁ ତୁଳସୀ ଗଛ ଉଧାଇ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *