ଭାରତର କଟକଣା ପରେ ଚାଇନାରେ ଦେଖା ଦେବା ଖାଦ୍ୟ ସଙ୍କଟ! ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, ଚାଉଳ ରପ୍ତାନି ଉପରେ ଭାରତର କଟକଣା ପରେ ଏସିୟା ବଜାରରେ ହଇଚଇ ସୃଷ୍ଟି ହୋଇଛି । ଚାଉଳ କାରୋବାରରେ ଏକ ପ୍ରକାରର ଠପ ହୋଇ ଯାଇଛି । ଭାରତର କଟକଣା ପରେ ବିଶେଷ କରି ଚୀନରେ ଖାଦ୍ୟ ସଙ୍କଟ ଦେଖାଯିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି । କେରବଲ ଚାଈନା ନୁହେଁ ବରଂ ଭାରତର ଏଭଳି ନିସ୍ପତି ପରେ ସମଗ୍ର ଏସିୟା ବଜାରରେ ସଙ୍କଟଜନିତ ସ୍ଥିତି ଦେଖାଯାଇ ପରେ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ ଭାରତର ହେଉଛି ବିଶ୍ଵର ସର୍ବ ବୃହତ୍ତ ଚାଉଳ ରପ୍ତାନିକାରୀ ଦେଶ ।

ଏହା ଏସିୟା ରାଷ୍ଟ୍ର ଗୁଡିକ ସହ ସମଗ୍ର ବିଶ୍ଵକୁ ଚାଉଳ ରପ୍ତାନି କରିଥାଏ । କିନ୍ତୁ ଗତ ବର୍ଷ ନଅଣ୍ଟିଆ ବର୍ଷା କାରଣରୁ ଭାରତରେ ଚାଉଆଲ କମ ଉତ୍ପାଦନ କମିଛି । ଯାହା ପାଇଁ ଦେଶରେ ଖାଦ୍ୟ ଆଶଙ୍କା ଥିବାରୁ ଭାରତ ସରକାର ନେଇଛନ୍ତି ବଡ ନିସ୍ପତି । ବାହାର ଦେଶକୁ ବିଶେଷ କରି ଏସୀୟ ଦେଶ ମାନଙ୍କୁ ଭଙ୍ଗା ଚାଉଳ ରପ୍ତାନି ଉପରେ ରୋକ ଲଗାଇଛନ୍ତି ଭାରତର ସରକାର ।

ଚାଉଳ ଉପରେ କଟକଣା ମୁଦ୍ରା ସ୍ଥିତି ଲଢେଇର ଅଂଶବିଶେଷ ବୋଲି ସରକାର କହି ଆସୁଛନ୍ତି । ଋଷ ଓ ୟୁକ୍ରେନ ଯୁଧ ପରେ ବିଶ୍ଵ ବ୍ୟବସାୟ କ୍ଷେତ୍ରରେ ଅନେକ ବାଧା ଉପୁଜିଥିଲା । ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି କାରଣରୁ ମୁଦ୍ରା ସ୍ଥିତିର ଅଣାୟତ ହୋଇପଡିଛି । ଏବେ ଏହି ମହଙ୍ଗା ସମସ୍ଯା ଆଗକୁ ଉତ୍କଟ ହେବ ତେଣୁ ବିଦେଶକୁ ଚାଉଳ ରପ୍ତାନି ଉପରେ କଟକଣା ଲଗାଇଛନ୍ତି ଭାରତର ସରକାର ।

ବିଶ୍ବରେ ମୋଟ ଚାଉଳ ରପ୍ତାନୀରେ ଭାରତର ଭାଗ ହେଉଛି ୪୦% । ଆଗାମୀ ଦିନରେ ଚାଉଳ ଦର କେତେ ବଢିବ କହି ହେଉ ନାହି । ବିଶ୍ଵର ୩କୋଟି ରୁ ଅଧିକ ଲୋକ ଚାଉଳ ଉପରେ ନିର୍ଭରଶୀଳ ଅଟନ୍ତି । ପୂର୍ବରୁ ୨୦୦୭ରେ ଭାରତ ଯେବେ ଚାଉଳ ରପତ୍ନୀ ଉପରେ କଟକଣା ଲଗାଇଥିଲା ବିଶ୍ଵ ବଜାରରେ ଏହାର ତ ପିଛା ଦର ୧୦୦୦ ଡଲାର ରେ ପହଞ୍ଚି ରେକର୍ଡ କରିଥିଲା ।

ପୁଣି ଥରେ ଚାଉଳ ଉପରେ ଭାରତର କଟକଣା ପରେ ଏହାର ପ୍ରଭାବ ପୁରା ବିଶ୍ଵ ବଜାର ଉପରେ ପଡିପାରେ । ବେସୀ ପ୍ରଭାବିତ ହେବ ଚୀନ କାରଣ ସେଠାରେ ଭଙ୍ଗା ଚାଉଳ ମଦ ତିଆରି, ନୁଡଲ୍ସ ରେ ବ୍ୟବହାର ହେଉଥିବା ବେଳେ ଗୋ-ଖାଦ୍ୟ ଭାବେ ବ୍ୟବହାର କରାଯାଏ । ତେଣୁ ଚୀନ ହେଉଛି ଭାରତୀୟ ଭଙ୍ଗା ଚାଉଳର ସବୁଠାରୁ ବଡ କର୍ତ୍ତା ।

ଏବେ ଭାରତରୁ ଚାଉଳ ଯୋଗାଣ ବନ୍ଦ ହେବା ପରେ ଚାଈନା ର ଖାଦ୍ୟ ସ୍ଥିତିକୁ ନେଇ ପ୍ରଶ୍ନ ଉଠିଛୁ । ଭାରତ ବିଶ୍ଵର ପାଖାପାଖି ୧୫୦ଟି ଦେଶକୁ ଚାଉଳ ଯୋଗାଉଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବର୍ତ୍ତମାନ ବିଶ୍ଵର ଆର୍ଥିକ ସ୍ଥିତି ଚିନ୍ତାଜନକ ରହିଛି । ଗତ ବର୍ଷ ଋଷ ୟୁକ୍ରେନ ଯୁଦ୍ଧ ସହ ବିଶ୍ଵ ତାପମାତ୍ରାରେ ବୃଦ୍ଧି ହୋଇଛି ।

ଭାରତର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ହୋଇଥିବା ବେଳେ ଆଉ କିଛି ଅଞ୍ଚଳରେ ସ୍ୱଳ୍ପ ବର୍ଷା ଯୋଗୁଁ ମରୁଡି ସ୍ଥିତି ଦେଖା ଯାଇଥିଲା ଯାହା କାରଣରୁ ଧାନ ଅମଳ କମିଥିଲା । ବନ୍ଧୁଗଣ ଏହି ଖବର ଉପରେ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *