ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ବଡ ଖୁସି ଖବର, Train ବିଳମ୍ବ ହେଲେ ଏବେ ଯାତ୍ରୀଙ୍କୁ ମିଳିବ ଏହି ସୁବିଧା… ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଆମ ଦେଶରେ ପ୍ରତି ଦିନ ହଜାର ହଜାର ଲୋକେ ଟ୍ରେନ ରେ ଯାତ୍ରା କରିଥାନ୍ତି । କିନ୍ତୁ ଅନେକ ସମୟରେ ଟ୍ରେନ ଡେରି ରେ ଆସୁ ଥିବାରୁ ଲୋକ ମାନଙ୍କୁ ନାହି ନ ଥିବାର ଅସୁବିଧାର ସମୁଖିନ୍ନ ହେବାକୁ ପଡିଥାଏ । ଯାହା ଫଳରେ ଯାତ୍ରୀ ମାନେ ନିଜର ଲକ୍ଷ୍ୟ ସ୍ଥଳରେ ସଠିକ ସମୟରେ ପହଞ୍ଚି ପାରି ନ ଥାନ୍ତି । ଏମିତିକି ଯାତ୍ରୀ ମାନେ ଖାଇବା ପିଇବା ମଧ୍ୟ ମଧ୍ୟ ହଇରାଣ ହୋଇଥାନ୍ତି । କାରଣ ଟ୍ରେନ ଡେରି ରେ ଫଞ୍ଚିବା ଫଳରେ ଯାତ୍ରୀ ମାନେ ସେମିତି ଟ୍ରେନ ଭିତରେ ବସିଥାନ୍ତି ।

ଯଦି ଆପଣଙ୍କ ସହ ଏପରି କେବେ ହୋଇଛି ତେବେ ଆପଣଙ୍କୁ ଖାଦ୍ଯ ମାଗଣାରେ ପ୍ରଦାନ କରିବ ଭାରତୀୟ ରେଳ । ତେବେ ବର୍ତ୍ତମାନ ସମୟରେ ଭାରତୀୟ ରେଳ ବିଭାଗ ଯାତ୍ରୀ ଅମାନଙ୍କ ପାଇଁ ଆଣିଛି ବଡ ଖୁସି ଖବର । ଟ୍ରେନ ପହଞ୍ଚିବା ଡେରି ହେଲେ ଯାତ୍ରୀ ଙ୍କୁ ମିଳିବ ସ୍ଵତନ୍ତ୍ର ସୁବିଧା । ମାଗଣାରେ ଖାଇବା ବି ଉପଲବ୍ଧ କରାଯିବ ।

ଟ୍ରେନ ନିର୍ଧାରିତ ସମୟ ଠାରୁ ଡେରି ରେ ପହଞ୍ଚିଲେ IRCT ପକ୍ଷ ରୁ ଯାତ୍ରୀ ମାନଙ୍କୁ ଖାଦ୍ୟ ଓ ଥଣ୍ଡା ପାନୀୟ ପ୍ରଦାନ କରାଯାଏ । ଆଉ ସବୁଠାରୁ ବଡ କଥା ହେଲା ଏହି ଖାଦ୍ୟ ଆପଣଙ୍କୁ IRCT ଙ୍କ ତରଫରୁ ମାଗଣାରେ ଦିଆ ଯାଇଥାଏ । ଭାରତୀୟ ରେଳବାହୀ ନିୟମ ଅନୁଯାୟୀ ଟ୍ରେନ ଡେରି ରେ ପହଞ୍ଚିଲେ ଯାତ୍ରୀ ମାନଙ୍କୁ କ୍ଯାଟରିଙ୍ଗ ଇତି ଅନୁସାରେ ଜଳଖିଆ ଓ ଭୋଜନ ଯୋଗାଇ ଦିଆ ଯାଉଛି ।

ଏପରି ସ୍ଥିତି ରେ ଯଦି ଆପଣ ଅବଗତ ଥିବେ ଏହି ଅଧିକାର ର ଲାଭ ଉଠାଇ ପାରିବେ । IRCT ର ନିୟମ ଅନୁଯାୟୀ ଯଦି ଟ୍ରେନ ଦୁଇ ଘଣ୍ଟା ବା ତା ଠାରୁ ଅଧିକ ଡେରି ରେ ପହଞ୍ଚେ ତେବେ ମାଗଣାରେ ଖାଲି ମିଲ ସୁବିଧା ପ୍ରଦାନ କରାଯିବ । IRCT ପକ୍ଷ ରୁ ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନରେ ଭାତ, ଡାଲି, ଆଚାର ପ୍ୟାକେଟ ଯୋଗାଇ ଦିଆଯିବ ।

ଏ ସବୁ ନ ଥିଲେ ପୁରୀ, ମିକ୍ସ ଭେଜ ଓ ଆଚାର ପ୍ଯାକେଟ ଓ ଲୁଣ ଦିଆଯିବ । ଅନ୍ୟ ପକ୍ଷ ରେ ଯାତ୍ରୀ ମାନଙ୍କୁ ଜଳଖିଆ ପାଇଁ ଚାହା ବା କଫି ସହ ଦୁଇ ଟି ବିସ୍କୁଟ ମଧ୍ୟ ଦିଆଯାଏ । ସେହିପରି ସନ୍ଧ୍ୟା ରେ କହହ କିମ୍ବା କଫି ସହ ୪ ଖଣ୍ଡ ପାଉଁରୁଟି ସହ ଏକ ବଟର ସୁବିଧା ପରିବେଷଣ କରାଯାଏ । ଏହି ସୁବିଧା କେବଳ ଏକ୍ସପ୍ରେସ ଟ୍ରେନ ରେ ଯାତ୍ରା କରୁଥିବା ଯାତ୍ରୀ ଙ୍କ ପାଇଁ ଉପଲବ୍ଧ ରହିଛି ।

ଯଦି ଆପଣ ସପ୍ତାବ୍ଦୀ, ରାଜଧାନୀ ଓ ଦୁରନ୍ତ ଭଳି ଏକ୍ସପ୍ରେସ ଟ୍ରେନ ରେ ଯାତ୍ରା କରୁଛନ୍ତି ତେବେ ଆପଣ ଏହି ସୁବିଧା ପାଇ ପାରିବେ । ଆପଣ ଏମାନେ ବି ଏହି ସୁବିଧାର ଲାଭ ଉଠାଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କର ଏହି ବିଶେଷ ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *