ଚୋରୀ କରିବାର ଏହି ଅନ୍ଦାଜ ଦେଖି ଆପଣଙ୍କ ମୁଣ୍ଡ କାମ ଦେବନି, ଦେଖନ୍ତୁ Video

ଆପଣ ନିଜର ଆଖାପାଖରେ ଚୋରୀର ଘଟଣା ବିଷୟରେ ଶୁଣିଥିବେ କିମ୍ବା କିଛି ଚୋରୀ ଦେଖିଥିବେ । କେତେକ ଚୋର ଏତେ ମୂର୍ଖ ହୋଇଥାନ୍ତି କି ଯଦି ଆପଣ ତାଙ୍କର ଚୋରୀର ଉପାୟ ଦେଖିବେ ତେବେ ହସି ହସି ଗଡିଯିବେ । କିନ୍ତୁ ସବୁ ଚୋର ମୂର୍ଖ ହୋଇ ନ ଥାଏ । ଆପଣଙ୍କ ଆଖପାଖରେ ଏହିଭଳି ବହୁତ ଚୋର ବୁଲୁଥାନ୍ତି ଯେଉଁମାନେ ଆପଣଙ୍କୁ କେତେବେଳେ ଚୂନା ଲଗାଇ ଦେଇଯିବେ

ଏହା ଆପଣ ଜାଣି ବି ପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଚୋର ବିଷୟରେ କହିବୁ । ଦିଲ୍ଲୀରେ ଚୋରମାନେ ଚୋରୀ କରିବାର ନୂଆ ଉପାୟ ବାହାର କରିଛନ୍ତି । ଚୋରମାନେ ବର୍ତ୍ତମାନ ଚଳନ୍ତା ବାଇକରୁ ଜିନିଷ ଚୋରୀ କରୁଛନ୍ତି । ଏହି ରାସ୍ତା ଉପରେ ବହୁତ ଟ୍ରାଫିକ ଥାଏ । ଯାହାର ଲାଭ ଚୋରମାନେ ନେଉଛନ୍ତି । ଆପଣ ଏହି ଫଟୋରେ ଦେଖି ପାରୁଥିବେ କି ଜଣେ ବ୍ୟକ୍ତି ବାଇକ ନେଇ ଯାଉଛି ଓ ସେ କାନ୍ଧରେ ବ୍ୟାଗ ନେଇଛି ।

ପଛରୁ ଚୋର ଆସିଲା ଓ ସେ ବ୍ୟାଗରୁ ଜିନିଷ ଚୋରୀ କରିବାକୁ ଚେଷ୍ଟା କରୁଛି । ଚୋରୀ କରିବା ପରେ ଚୋର ପାଖରେ ଛିଡା ହୋଇଥିବା ନିଜର ସାଥି ପାଖରେ ଛିଡା ହୋଇ କଥାବାର୍ତ୍ତା କରୁଛି ଓ ଅନ୍ୟ ପଟେ ବାଇକ ବାଲା ଚାଲି ଯାଉଛି । ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଏତେ ଭିଡରେ ଲୋକମାନେ ଏହାକୁ ଦେଖୁଛନ୍ତି କିନ୍ତୁ କେହି ବି ଏମାନଙ୍କୁ ଅଟକାଇବା କିମ୍ବା ପୋଲିସକୁ ଡାକିବା ପାଇଁ ଚେଷ୍ଟା ବି କରୁ ନାହାନ୍ତି ।

ଏମିତିରେ ଏଥିରୁ ବଞ୍ଚିବା ପାଇଁ ଆପଣ ବ୍ୟାଗକୁ ଛାତିରେ ଟଙ୍ଗାଇ ବାଇକ ଚଲାନ୍ତୁ କିମ୍ବା ଯଦି ଆପଣଙ୍କ ବ୍ୟାଗରେ ଦାମୀ ଜିନିଷ ଅଛି ତେବେ ମାର୍କେଟରେ ଏହିଭଳି ବ୍ୟାଗ ଅଛି ଯାହାର ଚେନ ଆପଣଙ୍କ ପିଠି ଆଡକୁ ଥିବ । ଯାହାକୁ କେବେ ବି ଚୋର ଖୋଲି ପାରିବ ନାହିଁ ।

ବର୍ତ୍ତମାନ ଏହି ଚୋରକୁ ଦେଖନ୍ତୁ ରାସ୍ତାରେ ଗୋଟିଏ କାର ଛିଡା ହୋଇଛି ଓ ସେହି ସମୟରେ ଜଣେ ବ୍ୟକ୍ତି କାର ଡ୍ରାଇଭରକୁ କିଛି କହୁଛି ତ ଡ୍ରାଇଭର କାର ବାହାରକୁ ଆସି କାରକୁ ଦେଖିବା ଭିତରେ ହିଁ ପଛରୁ ଜିନିଷ ଚୋରୀ ହୋଇ ଯାଉଛି । ଏହିଭଳି ବହୁତ ଚୋର ଆପଣଙ୍କ ସହ ଝଗଡା କରି, ଟଙ୍କା ତଳେ ଫୋପାଡି ଆପଣଙ୍କୁ ଚୂନା ଲଗାଇ ପାରନ୍ତି । ସେଥିପାଇଁ ସବୁବେଳେ ଜିନିଷ ନିଜ ପାଖରେ ରଖିବା ସହ କାରର କାଚକୁ ବନ୍ଦ ରଖନ୍ତୁ ।

ବର୍ତ୍ତମାନ ଆମେ ଆପଣଙ୍କୁ ଯେଉଁ ଚୋର ମାନଙ୍କ ବିଷୟରେ କହିବୁ ସେଥିରେ ଏହି ମହିଳାମାନେ ମିଶି କାମ କରନ୍ତି । ମହିଳାମାନେ ଏକତ୍ରିତ ଦୋକାନକୁ ଆସିଛନ୍ତି ଓ କିଛି ସମୟ ପରେ ମହିଳାମାନେ ବ୍ୟାପାରିକୁ ନିଜ କଥା ମଧ୍ୟରେ ବ୍ୟସ୍ତ କରି ଦେଉଛନ୍ତି ଓ ଅନ୍ୟ ପଟେ କିଛି ମହିଳାମାନେ ଚୋରୀ କରି ନେଉଛନ୍ତି । ଏହା ପରେ ସେମାନେ ଏକତ୍ରିତ ସେହି ଦୋକାନରୁ ବାହାରି ଯାଉଛନ୍ତି ।

ଏହି ଫଟୋକୁ ଦେଖନ୍ତୁ କିଛି ମହିଳାମାନେ ଏହି ଦୋକାନକୁ ଜବରଦସ୍ତି ପଶି ଆସୁଛନ୍ତି । ବ୍ୟାପାରିକୁ କଥାରେ ବ୍ୟସ୍ତ ରଖି ଓଢଣି ସାହାର୍ଯ୍ୟରେ ଗୋଟିଏ ମହିଳା କାଉଣ୍ଟର ଆଡକୁ ଗଲା ଓ କାଉଣ୍ଟରରୁ ୨୦ ହଜାର ଟଙ୍କା ଚୋରୀ କରି ନେଲା । ଏହା ପରେ ମହିଳାମାନେ ସେଠୁ ଫେରାର ହୋଇଗଲେ । ସେଥିପାଇଁ ଦୋକାନୀ ଭାଇ ମାନଙ୍କୁ କହିଦେଉଛୁ କି ସବୁବେଳେ ଦୋକାନରେ ଦାମୀ ଓ ଜରୁରୀ ଜିନିଷକୁ ତାଳ ମାରି ରଖନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *