ଆଜି ଯେଉଁ ଖବର ଆମେ ଆପଣଙ୍କ ପାଇଁ ଆଣିକି ଆସିଛୁ ତାହା ଶୁଣିବା ପରେ ଆପଣଙ୍କୁ ବିଶ୍ଵସ କରିବା ପାଇଁ ମୁସ୍କିଲ ହେଇପାରେ କିନ୍ତୁ ଏହା ସତ । କେହି ଭାବି ପାରିବେ ନାହିଁ କି ଆଜିର ଏହି ଆଧୁନିକ ଯୁଗରେ ଏମିତି ବି ହେଇପାରେ । ଆମ ଦେଶରେ କେତେକ ମହିଳା ସଶକ୍ତୀକରଣ ଦ୍ଵାରା ନିଜର ଅଧିକାରର କଥା କୁହନ୍ତି ସେହି ଦେଶରେ ରେ ଏମିତି କିଛି ବି ଜାଗା ଅଛି ଯେଉଁଠି ମହିଳାମାନଙ୍କୁ ଅଧିକାର ତ ଦୂର ତାଙ୍କୁ ନିଜେ ବଞ୍ଚିବାର ହକ ବି ଛଡାଇ ନିଆଯାଏ ।
ଏହାର ମାନେ କି ଦେଶ ଯେତେ ବି ବଦଳି ଯାଉ କିନ୍ତୁ ଆଜି ବି ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର କମିବାର ନାଁ ହିଁ ନେଉନି ।
ଗାଁ ରେ ଆଜିବି ମହିଳା ମାନଙ୍କ ଉପରେ ଅତ୍ୟାଚାର ହେଉଛି ଏବଂ ସେମାନେ ସବୁ କିଛି ନ କହି ସହି ଆସୁଛନ୍ତି କାହାକୁ କିଛି କହି ପାରୁ ନାହାଁନ୍ତି । ଆମେ କଥା ହେଉଛେ ଭାରତର ମଧ୍ୟପ୍ରଦେଶ ରାଜ୍ୟ ଯିଏ ନିଜେ ନିଜକୁ କହୁଛି ବଡ ରାଜ୍ୟ ବୋଲି କିନ୍ତୁ ଏହି ରାଜ୍ୟରେ ଶିବପୁରୀ ନାମକ ଏକ ଜାଗା ଅଛି ।
ଯାହା ନିଜ ନାମ ପାଇଁ ନୁହେଁ ଘଟିଆ ପ୍ରଥା ପାଇଁ ସୁଖୀରେ ରହୁଛନ୍ତି । ସେଠାରେ ଏକ ମଣ୍ଡୀ ଲାଗେ ଯେଉଁଠି ଝିଅମାନଙ୍କୁ ଠିଆ କରାଯାଏ ଏବଂ ତାଙ୍କୁ ପ୍ରଥାର ନାମ ଦିଆଯାଇଥାଏ । ଯେତବେଳେ ପୁରୁଷ ଆସିଥାନ୍ତି ଏବଂ ନିଜ ପସନ୍ଦର ଝିଅର ଦାମ ଠିକ କରନ୍ତି ଏବଂ ଯେତବେଳେ ସଉଦା ଠିକ ହୋଇଯାଏ ସେତବେଳେ ୧୦ ଟଙ୍କା ରୁ ନେଇ ୧୦୦ ଟଙ୍କା ପର୍ଯ୍ୟନ୍ତ ଷ୍ଟାମ୍ପ ପେପରରେ କିଣି ଫରକ୍ତୋ କରି ନିଅନ୍ତି । ଭାରତର ଏହି ରାଜ୍ୟରେ ପ୍ରତି ବର୍ଷ ୩୦୦ ଝିଅଙ୍କୁ ୧୦ ଟଙ୍କାରେ ଷ୍ଟାମ୍ପ ପେପର ରେ ବିକା ଯାଇଥାଏ ।
ଏହି ପାରମ୍ପରିକ ଖେଳରେ ବିକୁଥିବା ଝିଅକୁ କଣ୍ଟ୍ରାକ୍ଟର ତିଆରି କରାଯାଇଥାଏ । ଯେଉଁଥିରେ କିଣୁଥିବା ବ୍ୟକ୍ତିଙ୍କୁ ମହିଳା ନହେଲେ ତାଙ୍କ ପରିବାରକୁ ଏକ ନିଶ୍ଚିନ୍ତ ରକମ କରିବାକୁ ପଡିଥାଏ । ଏକ ମୋଟା ରକମ ଦେଲା ପରେ ଦୁଇଜଣ ସ୍ଵାମୀ ସ୍ତ୍ରୀ ହେଇ ଯାଆନ୍ତି । କିନ୍ତୁ ସେ ସେପର୍ଯ୍ୟନ୍ତ ସ୍ଵାମୀ ସ୍ତ୍ରୀ ଥାନ୍ତି ଯେତବେଳ ପର୍ଯ୍ୟନ୍ତ ପୁରୁଷ ତାକୁ ନିଜର ସ୍ତ୍ରୀ ବୋଲି ମାନିଥାଏ । କାରଣ ଟଙ୍କା ଦେବା ଆଧାରରେ ସମ୍ପର୍କ ସ୍ଥାଇ ହୋଇନଥାଏ । ତାକୁ ଶେଷ କରି ଦିଆଯାଏ ।