କୁହନ୍ତୁ ଏମିତି କି ଜିନିଷ ଯାହାକୁ ପୁଅ ମାନେ ବର୍ଷ ସାରା ଆଉ ଝିଅ ମାନେ ବର୍ଷ କୁ ଥରେ ପିନ୍ଧନ୍ତି

ଛୋଟ ବେଳେ ଆମେ କେତେ ସବୁ ବୁଦ୍ଧି ପରୀକ୍ଷା ପ୍ରଶ୍ନ ର ଉତ୍ତର ଦେଇଥାଉ, ହେଲେ ବଡ଼ ହେଲା ପରେ ବହୁତ୍ କିଛି ଅଭ୍ୟାସ ଛାଡି ହେଇଯାଏ । ଆମେ ଯଦି ପିଲାଦିନ କଥା ମନେ ପକେଇବା, ସମସ୍ତେ ଖୁସି ହେଇ ଯିବେ । ଆଜି ଆମେ ଆପଣଙ୍କୁ ପିଲାଦିନକୁ କିଛି ସମୟ ପାଇଁ ନେଇଯାଉଛୁ । ଏ‌ ପ୍ରଶ୍ନ ଆଉଥରେ ଆପଣ ଙ୍କୁ ପିଲାଦିନ କଥା ମନେ ପକେଇ ଦେବ । ଆଜିକାଲି ଛୋଟ ପିଲା ଏସବୁ କୁ ଇଂଲିଶ ରେ ପଜଲ୍ କୁହନ୍ତି ।

ଯେକୌଣସି ପ୍ରଶ୍ନ କୁ ବୁଲେଇ ବଙ୍କେଇ ପଚାରିବା କୁ ପଜଲ ବା ବୁଦ୍ଧି ପରୀକ୍ଷା ପ୍ରଶ୍ନ କୁହନ୍ତି ।

ଏହାର ଉତ୍ତର ଦେବା ପାଇଁ ବ୍ୟକ୍ତି କୁ ବୁଦ୍ଧି ପ୍ରୟୋଗ କରିବାକୁ ପଡ଼ିଥାଏ । ଆଜି ଆମେ ଏମିତି ପ୍ରଶ୍ନ ପଚାରିବାକୁ ଯାଉଛୁ ଯେ ଯାହା ତୁମ ପାଇଁ ଠିକ୍ ଏବଂ ତା ସହ ତୁମ ମନୋରଞ୍ଜନ ବି ହେବ । ଆଜି କିଛି ଏମିତିକା ପ୍ରଶ୍ନ ପଚାରିବୁ ଯାହା ଉତ୍ତର ସମସ୍ତେ ସହଜରେ ଦେଇପାରିବେନି । ତେବେ ଆସନ୍ତୁ ଜାଣିବା ସେହି ସବୁ ପ୍ରଶ୍ନ ବିଷୟରେ, ଯାହାର ଉତ୍ତର ଦେବାକୁ ଆପଣଙ୍କୁ ମଧ୍ୟ ମଜା ଲାଗିବ ।

 

୧. ଲମ୍ବ ରେ ଛୋଟ, କାମରେ ହିନ ଓ ଗୀତ ବଜାଇବା ଅଭ୍ୟାସ ଯାହାର, ତାର ନାମ କଣ ?

ସେ ହେଉଛି ମଶା, ଯିଏ କାନ ପାଖରେ ଗୀତ ଗାଏ ଓ ମଣିଷକୁ କାମୁଡି ହଇରାଣ ବି କରେ ।

୨. ଦିନରେ ସୁଏ, ରାତିରେ ଯେତେ କାନ୍ଦେ ସେତେ ସରିସରି ଯାଏ, କୁହ ସେ କିଏ ?

ମହମବତୀ, ଦିନରେ ଏହାର ଆବଶ୍ୟକତା ନଥାଏ କିନ୍ତୁ ଅନ୍ଧାର ରେ ଏହା କାମ ରେ ଆସେ ଓ ଯେତେ ଜଳେ ଏହା ସରି ସରି ଯାଏ ।

୩. ଏମିତି ସେ କିଏ ଯାହାର ଗୋଡ଼ ନାହିଁ ସେ ଚାଲେ ।

ଘଣ୍ଟା, ଏହାର ଗୋଡ ନଥାଇ ମଧ୍ୟ ଏହା ଚାଲିଥାଏ ।

.୪. ଯାହାକୁ ପୁଅ ବର୍ଷ ସାରା ପିନ୍ଧେ, ଓ ଝିଅ ବର୍ଷ ରେ ଥରେ ପିନ୍ଧେ, କୁହ ସେ କଣ?

ପଇତା, ପଇତା କୁ ପୁଅ ମାନେ ବର୍ଷ ସାରା ପିନ୍ଧନ୍ତି ହେଲେ ଝିଅ ମାନେ କେବଳ ଥରେ ପିନ୍ଧନ୍ତି ଯେତେବଳେ ବଟବୃକ୍ଷ ର ପୂଜା କରାଯାଏ । ହେଲେ ଏ ରୀତି ଏବେ ବନ୍ଦ ହେଇଗଲାଣି, ଆଉ କଉଁଠି ଏ ସବୁ ଦେଖିବାକୁ ମିଳୁନି ।

Leave a Reply

Your email address will not be published. Required fields are marked *