କଣ ଆପଣଙ୍କ ନାକ ଅସୁନ୍ଦର ବା ବଙ୍କା ଅଛି କି? ତେବେ ଏଇ ସହଜ ଉପାୟରେ ତାକୁ କରିପାରିବେ ସୁନ୍ଦର

ଏମିତିକି ପ୍ରତେକ ବ୍ୟକ୍ତି ର ସୁନ୍ଦରତା ଅଲଗା ଅଲଗା ପ୍ରକାର ରେ ମପା ଯାଇଥାଏ । ହେଲେ ଅଧିକ ପ୍ରାଥମିକତା ମୁହଁ କୁ ଦିଆଯାଇଥାଏ । ଆପଣଙ୍କ ର  ରଙ୍ଗ ଗୋରା ହେଉ କି କଳା ଏଥିରେ କିଛି ପ୍ରଭାବ ପଡେନି । କିନ୍ତୁ ଯଦି ଆପଣଙ୍କ ମୁହଁର ଆକାର ଖରାପ ହୋଇଥାଏ ତ ଆପଣ ସୁନ୍ଦର ରେ ଗଣା ହେଇ ପାରିବେନି । ଚେହେରା ଭିତରେ ବେଶି ନାକ ର ସୁନ୍ଦରତା ଦେଖାଯାଏ ।

ଯାହାର ନାକ ଗଢଣ ସୁନ୍ଦର ହୋଇଥାଏ, ସେ ଆପେ ଆପେ ସୁନ୍ଦର ଲାଗିଥାଏ ।

ଆଉ ଯାହର ନାକ ବଙ୍କା କି ଭଲ ଆକାର ର ହୋଇନଥାଏ, ତାର ସୁନ୍ଦରତା ରେ କମି ରହିଯାଏ । ନାକ ସୁନ୍ଦରତା ବଢେଇବା ରେ ମୁଖ୍ୟ ଭୂମିକା ନିଭାଇ ଥାଏ । ଲୋକ ମାନେ ନାକ କୁ ଭଲ ଆକାର ଦେବା ପାଇଁ ନାକ ର ସର୍ଜରୀ କରନ୍ତି । ହେଲେ ଏହା ଏକ ଯନ୍ତ୍ରଣାଦାୟକ ପକ୍ରିୟା । ଖୁସିଖବର ଯେ କି ଆମେ ଏମିତି ସହଜ ଉପାୟ କହିବୁ ଯାହାଦ୍ଵାରା ଆପଣ ବିନା ସର୍ଜରୀ ରେ ମଧ୍ୟ ନିଜ ନାକ କୁ ସୁନ୍ଦର କରିପାରିବେ  ଘରେ ବସି ଆପଣଙ୍କ ନାକ କୁ ଏମିତି ସୁଧାରନ୍ତୁ  ।

ଉପାୟ.୧

ଆପଣଙ୍କ ନାକକୁ ଆଙ୍ଗୁଠି ବା ବିଶିଆଙ୍ଗୁଠି ରେ ଧରନ୍ତୁ । ତାପରେ ଧୀରେ ଧୀରେ ଉପରକୁ ଉଠାନ୍ତୁ । ଏହି ପ୍ରକ୍ରିୟା କୁ ସବୁବେଳେ ୫ ରୁ ୧୦ ମିନିଟ୍ ଯାଏ କରିବ ଏମିତି କରିବା ଦ୍ୱାରା ଚେପଟା, ମୋଟା, ବଡ଼ ନାକ ଭଲ ଆକାର କୁ ପଳେଇ ଆସିବ । ସବୁଦିନ କଲା ପରେ ସପ୍ତାହ ଭିତରେ ଫରକ ନିଶ୍ଚୟ  ଅନୁଭବ କରିବେ ।

ଉପାୟ.୨

ଯଦି ନାକ କୁ ସରୁ ସୁନ୍ଦର କରିବାକୁ ଚାହାନ୍ତି ତ ନଡ଼ିଆ ତେଲ ଆଖି ଠାରୁ ନାକ ଶେଷ ଯାଏ ମାଲିସ୍ କରନ୍ତୁ, ୫ ମିନିଟ୍ ଯାଏ ଆଙ୍ଗୁଠି ରେ ଦିନକୁ ଥରେ କରନ୍ତୁ ।

ଉପାୟ.୩

ଯୋଗ ମାଧ୍ୟମରେ ନିଜ ନାକ ର ଆକାର ବଦଳେଇ ପାରିବେ, ପ୍ରତିଦିନ ଅନୁଲୋମ ବିଲୋମ ପ୍ରାଣାୟମ କରିବେ ଏଥିରେ ଗୋଟେ ପଟ ନାକ ଆଙ୍ଗୁଠି ରେ ବନ୍ଦ କରି ଆଉ ଗୋଟେ ନାକ ପଟେ ନିଶ୍ବାସ ନେବେ, ପୁଣି ଏମିତି ବିପରୀତ କରିବ ଏମିତି ୫ ମିନିଟ୍ ଯାଏ କରିବ । ଏ ଉପାୟ ନାକ ଆକାର ବଦଳେଇବା ରେ ସାହାଯ୍ୟ କରେ । ଏହାଦ୍ବାରା ୧୦୦ ରୁ ୬୦-୭୦ ପ୍ରତିଶତ ଲୋକ ଭଲ ଫଳାଫଳ ପାଇଛନ୍ତି ଏହାକୁ ଚେଷ୍ଟା କଲେ କିଛି ଖରାପ ହେବନି ।

Leave a Reply

Your email address will not be published. Required fields are marked *