ବାସ ଗୋଟେ ଛୋଟ ଉପାୟ, ଆପଣଙ୍କ ଘର ଓ ଦୋକାନ ରେ ଲୁଚି ଥିବା ସମସ୍ତ ନକରାତ୍ମକ ଶକ୍ତିକୁ ସବୁଦିନ ପାଇଁ କରିବ ଦୂର

ଆମର ଶାସ୍ତ୍ରରେ ସବୁ ସମସ୍ୟା ର ସମାଧାନ କୁହାଯାଇଅଛି । ଯଦି କିଛି ବି କାରଣରୁ ଆପଣଙ୍କ ଘରର ସୁଖ ଶାନ୍ତି ଯଦି କେଉଁଠି ଚାଲି ଯାଇଛି ଆଉ ନୂଆ ନୂଆ ଅସୁବିଧା ଆସୁଅଛି ବା ଘରେ ହଠାତ କାହା ଦେହ ଖରାପ ହେଉଛି ପୁଣି କେଉଁ ସଦସ୍ୟର କିଛି ଦୁର୍ଘଟଣା ର ସାମ୍ନା ହେଉଛନ୍ତି ତେବେ ଆପଣ ବୁଝିଯିବେ କି ଆପଣଙ୍କ ଘର ଉପରେ ଖରାପ ଶକ୍ତିର ପ୍ରଭବ ପଡି ସାରିଲାଣି ।

ନକରାତ୍ମକ ଊର୍ଜା କେବଳ ଆମ ସହିତ ଚଳନ୍ତି ନି ବରଂ ଆମେ ଯେଉଁ ଜିନିଷ ବ୍ୟବହାର କରୁଛୁ ତା ଭିତରେ ରହି ଯାଆନ୍ତି ।

ଘରେ ଥିବା ପରଦା କାନ୍ଥ ବା ଘରର ଥିବା ଫର୍ନିଚର ରେ ରହି ପାରନ୍ତି । ତେବେ ଆସନ୍ତୁ ଜାଣିବା ଏହାର ଉପାୟ ,ଏହି ସରଳ ଉପାୟ କୁ ଆପଣ କେଉଁଠି ବି କରି ପାରିବେ । ହଁ ଘରେ ବି କରି ପାରିବେ, ଦୋକାନ ରେ ବା ଯେଉଁଠି ନକାରାତ୍ମକ ଊର୍ଜା ର ପ୍ରଭାବ ଦେଖା ଯାଉଛି ଆଉ ସବୁଠୁ ଖାସ କଥା ଏହାକି ଏହି ଉପାୟ ପାଇଁ ଆପଣଙ୍କୁ ଗୋଟେ ବି ଟଙ୍କା ଖର୍ଚ କରିବା ଆବଶ୍ୟକତା ନହିଁ କି ବାହାରୁ କିଛି ଜିନିଷ ଆଣିବା ଦରକାର ନାହିଁ ।

ଏହି ଉପାୟ ନକାରାତ୍ମତା କୁ ଦୂର କରିବା ପାଇଁ ସବୁଠୁ ଠିକ ଉପାୟ ଭିତରୁ ଗୋଟେ ଅଟେ, ଏହା ବହୁତ ସରଳ ଏବଂ କାମକଲାଭଳି ଏହାକୁ କେହିବି ବହୁତ ସହଜ ଉପାୟ ରେ କରି ପାରିବେ । ଏହି ଉପାୟ କେଉଁ ଦିନ ବି କରିପାରିବେ କିନ୍ତୁ ଆପଣ ଏହାକୁ ରବିବାର ଦିନ କଲେ ଏହା ବହୁତ ହିଁ ଫଳପ୍ରଦ ହେବ ।  ଏହି ଉପାୟକୁ କରିବା କିଛି ଦିନ ପରେ ଆପଣଙ୍କୁ ଏହାର ପ୍ରଭାବ ଅନୁଭବ ହବାକୁ ଲାଗିବ ।

ଏହା ପାଇଁ ଆପଣଙ୍କୁ ଗୋଟେ ଆମ୍ବ ବା ଅଶୋକର ପତ୍ର ନବାକୁ ପଡିବ, ଏବଂ ଗୋଟେ କଳସ । ଏହାପରେ ସକାଳୁ ଯେବେବି ପ୍ରଥମ ଖରା ଆସିବ ସେତିକି ବେଳେ ଏହି କଳସ ରେ ପାଣି ଭରି ଆପଣ ଏହାକୁ ଘରର ସେଇ ସ୍ଥାନରେ ରଖିବେ ଯେଉଁଠି ଖରା ସିଧା ଏହି କଳସ ଉପରେ ପଡିବ ।  ଆଉ ସେ ପର୍ଯ୍ୟନ୍ତ ତାକୁ ସେଇଠି ରଖିବେ ଯେଉଁ ପର୍ଯ୍ୟନ୍ତ ଖରା ଚାଲି ନ ଯାଇଛି । ଏହା କରିବା ପରେ ଏହି ପାଣିରେ ଅଶୋକ ବା ଆମ୍ବର ପତ୍ର ପକାଇ ସେହି ପାଣିକୁ ଘର ବା ଦୋକାନ ରେ ସବୁ କୋଣରେ ଛାଟି ଦିଅନ୍ତୁ । ଆପଣ କିଛି ହିଁ ଦିନରେ ଅନୁଭବ କରିବେ କି ଆପଣଙ୍କ ଘରୁ ନକରାତ୍ମକ ଊର୍ଜା ସବୁବେଳେ ପାଇଁ ବହୁତ ଦୂରକୁ ଚାଲି ଯାଇଛି ।

Leave a Reply

Your email address will not be published. Required fields are marked *