ଗ୍ୟାସ ସମସ୍ୟା ହେଉ ବା ପେଟ ହେଉ ନାହିଁ ସଫା, ଆପଣାନ୍ତୁ ଏହି ୧୦ଟି ଉପାୟ- ପେଟର ସବୁ ସମସ୍ୟା ହେବ ଦୂର

ଯଦି ଆପଣଙ୍କ ପେଟ ସଫା ରୁହେ ନାହିଁ ଓ ଗ୍ୟାସ ସମସ୍ୟା ମଧ୍ୟ ରହୁଛି ତେବେ ଆଜି ଆମେ ଆପଣଙ୍କ ପାଇଁ ଗୋଟେ ବିଶେଷ ଉପାୟ ଆଣିଛୁ ଯାହା ଦ୍ଵାରା ଆପଣ ନିଜ ପେଟ ସଫା ରଖି ପାରିବେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା ଦ୍ଵାରା ଆପଣ ଘର ଜିନିଷ ଦ୍ଵାରା ଆପଣଙ୍କ ସମସ୍ୟା ଭଲ କରି ପାରିବେ । ଯଦି ଏହା ପରେ ବି ଆପଣଙ୍କୁ କିଛି ସମସ୍ୟା ହୁଏ ତେବେ ଆପଣଙ୍କୁ ଡକ୍ଟର ପାଖକୁ ଯିବା ଆବଶ୍ୟକ ଅଟେ ।

ତେବେ ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ ବିଷୟରେ ଯାହା ଦ୍ଵାରା ଆପଣଙ୍କ ପେଟ ସମସ୍ୟା ଦୂର ହୋଇଯିବ :

– ରାତିରେ ଶୋଇବା ଆଗରୁ ଉଷୁମ ଖିର ସହ ଅରଣ୍ଡୀ(castor) ତେଲ ମିଶାଇ ପିୟନ୍ତୁ ।

– ରାତିରେ ଶୋଇବା ଆଗରୁ ଉଷୁମ ଖିରରେ ଦେଶୀ ଘିଅ ମିଶାଇ ପିୟନ୍ତୁ । ଘିଅ ଶୁଦ୍ଧ ହେବା ଆବଶ୍ୟକ ମିଲାବଟି ନୁହେଁ ।

– ତ୍ରିଫଳ ଚୁରନ ଖାଇବେ ଏହା ଦ୍ଵାରା ଆପଣଙ୍କ ପେଟ ସଫା ହୋଇ ଥାଏ ଏବଂ ଗ୍ୟାସ ସମସ୍ୟା ମଧ୍ୟ ଦୂର ହୋଇ ଥାଏ ।

– ସକାଳେ ଶୌଚାଳୟ ଯିବା ଆଗରୁ ଟିକେ ଉଷୁମ ପାଣି ରେ କଳା ଲୁଣ ପକାଇ ପିଅନ୍ତୁ ।

– ଖାଦ୍ୟ ସହ କଳା ଲୁଣ ଓ ଲେମ୍ବୁ ବ୍ୟବହାର କରନ୍ତୁ ।

– ଯଦି ଖାଦ୍ୟ ରେ କଳା ଲୁଣ ପକେଇବା ସମ୍ଭବ ନୁହେଁ ତେବେ ଲେମ୍ବୁ ଉପରେ କଳା ଲୁଣ ଲଗେଇ ଖାଆନ୍ତୁ ।

– ଉଷୁମ ପାଣି ରେ ମହୁ ମିଶାଇ ରାତି ରେ ପିଅନ୍ତୁ ।

– ରାତିରେ ଉଷୁମ ପାଣି ରେ ଲେମ୍ବୁ ରସ ମିଶାଇ ପିଅନ୍ତୁ ।

– ମିଠାଆଳୁ ଖାଆନ୍ତୁ ଏହା ଫାଇବାର ପୂର୍ଣ୍ଣ ହୋଇ ଥାଏ ଯାହା ଆମ ଶରୀର ପାଇଁ ବହୁତ ଆବଶ୍ୟକ ଅଟେ ।

– କିସମିସ ରାତିରେ ଶୋଇବା ଆଗରୁ ୬-୭ଟି ଖାଆନ୍ତୁ ଏହା ଆପଣଙ୍କ ପେଟ ଭଲ ରଖିବାରେ ସାହାୟକ ଅଟେ ।

ତେବେ ଯଦି ଆପଣଙ୍କର ମଧ୍ୟ ଏହିଭଳି କିଛି ପେଟ ଜନିତ ସମସ୍ୟା ଅଛି ତେବେ ଉପରେ ଦିଆ ଯାଇଥିବା ସମସ୍ତ ଉପାୟ କୁ ଆପଣାଇ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । ଆଗକୁ ଏହିଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଏହି ଆର୍ଟିକ୍ଲ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ଯାହା ଫଳରେ ସେମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ ।

Leave a Reply

Your email address will not be published. Required fields are marked *