କଣ କାଲି ନିର୍ଭୟାର ଦୋଷୀ ଙ୍କୁ ହେବ ଫାଶୀ, ଜାଣନ୍ତୁ ଏ ପର୍ଯ୍ୟନ୍ତର ସମ୍ପୁର୍ଣ୍ଣ ଖବର

ନିର୍ଭୟା ଗ୍ୟାଙ୍ଗ ରେପ୍ ଓ ହତ୍ୟା ମାମଲାରେ ଦୋଷୀ ମାନଙ୍କୁ ଫାଶୀ ର ସଜା ଦେବା ପାଇଁ ୨୪ ଘଣ୍ଟା ରୁ କମ୍ ସମୟ ରହିଛି । ଏଥିପାଇଁ ସମସ୍ତ ଙ୍କ ମନ ରେ ପ୍ରଶ୍ନ ଉଠିଛି ଯେ ୧ ଫେବୃଆରୀ ସକାଳ ୬ ରୁ ଫାଶୀ ଦିଆଯିବ ନା ଖାଲି ଦୋଷୀ ମୁକେଶ କୁ ଛାଡି ଆଉ ସମସ୍ତଙ୍କ ପାଖରେ କାନୁନ୍ ବା ରାଷ୍ଟ୍ରପତି ଙ୍କ ସକ୍ଷମ ଦୟାଯାଚିକା ଦାଖଲ କରିବା ର ସୁଯୋଗ ରହିଛି ।

ଅନ୍ୟ ୩ ଜଣ  ଙ୍କ ଦୟାଯାଚିକା ରାଷ୍ଟ୍ରପତି ଙ୍କ ଦ୍ଵାରା ଖାରଜ ହେଲା ପରେ ସୁପ୍ରିମକୋର୍ଟ ର ସାହାରା ନେଇଥିଲେ ।

ଶୁକ୍ରବାର ଦିନ ଦିଲ୍ଲୀ ର ଏକ ଅଦାଲତ ରେ ନୋଟିସ ଜାରି ହୋଇଚି । ଏଥିରେ ୧ ଫେବୃଆରୀ ର ଫାଶୀ ର ଅଟକ ରଖା ଯିବା ପାଇଁ କୁହାଯାଇଛି ।

ଦୋଷୀ ମୁକେଶ ପାଖରେ ସବୁ ବିକଳ୍ପ ଶେଷ ।

ଏବେ ଯାଏ କେବଳ ମୁକେଶ ରହିଲେ ଯାହାଙ୍କ ପାଖରେ ସବୁ ବିକଳ୍ପ ଶେଷ ହେଇଯାଇଛି । ୧୭ ଜାନୁଆରୀ ରେ ଦୟାଯାଚିକା ରାଷ୍ଟ୍ରପତି ଖାରଜ କରିଦେଇଥିଲେ । ଉଚ୍ଚତମ ନ୍ୟାୟାଳୟ ବି ବୁଧବାର ଦିନ ତାଙ୍କ ଅପିଲ କୁ ଖାରଜ କରିଥିଲେ । ରାଷ୍ଟ୍ରପତି ଏସବୁ ବିଷୟ ରେ ବହୁତ ବିଚାର କରି ଏମିତି କରିଥିଲେ ।

ଦୋଷୀ ଅକ୍ଷୟ ଠାକୁର ର କ୍ୟୁରେଟିବ ଯାଚିକା ଖାରଜ କରାଯାଇଛି ।

ଗୁରୁବାର ଦିନ କ୍ୟୁରେଟିବ ଯାଚିକା ସୁପ୍ରିମକୋର୍ଟ ଖାରଜ କରିଥିଲେ । ନିର୍ଭୟା ଘଟଣା ରେ ଅକ୍ଷୟ କେବଳ ଫାଶୀ ବନ୍ଦ ପାଇଁ ଅନୁମତି ମାଗିଥିଲେ । ସେ ଏବେ ରାଷ୍ଟ୍ରପତି ଙ୍କ ଦୟାଯାଚିକା ବା ସୁପ୍ରିମକୋର୍ଟ ଯାଚିକା ଦାଖଲ କରି ଫାଶୀ ବନ୍ଦ ପାଇଁ ଅନୁମତି ମାଗି ପାରିବେ । ବିନୟ ସୁଧାରତ୍ମକ ଯାଚିକା ଅଦାଲତ ଖାରଜ ପରେ ରାଷ୍ଟ୍ରପତି ଙ୍କ ଯାଚିକା ର ବିକଳ୍ପ ଅଛି । ୪ ର୍ଥ ଦୋଷୀ ପବନ ଗୁପ୍ତା ର ସୁଧାରତ୍ମକ ଓ ରାଷ୍ଟ୍ରପତି ଙ୍କ ଯାଚିକା ୨ ଟି ବିକଳ୍ପ ରହିଛି ।

ଏଥିରେ ୬ ଜଣ ଦୋଷୀ ସାମିଲ ଥିଲେ । ସେଥିରେ ଜଣେ ନାବାଳିକ ଥିଲେ ସେ କିଶୋର ଜେଲ୍ ର ସଜା କାଟି ସାରି ମୁକ୍ତି ପାଇସାରିଲେଣି । ଆଉ ଜଣେ ରାମ ସିଂହ ସେ ଜେଲ୍ ରେ ନିଜେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଏ ସମସ୍ତେ ଗୋଟେ ୨୩ ବର୍ଷ ର ଝିଅ କୁ ଚଳନ୍ତା ବସ୍ ରେ ରେପ୍ କରି ସାରି ବହୁତ ପିଟିଥିଲେ ତାପରେ ସେ ମରିଯାଇଥିଲା । ଏ ଘଟଣା ଟି ୧୬ ଡିସେମ୍ବର ୨୦୧୨ ରେ ଘଟିଥିଲା ।

ନିର୍ଭୟାର ସମସ୍ତ ଦୋଷୀଙ୍କୁ ତିହାଡ ର ଜେଲ ନମ୍ବର 3ରେ ରଖା ଯାଇଛି ଏବଂ ସେହି 4ଟି କାଲକୋଠରି ଅଟେ । ଯେଉଁଥିରେ ଏହି ଅପରାଧୀ ମାନଙ୍କୁ ବନ୍ଦୀ କରି ରଖାଯାଇଛି । ସେମାନଙ୍କୁ ଫାଶୀ ଦେବା ପାଇଁ ପବନ ଜଲ୍ଲାଦ ମଧ୍ୟ ତିହାଡ ଜେଲ ରେ ପହଞ୍ଚି ସାରିଲେଣି । ଫାଶୀ ଘର ମଧ୍ୟ ସେହି ଜେଲ ନମ୍ବର 3ରେ ହିଁ ଅଛି ଯେଉଁଠି ଅପରାଧୀ ମାନେ ବନ୍ଦୀ ଅଛନ୍ତି । ମାତ୍ର କିଛି ପାଦ ଦୂରରେ ।

Leave a Reply

Your email address will not be published. Required fields are marked *