ଭାତ ଖାଇଲେ ହ୍ରାସ ହୁଏ ଓଜନ, ଜାଣନ୍ତୁ ଏହା ସହ ଜଡିତ କିଛି ଖାସ କଥା

ଭାତ ସ୍ଵାଦ ଏବଂ ପୋଷଣରେ ଭରପୁର ଥିବା ଏମିତି ଏକ ଖାଦ୍ଯ ଯାହାକୁ କେବଳ ଭାରତ ନୁହଁ ସମଗ୍ର ବିଶ୍ଵର ଜନତା ଏହାକୁ ଖାଦ୍ଯରୂପେ ଗ୍ରହଣ କରିଥାନ୍ତି। ଭାରତରେ ଭାତକୁ ବିରିୟାନୀ, ଇଟାଲିୟାନ ରିଷ୍ଟୋ, ଫ୍ରାଇଡ ରାଇଶ ଇତ୍ୟାଦି ଅନେକ ଉପାୟରେ ଖାଦ୍ଯରୂପେ ଗ୍ରହଣ କରିଥାନ୍ତି। ଭାତକୁ ପ୍ରସ୍ତୁତ କରିବା ବହୁତ ସହଜ ହେଇଥାଏ। ଭାତ ଲୋକଙ୍କର ଅତି ପ୍ରିୟା ଖାଦ୍ଯ ହେଇଥିଲେ ମଧ୍ୟ ଲୋକମାନେ ଏହାକୁ ଓଜନ ବଢାଉଥିବା ଖାଦ୍ଯ ବୋଲି ଭାବନ୍ତି । କିନ୍ତୁ ଡାକ୍ତର ଏବଂ ଆହାର ବିଶେଷଜ୍ଞମାନେ ଭାତକୁ ଖାଦ୍ଯରୂପେ ଗ୍ରହଣ କରିବାକୁ ଉପଦେଶ ଦେଇଥାନ୍ତି। ଏମିତିରେ ଅନେକ ଲୋକଙ୍କ ମନକୁ ଏହି ପ୍ରଶ୍ନ ଉଙ୍କି ମାରୁଥାଏ ଯେ କଣ ସତରେ ଭାତ ଖାଇବା ଦ୍ଵାରା ମଣିଷର ଓଜନ ବୃଦ୍ଧି ପାଇଥାଏ?

Image Courtesy: Google

ହ୍ୟୁମାନ ହେଲଥ ଓ ୱେଲନେସ ଉପରେ ଧ୍ୟାନ ଦେଉଥିବା ୱେବସାଇଟ Healthshotsରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଯଦି କିଛି ବିଶେଷ ଦିଗ ପ୍ରତି ଧ୍ୟାନ ରାଖୀ ଭାତ ସେବନ କରାଏ ତେବେ ଶରୀରର ଓଜନ ବଢିବା ପରିବର୍ତେ କ୍ରମଶଃ ହ୍ରାସ ପାଇଥାଏ।

କଣ ଭାତ ଦ୍ଵାରା ଓଜନ ବୃଦ୍ଧି ହୋଇଥାଏ ?

Image Courtesy: Google

“ଯଦି ଆପଣ ଓଜନ କମ କରିବାକୁ ଚାହୁଞ୍ଚନ୍ତି ଓ ଆପଣ ମଧୁମେହ ରୋଗର ଶିକାର ହେଇଛନ୍ତି ତେବେ ଆପଣ କେବେବି ଭାତ ଖାନ୍ତୁ ନାହିଁ। “—ଏପରି ଅନେକ କଥା ଆମେ ବାଲ୍ୟକାଳରୁ ଶୁଣିଆସିଛେ। କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ପୋଷଣରେ ପରିପୂର୍ଣ ଥିବା ଭାତ ଆପଣଙ୍କ ପେଟ ପାଇଁ ବହୁତ ଲାଭ ଦାୟକ ହେଇଥାଏ। ଭାତର ପ୍ରକାର ଉପରେ ନିର୍ଭର କରେ ଯେ ସେଥିରେ କେତେ ପରିମାଣର ପୋଷଣ ଅଛି। ସାଧାରଣତଃ ଭାତରେ ଭିଟାମିନ, ଥାଇମିନ, ଫାଇବର ଓ ଆଇରନର ମାତ୍ରା ନିହିତ ଥାଏ।

ଧଳା ଭାତ କେବେବି ଖାନ୍ତୁ ନାହିଁ ।

Image Courtesy: Google

ଭାତ ପୋଷଣଯୁକ୍ତ ଖାଦ୍ଯ ହେଇଥାଏ କିନ୍ତୁ ଧଳା ଚାଉଳକୁ ପଲିସ କରା ଯାଉଥିବାରୁ ଏହା ଶରୀର ପାଇଁ କ୍ଷତିକାରକ ହେଇଥାଏ। ମାଟିଆ ଚାଉଳରେ ଫାଇବର ଥିବାରୁ ଏହି ଚାଉଳର ଭାତ ବହୁତ ଭଲ ହେଇଥାଏ ଏବଂ ଏହା ଓଜନ କମ କରୁଥିବା ଲୋକଙ୍କ ପାଇଁ ବହୁତ ଭଲ ହେଇଥାଏ। ଏହା ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣ କରିବା ସହ ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ। ଏହା ଶରୀରର ହଜମ ଶକ୍ତି ମଧ୍ୟ ବଢାଇବାରେ ସହାୟକ ହେଇଥାଏ । ଆଶା କରୁଛୁ ଆପଣଙ୍କୁ ଆମର ଏହି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ସାହାଯ୍ୟ କରିବେ ।

Leave a Reply

Your email address will not be published. Required fields are marked *