Turkeyରେ ଭୂମିକମ୍ପର ତାଣ୍ଡବ! ଦେଖିଲେ ବିଶ୍ଵାସ ହେବନି… କିଛି କ୍ଷଣରେ ଚାଲିଗଲା ହଜାର ହାଜର ଜୀବନ, ଦେଖନ୍ତୁ Video

ବନ୍ଧୁଗଣ ମୁହୂର୍ତ୍ତକ ମଧ୍ୟରେ ଧରାସାୟୀ ହୋଇଛି ବିରାଟ ଅଟାଳିକା । ଦେଖୁ ଦେଖୁ ମାଟିରେ ମିଶି ଯାଉଛି 6 ତାଲା ବିଲଡିଙ୍ଗ । ଆଉ ତାରି ଭିତରେ ଛାପି ହୋଇ ଯାଉଛନ୍ତି ଶତାଧିକ ଲୋକ । ଏ ପ୍ରକୃତିର ତାଣ୍ଡବ ସହିଥିବା ତୁର୍କୀ ର ଗୋଟେ ମାତ୍ର ଚିତ୍ର ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହିଭଳି ସହ ସହ କୋଠା, ହଜାର ହଜାର ଘର ଭୁସୁଡି ପଡିଛି ଭୂକମ୍ପର ଝଟକା ରେ ।

ଆଖି ପିଛୁଳାକେ ଛାରଖାର ହୋଇ ଯାଇଛି ତୁର୍କୀ ର ଏକାଧିକ ସହର । ତୁର୍କୀ ରେ ସମୟ ଭୋର 4ଟା 17 ମିନିଟ ଯେତେବେଳେ ସାରା ତୁର୍କୀ ଶୋଇଥିଲା । କେହି କିଛି ବୁଝିବା ଆଗରୁ ହଠାତ ଥଋ ଉଠିଥିଲା ମାଟି । ଆଉ ନିମିଷକ ମଧ୍ୟରେ ସବୁ କିଛି ସଋ ଯାଇଥିଲା । ଶୋଇବା ଅବସ୍ଥାରେ ହିଁ ଶେଷ ହୋଇ ଯାଇଥିଲା ସହ ସହ ଜୀବନ । ଅନେକେ ଘରୁ ବାହାରିବାକୁ ଚେଷ୍ଟା କରିଥିଲେ ବି ସମୟ ମିଳି ନ ଥିଲା ।

ଖବର ଅନୁଯାୟୀ ତୁର୍କୀ ରେ ଅନୁଭୂତ ହୋଇଛି 7.8 ତୀବ୍ରତା ବଡ ଭୂକମ୍ପ । ଦକ୍ଷିଣ ତୁର୍କୀ ର 33 କିମି ଦୂର ଗାଜିଆନ ତିପ ଥିଲା ଭୂମିକମ୍ପର କେନ୍ଦ୍ର ସ୍ଥଳ । ଉଧାର କାର୍ଯ୍ୟ ଜୋରସୋର ରେ ଚାଲିଥିବା ବେଳେ ତୁର୍କୀ ଉପରେ ପୁଣି ଥରେ ପଡିଥିଲେ ପ୍ରକୃତିର କୋପ । କିଛି ଘଣ୍ଟାର ବ୍ୟବଧାନ ପରେ ପୁଣି ବଡ ଧରଣର ଭୂକମ୍ପ ର ଝଟକା ଲାଗିଥିଲା । ଏଥର ଭୂକମ୍ପ ର ତୀବ୍ରତା ଥିଲା 7.6 ।

ଭୂକମ୍ପ ରେ ଶତାଧିକ କୋଠା ମାଟିରେ ମିଶି ଯାଇଥିବା ବେଳେ ପର୍ବତ ଶିଖର ରେ ନିର୍ମିତ ଇତିହାସ ଗାଜିଆନତିପ ଦୁର୍ଗ ବି ଧରାଶାୟୀ ହୋଇଛି । ଏବେ ବି ଭଙ୍ଗା କୋଠା ତଳେ ଅନେକ ଫଶୀ ରହିଥିବାର ଆଶଙ୍କା କାର ଯାଉଛି । ଜୋରସୋରେ ରେ ଚାଲିଛି ଉଧାର କାର୍ଯ୍ୟ । ତୁର୍କୀ ସହ ଶିରିଆ ରେ ମଧ୍ୟ ଜୋରଦାର ରେ ଭୂକମ୍ପ ଝଟକା ଲାଗିଛି । ସେଠାରେ ଇ ଶତାଧିକ ଲୋକଙ୍କର ଜୀବନ ଯାଇଛି ।

ତୁର୍କୀ ର ଏଭଳି ବିପପତି ସମୟରେ ତୁରନ୍ତ ଶାଯୋଗର ହାତ ବଢାଇଛି ଭାରତ । ତୁର୍କୀ କୁ ସବୁ ପ୍ରକାରର ସାହାଜ୍ଯ କରିବାକୁ ଘୋଷଣା ଅରିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦୀ । ଉଧାର କାର୍ଯ୍ୟ ପାଇଁ 100 ଜଣିଆ ଦୁଇ ଟିମ ସହ ସ୍ଵତନ୍ତ୍ର ଭାବେ ତାଲିମ ପ୍ରାପ୍ତ ଡକ୍ସ ସ୍କ୍ଯାତ ପଠାଯିବ । ଏହା ସହ ମେଡ଼ିସିନ ଓ ରିଲିଫ ସାମଗ୍ରୀ ଧରି ମେଡିକାଲ ଟିମ ମଧ୍ୟ ବହୁତ ଜଲ୍ଦି ତୁର୍କୀ ଯିବ ।

ତୁର୍କୀ ରେ ଏହା ପୂର୍ବରୁ 1949 ଜୁନ 27 ତାରିଖରେ ବଡ ଧରଣର ଭୂକମ୍ପ ହୋଇଥିଲା । 7.8 ତୀବ୍ରତାରେ ଏହି ଭୂକମ୍ପ ରେ 33 ହଜାର ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *