ବିବାହ ମଣ୍ଡପ ଛାଡି ପଳେଇଲା କନ୍ୟା, ଏହା ପରେ ଯାହା ହେଲା ତାହା ଜାଣି ଆପଣ ବିଶ୍ଵାସ କରି ପରିବେନି !

ବିବାହ ସମସ୍ତଙ୍କ ଜୀବନର ବହୁତ ମହତ୍ଵପୂର୍ଣ ସମୟ ହୋଇ ଥାଏ ଏହି ସମୟ ପରେ ସମସ୍ତଙ୍କ ଜୀବନ ବଦଳି ଥାଏ କିନ୍ତୁ ସବୁ ଠାରୁ ଅଧିକ ଏହି ସମ୍ପର୍କ ଦୁଇ ଲୋକଙ୍କୁ ପ୍ରଭାବିତ କରି ଥାଏ ତାହା ହେଲା ବର ଓ କନ୍ୟା । ତାଙ୍କ ଜୀବନ ପୂର୍ଣ ଭାବରେ ବଦଳି ଯାଏ । ଝିଅ ପାଇଁ ଏହି ସମୟ ବହୁତ ଅଲଗା ପ୍ରକାର ହୋଇ ଥାଏ କାହିଁକିନା ଦୁଃଖ ଓ ଖୁସି ଏକା ସହ ପ୍ରାପ୍ତ ହୋଇ ଥାଏ ନିଜ ଘର ଛାଡିବାକୁ ପଡି ଥାଏ ଏବଂ ନୂଆ ସମ୍ପର୍କ ମଧ୍ୟ ଯୋଡି ହୋଇ ଥାଏ ।

ତେବେ ଝିଅ ଖୁସି ବି ଥାଏ ଏବଂ ନିଜ ଘର ପାଇଁ ଦୁଃଖୀ ମଧ୍ୟ ହୋଇ ଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ବି ଲାଗିବ ଏବଂ ହସ ମଧ୍ୟ ଲାଗିବ । ଯେଉଁ ଜାଗା ଘଟଣା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ମହାରାଷ୍ଟ୍ର ର ବର୍ଦ୍ଧା ଜିଲ୍ଲାର ଅଟେ । କିଛି ଦିନ ପୂର୍ବରୁ ପ୍ରିୟଙ୍କା ନାମକ କନ୍ୟାର ବିବାହ ଗଜାନନ କାଲସ୍କର ସହ ଧାର୍ଯ୍ୟ ହୋଇ ଥିଲା, ବିବାହ ଦିନ ମଧ୍ୟ ସବୁ ଭଲ ଥିଲା ଏହା ପରେ ବର ଗଜାନନ ନିଜ ସାଙ୍ଗ ଓ ପରିବାର ସହ ବ୍ୟାଣ୍ଡ ବାଜା ସହ ବିବାହ କରିବା ପାଇଁ ଝିଅ ଘରେ ଆସି ପହଞ୍ଚିଲେ ।

ଝିଅ ଘରେ ମଧ୍ୟ ବରର ସ୍ଵାଗତ ବହୁତ ଧୂମ ଧାମ ସହ ହେଲା ଏହା ପରେ ବିବାହ କାର୍ଯ୍ୟ ଆରମ୍ଭ ହେଲା ଏହା ପରେ କନ୍ୟା ଆସିଲେ ଓ ବିବାହ ଆରମ୍ଭ ହେଲା । କିଛି ସମୟ ପରେ ପଣ୍ଡିତ ବର କନ୍ୟାକୁ ସାତ ଫେରା ପାଇଁ ଠିଆ ହବାକୁ କହିଲେ ଏହା ପରେ କନ୍ୟାର କଣ ହେଲା କେଜାଣି କନ୍ୟା ଠିଆ ହୋଇ ହଟାତ ଦୌଡିବା ଆରମ୍ଭ କଲେ ତାଙ୍କୁ ଏମିତି ଦୌଡିବାର ଦେଖି ଘର ଲୋକ ଓ ବର ପରିବାର ସମସ୍ତେ ଆଶ୍ଚର୍ଯ୍ୟ ଥିଲେ କିନ୍ତୁ କେହି କନ୍ୟାକୁ ଅଟକେଇ ପାଇଲେ ନାହିଁ ।

ଏହା ପରେ ସମସ୍ତେ ପ୍ରିୟଙ୍କାକୁ ଖୋଜିବା ଆରମ୍ଭ କଲେ କିନ୍ତୁ ଜଣା ପଡିଲା ଯେ ପ୍ରିୟଙ୍କା ନିଜ ବୟଫ୍ରେଣ୍ଡ ପାଖକୁ ଯାଇଛନ୍ତି ଏହା ପରେ ବର ଗଜାନନ ପ୍ରିୟଙ୍କାକୁ ଫୋନ କଲେ ଏବଂ ଏମିତି କିଛି କହିଲେ ଯାହା ପରେ ପ୍ରିୟଙ୍କା ନିଜେ ନିଜ ବୟଫ୍ରେଣ୍ଡ କୁ ଛାଡି ଗଜାନନ ସହ ବିବାହ କରିବା ପାଇଁ ଫେରିଲେ ଓ ଦୁହିଁଙ୍କ ବିବାହ ସମ୍ପର୍ଣ ହେଲା ଏବଂ ସମସ୍ତେ ଖୁସି ଥିଲେ ।

Leave a Reply

Your email address will not be published. Required fields are marked *