ଚାଲୁଥିବା ଟ୍ରେନରୁ ଓହ୍ଲାଊଥିଲା ଝିଅ, ଏହା ପରେ ଖସିଲା ଗୋଡ ଏବଂ… ଦେଖନ୍ତୁ ଭିଡିଓ

କୁହା ଯାଏ କେହି ଜାଣି ନାହାଁନ୍ତି ଯେ ମୃତ୍ୟୁ କାହାକୁ, କେବେ ଏବଂ କେମିତି ଆସିବ, କିନ୍ତୁ କେତେକ ଥର ଆମ ସହ ଯେଉଁ ଦୁର୍ଘଟଣା ହୋଇ ଥାଏ ତାହା ଆମ ନିଜ ଭୁଲ ଦ୍ଵାରା ହୋଇ ଥାଏ । ଟ୍ରେନ ଦୁର୍ଘଟଣା ବିଷୟରେ ଆପଣ ସମସ୍ତେ ଜାଣିଥିବେ, ଲୋକଙ୍କୁ ବହୁତ ଥର ଏହା କୁହା ଯାଏ ଯେ ଟ୍ରେନ ଲାଇନ କ୍ରସ କରିବା ପାଇଁ ପୋଲ ଉପଯୋଗ କରିବା ଦରକାର ଅଟେ କିନ୍ତୁ ବହୁତ ଲୋକ ଏହି କଥା ମାନନ୍ତି ନାହିଁ ଓ ଦୁର୍ଘଟଣାର ଶିକାର ହୋଇ ଥାନ୍ତି ।

ଆଜି ଆମେ ଏମିତି ଗୋଟେ ଦୁର୍ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଗୋଟେ ମହିଳାଙ୍କ ନିଜ ଭୁଲ ଦ୍ଵାରା ହବାକୁ ଯାଉଥିଲା କିନ୍ତୁ ଭାଗ୍ୟ ଭଲ ଥିବାରୁ ସେହି ମହିଳା ବଞ୍ଚି ଗଲେ ।

ଆଜି ଟ୍ରେନ ସମ୍ବନ୍ଧିତ ଗୋଟେ ନିୟମ ବିଷୟରେ ଆମେ କହୁଛୁ ଯାହା ଆପଣ ସମସ୍ତେ ଜାଣିଥିବେ ଯେ ଯେଉଁ ପର୍ଯ୍ୟନ୍ତ ଟ୍ରେନ ରୁହେ ନାହିଁ ଓହ୍ଲେଇବା ଉଚିତ ନୁହଁ ଓ ଟ୍ରେନ ପ୍ଲାଟଫର୍ମ ରେ ରହିଲା ପରେ ଓହ୍ଲେଇବା ଉଚିତ । କିନ୍ତୁ ଏହି କଥା ଜାଣିଲା ପରେ ମଧ୍ୟ ବହୁତ ଲୋକ ଚାଲୁଥିବା ଟ୍ରେନରୁ ଓହ୍ଲେଇବା ପାଇଁ ଚେଷ୍ଟା କରନ୍ତି ଓ ଦୁର୍ଘଟଣା ଶିକାର ହୋଇ ଥାନ୍ତି ।

ଚାର୍ଟର୍ଡ ଆକାଉଣ୍ଟିଂ କରୁଥିବା ପ୍ରଥମ ବର୍ଷର ଛାତ୍ରି ଅଂସାରୀ କୁଶବୁନୀସା ଏହି ଭୁଲ କରିବା ମହଙ୍ଗା ପଡିଗଲା, ଅଂସାରୀ କୁଶବୁନୀସା ଏକ୍ସପ୍ରେସ ରେ ଯାଉଥିଲେ । ଏହି ଟ୍ରେନ ଲୋନାବାଲା ଷ୍ଟେସନ ର ପ୍ଲାଟଫର୍ମ ନଂ୨ରୁ ବାହାରୁଥିଲା ସେହି ସମୟ ରେ ଅଂସାରୀ କୁଶବୁନୀସାକୁ ସେହି ଷ୍ଟେସନ ରେ ଓହ୍ଲେଇବାର ଥିଲା । ଟ୍ରେନ ରେ ବହୁତ ଭିଡ ଥିଲା ଓ ଝିଅକୁ ଓହ୍ଲେଇବାର ଥିଲା ସେଥିପାଇଁ ସେ ଲୋକଙ୍କୁ ସାଇଡ କରି ଗେଟ ପାଖକୁ ଆସିଲେ ଏବଂ ଓହ୍ଲେଇବା ପାଇଁ ଚେଷ୍ଟା କଲେ ।

ଏହି ହଡ ବଡ ପାଇଁ ତାଙ୍କ ଗୋଡ ଖସିଲା ଓ ସେ ଟ୍ରେନ ତଳକୁ ପଳେଈ ଥାନ୍ତେ କିନ୍ତୁ ଟ୍ରେନ ରେ ଥିବା କିଛି ଲୋକ ଏବଂ ତଳେ ଥିବା RPF ଜବାନ ତାଙ୍କୁ ଧରିଲେ ଏବଂ ତାଙ୍କ ଜୀବନ ରକ୍ଷା କଲେ ତେବେ ଆସନ୍ତୁ ଏହି ସିସିଟିବି ଫୁଟେଜ ଦେଖିବା । ଯେଉଁଥିରେ ଏହି ଦୁର୍ଘଟଣା ରେକର୍ଡ ହୋଇଛି ।

ତେବେ ଆମର ଏତିକି ଉପଦେଶ କି ଆପଣ ମାନେ କେବେବି ଏହି ଭୁଲ କରନ୍ତୁ ନାହିଁ । ଯେତେ ଯାହା ହେଲେ ବି ଯେଉଁଠି ଟ୍ରେନ ରହିବାର ଥିବା ସେଠି ସେ ନିଶ୍ଚିନ୍ତ ରହିବ ଓ ସଂପୂର୍ଣ୍ଣ ଭାବେ ରହିବା ପରେ ହିଁ ଆପଣ ମାନେ ଟ୍ରେନ ରୁ ତଳକୁ ଓହ୍ଲେଇବା ଉଚିତ ଅଟେ, ନଚେତ ଏହି ଭଳି ଦୁର୍ଘଟଣାର ସମ୍ମୁଖୀନ ହେବେ ।

Leave a Reply

Your email address will not be published. Required fields are marked *