ଇଣ୍ଡଷ୍ଟ୍ରିକୁ ଛାଡି ନିଜର ବିବାହ ପରେ ବିଦେଶରେ ରହୁଛନ୍ତି ଏହି ଅଭିନେତ୍ରୀ ମାନେ

ବନ୍ଧୁଗଣ ଆମ ଓଡିଆ ହିନ୍ଦୁ ଧର୍ମରେ ଗୋଟିଏ ଢଗ ରହିଅଛି ଯେ, “ଝିଅ ଜନମ ପର ଘରକୁ” । ମାତ୍ର କେତେକ କ୍ଷେତ୍ରରେ ଏହା ପର ଘରକୁ ନହୋଇ ପର ଦେଶକୁ ହୋଇଯାଉଛି । ବନ୍ଧୁଗଣ କଥାରେ ଅଛି “ଓଡିଆ ବେସ୍ ବଢିଆ” । ଦର୍ଶକ ମାନେ ସାଧାରଣତ ଓଡିଆ ଧାରାବାହିକ ହେଉ କି ଅବା ଚଳଚ୍ଚିତ୍ର ହେଉ ଉଭୟକୁ ଅତ୍ୟଧିକ ପସନ୍ଦ କରିବା ସହିତ ସେଥିରୁ ବହୁତ ମାତ୍ରାରେ ପ୍ରଭାବିତ ହୋଇଥାନ୍ତି । କାହାକୁ ଅଭିନୟ କରୁଥିବା କଳାକାର ମାନଙ୍କ ମଧ୍ୟରୁ ନେଗେଟିଭ କ୍ୟାରେକ୍ଟର ଭଲ ଲାଗିଥାଏ ତ ଆଉ କାହାକୁ ପଜେଟିଭ କ୍ୟାରେକ୍ଟର ।

ଯିଏ ଉଭୟ କ୍ଷେତ୍ରରେ ଯେ ବେସ୍ ଭଲ ଅଭିନୟ କରିଥାଏ ଦର୍ଶକେ ପ୍ରାଏ ତାଙ୍କୁ ପସନ୍ଦ କରିଥାନ୍ତି, ଏବଂ ସେମାନେ ଚାହିଁଥାନ୍ତି ଯେ, ନୀତିଦିନ ସିରିୟଲରେ ସେହି କଳାକାରଙ୍କୁ ଦେଖିବାକୁ ମିଳୁ । ମାତ୍ର ଯଦି ସେମାନେ ସିରିୟଲ ହେଉ କିଅବା ଫିଲ୍ମ ଜଗତ ଠାରୁ ଦୂରେଇ ଗଲେ ଦର୍ଶକଙ୍କ ମନରେ ବହୁତ କଷ୍ଟ ହୋଇଥାଏ । ଦର୍ଶକ ମାନେ ପୁନର୍ବାର ସେମାନଙ୍କ ଫେରିବା ବାଟକୁ ଚାହିଁ ବସିଥାନ୍ତି । ବନ୍ଧୁଗଣ କେତେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପରେ ବିଦେଶରେ ରହୁଛନ୍ତି, ଆଜି ଆମେ ଆପଣଙ୍କୁ ସେମାନଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଛୁ । ଆଶା କରୁଛୁ ଆପଣଙ୍କୁ ଏହା ପସନ୍ଦ ଆସିବ ।

୧- ଈପ୍ସିତା ମହାନ୍ତି;- ବନ୍ଧୁଗଣ ଓଡିଆ ଧାରାବାହିକ ତୁଲସୀ ରେ ଅଭିନୟ କରି ଲୋକ ପ୍ରିୟ ହାସଲ କରିଥିବା ଏହି ଅଭିନେତ୍ରୀ ଜଣକ ସବୁଦିନ ପାଇଁ ଓଡିଶା କୁ ବିଦାୟ କରି ବିବାହ ହୋଇ ଦୁବାଇ କୁ ଚାଲିଯାଇଥିଲେ । ସେ ତାଙ୍କ ସ୍ଵାମୀ ରୋହିତ ମହାନ୍ତି ଏବଂ ନିଜର ଦୁଇ ସନ୍ତାନଙ୍କ ସହିତ ବର୍ତ୍ତମାନ ଦୁବାଇ ରେ ରହିଆସୁଛନ୍ତି । ପୂର୍ବରୁ ତାଙ୍କର ଗୋଟିଏ ପୁତ୍ର ହୋଇଥିଲା ବର୍ତ୍ତମାନ ସେ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।

୨- ସୁନିତା ଗୋରାବଡୁ;- ବନ୍ଧୁଗଣ ଆଲବମ ଏବଂ କେତେକ ମେଗାଧାରାବାହିକ ରେ କାମ କରି ବେସ ସଫଳ ହୋଇଥିବା ଏହି ଅଭିନେତ୍ରୀ ଏବେ ନିକଟରେ ବିବାହ କରିଛନ୍ତି ବାବା ସୋମନାଥ ଙ୍କୁ । ବିବାହ ପରେ ସେ ନିଜ ସ୍ବାମୀଙ୍କ ସହ ଏରୀଲ୍ୟାଣ୍ଡ ରେ ରହୁଛନ୍ତି ।

୩- ଯାଜ୍ଞସିନୀ ଜେନା;- ବନ୍ଧୁଗଣ “ତୋ ପାଇଁ ମୁଁ” ଧାରାବାହିକ ରେ ଜୟା ଚରିତ୍ରରେ ଅଭିନୟ କରି ଏହି ଅଭିନେତ୍ରୀ ଜଣକ ଦର୍ଶକଙ୍କ ମନକୁ ବେସ ଭଲଭାବେ କିଣି ନେଇଥିଲେ । ମାତ୍ର ସେ ୨୦୧୯ ରେ ବିବାହ କରି ସିରିୟଲ କୁ ଅଧାରୁ ଛାଡି ଦେଇଛନ୍ତି । ତାଙ୍କ ସ୍ଵାମୀ ଜଣେ ଇଞ୍ଜିନିୟର ଏବଂ ବର୍ତ୍ତମାନ ଉଭୟ ଦୁବାଇରେ ରହୁଛନ୍ତି ।

ବନ୍ଧୁଗଣ ଯାଜ୍ଞସିନୀ “ତୋ ପାଇଁ ମୁଁ” ଧାରାବାହିକ ରେ ବହୁତ ଉନ୍ନତ ମାନର ଅଭିନୟ କରିଥିଲେ । ତାଙ୍କ ଅଭିନୟ ବହୁତ ଦର୍ଶକଙ୍କୁ ଅତ୍ୟଧିକ ପସନ୍ଦ ଆସିଥିଲା । ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ମଧ୍ୟ ରହିଛନ୍ତି । ଦର୍ଶକ ତାଙ୍କ ଅଭିନୟକୁ ପୁନର୍ବାର ଦେଖିବାକୁ ଚାହିଁ ବସିଛନ୍ତି । ବନ୍ଧୁଗଣ ଏହାଥିଲା ଓଡିଆ ଧାରାବାହିକ ର ପ୍ରସିଦ୍ଧ ଅଭିନେତ୍ରୀ ଯିଏ କି ବର୍ତ୍ତମାନ ବିଦେଶରେ ନିଜ ସ୍ବାମୀଙ୍କ ସହିତ ଜୀବନ ବିତାଉଛନ୍ତି । ଆପଣଙ୍କୁ ଏହି ଟିପ୍ପଣୀ ଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *