ରାଜସ୍ଥାନ ଚୁରୁ ଜିଲ୍ଲା ରେ ଏକ ଯୁବକର ହତ୍ୟା ମାମଲା ରେ ପୋଲିସ ଆଶ୍ଚର୍ଯ୍ୟ କରୁଥିବା କଥା ସାମ୍ନାକୁ ଆଣିଛନ୍ତି, ଯୁବକ ହତ୍ୟା ତାଙ୍କ ପୂର୍ବ ସ୍ତ୍ରୀ ନିଜ ପ୍ରେମୀ ସହ ମିଶି କରିଛନ୍ତି । ପୋଲିସ ଆରୋପି ମହିଳା ଓ ପ୍ରେମୀ ଦୁହିଁଙ୍କୁ ଗିରଫତାର କରି ନେଇଛନ୍ତି, ମିଡିଆ ରିପୋର୍ଟ ଅନୁଯାଇ ମାମଲା ଚୁରୁ ସିଦ୍ଧମୁଖ ଥାନା ର ଅଟେ, ଏଠାରେ ୩୦ ଜାନୁଆରୀ ଦିନ ଦୟାବଟ ରାଜୁ ଜାଟଙ୍କ ଶବ ପ୍ରାପ୍ତ ହୋଇଛି ।
ତେବେ ଆଜିକା ସମୟ ରେ ମଣିଷପଣିଆ ସମାପ୍ତ ହୋଇଯାଇଛି ଓ ଲୋକଙ୍କୁ ସବୁକିଛି ତାଙ୍କ ମନ ଅନୁଯାଇ ନମିଳିଲେ ସେ କାହାକୁ ବି ମାନୁ ନାହାନ୍ତି ।
ଆଜି ଆମେ ରାଜସ୍ଥାନ ଏମିତି ଗୋଟେ ଘଟନା ବିଷୟରେ କହିବାକୁ ଯାଉଛୁ ଯାହା ପରେ ଆପଣ ମଧ୍ୟ ସମ୍ପର୍କ ଗଢିବା ଆଗରୁ ୧୦୦ ଥର ଭାବିବେ ଓ ଚିନ୍ତା କରିବେ ଯେ ଆଜିକା ସମୟ ରେ ଭରସା କରିବା ବହୁତ ମହଙ୍ଗା ପଡି ପାରେ । ମୃତକ ବଡବାପାଙ୍କ ପୁଅ ରୋହତାଶ ମୃତକ ବଡ ଭାଇ ସନ୍ତଲାଲ ଓ ସ୍ତ୍ରୀ ନିତୁ ବିରୋଧ ରେ ରାଜୁ ହତ୍ୟା ମାମଲା ପୋଲିସ ରେ କହିଛନ୍ତି ।
ଏହା ପରେ ପୋଲିସ ଯାଞ୍ଚ ଆରମ୍ଭ କରି ଦେଇଥିଲେ, ପୋଲିସ ଅନୁଯାଇ ରାଜୁ ୭ ବର୍ଷ ଆଗରୁ କରଣପୁର ଠାରୁ ନିତୁକୁ କିଣିକି ବିବାହ କରି ସ୍ତ୍ରୀ ବନେଇ ଘରକୁ ଆଣିଥିଲେ । ବିବାହ ୪-୫ ପରେ ନିତୁ ନିଜ ସ୍ଵାମୀକୁ ଛାଡି ରାଜୁ ବଡ ଭାଇ ସନ୍ତଲାଲ ସହ ରହିବା ଆରମ୍ଭ କଲା, ଦୁହିଁଙ୍କର ଗୋଟେ ଛୁଆ ମଧ୍ୟ ଅଛି । ତେବେ ଆପଣ ଭାବନ୍ତୁ କେଉଁ ସମ୍ପର୍କ ଉପରେ ଭରସା କରିବା ଠିକ ଓ କାହା ଉପରେ ଭରସା ନକରିବା ଭୁଲ ଅଟେ, ନିଜ ସୁରକ୍ଷା ନିଜ ହାତ ରେ ହୋଇଥାଏ ।