ବିବାହ ର ଠିକ୍ ଗୋଟେ ଦିନ ପରେ ଚତୁର୍ଥୀ ପୂର୍ବରୁ ସ୍ଵାମିଙ୍କ ସହ ପରୀକ୍ଷା ଦେବା ପାଇଁ ସ୍କୁଲ୍ ରେ ପହଞ୍ଚିଲେ ସ୍ତ୍ରୀ

ଦେଶ ସାରା +୨ ପରୀକ୍ଷା ଚାଲିଥିବା ବେଳେ ସମସ୍ତ ଙ୍କ ମନ ରେ ଥିଲା କେମିତି ଭଲ ରେଜଲ୍ଟ କରିବେ ଓ ଭଲ କଲେଜ ରେ ପଢ଼ିବେ । ଏହା ମଝିରେ ଗୋଟେ ଆଶ୍ଚର୍ଯ୍ୟକର ଖବର ଶୁଣିବାକୁ ମିଳିଲା ଗୋଟେ ଝିଅ ଜିଏ +୨ ବୋର୍ଡ ପରୀକ୍ଷା ର ପ୍ରସ୍ତୁତି କଲା ବେଳେ ଘର ଲୋକ ତା ବାହାଘର କରିଦେଲେ । ହେଲେ ବିବାହର ଗୋଟେ ଦିନ ପରେ ଚତୁର୍ଥୀ ପୂର୍ବରୁ ସେ ସ୍ବାମୀ ସହ ସ୍କୁଲ୍ ରେ ପହଞ୍ଚିଲେ ପରୀକ୍ଷା ଦେବା ପାଇଁ ।

ଯାହା ଦ୍ଵାରା ସେ ପଢି ଲେଖି ଭଲ ନାଗରିକ ହେଇପାରିବ । ଆସନ୍ତୁ ଜାଣିବା କଣ ପାଇଁ ଝିଅ ର ବିବାହ ଏତେ ଶୀଘ୍ର କରିଦିଆଗଲା ।

ପରୀକ୍ଷା ତାରିଖ ଆସିବ ପୂର୍ବ ରୁ ବିବାହ ଠିକ୍ ହେଇଯାଇଥିଲା

ଏ ଘଟଣା ଦିଲ୍ଲୀ ର ସଟେଫରିଦାବାଦ ର ବଲ୍ଲଭଗଡ ର ରିଙ୍କି ନାମକ +୨ ପଢୁଥିବା ଛାତ୍ରୀ ର ବିବାହ  ଘର ଲୋକ ବୋର୍ଡ ପରୀକ୍ଷା ହେବା ଆଗରୁ ଠିକ୍ କରିଦେଇଥିଲେ । ରିଙ୍କି ର ବିବାହ 14 ଫେବୃୟାରିରେ ହେବା ପରେ 15 ଫେବୃୟାରିକୁ ହରିୟଣା ବୋର୍ଡ ପରୀକ୍ଷା ଈଂଲିଶ୍ ପେପର୍ ଥିଲା । ସେ ପରୀକ୍ଷା ଦେବା ପାଇଁ ତା ସ୍ବାମୀ ସହ ଯାଇଥିଲା ।

ହାତରେ ଚୁଡି ଶଙ୍ଖା, ମେହେନ୍ଦି, ମଥାରେ ସିନ୍ଦୂର ଲଗେଇ  ଆଡମିଟ କାର୍ଡ ଧରି ଯେତେ ବେଳେ ବୋର୍ଡ ପରୀକ୍ଷା କୁ ଗଲେ ତାକୁ ପଚରାଗଲା ଏତେ ଜଲଦି ଯାଇ ବିବାହ ହେଲା ସେ କହିଥିଲେ ଗାଁ ରେ ଝିଅ ମାନଂକ ବିବାହ ଶୀଘ୍ର ହୁଏ, କିନ୍ତୁ ଏଥିରେ ସେମାନଙ୍କ ର କିଛି ଅସୁବିଧା ନଥାଏ କାରଣ ସେମାନେ ଏଥିପାଇଁ ଖୁସି ହୋଇ ଯାଆନ୍ତି ଯେ ଆଉ ସ୍କୁଲ୍ ଯିବାକୁ କି ପାଠ ପଢି ବାକୁ ପଡ଼ିବନି ।

ପରୀକ୍ଷା ଦେବା ଦିନ ଥିଲା ଚତୁର୍ଥୀ –

ବିବାହ ତାରିଖ ଠିକ୍ ହେବା ପରେ କିଛି ଫରକ୍ ପଡ଼ିନଥିଲା କାରଣ ପରୀକ୍ଷା ତାରିଖ ଠିକ୍ ହେଇନଥିଲା , ଯେତେବେଳେ ପରୀକ୍ଷା ତାରିଖ ବାହାରିଲା ଜାଣିଲେ ଯେ ବିବାହ ର ଠିକ୍ ପର ଦିନ ଠାରୁ ପରୀକ୍ଷା ଆରମ୍ଭ ହେବ । ତାପରେ ରିଙ୍କି ର ପଢା ପ୍ରତି ଇଚ୍ଛା ଦେଖି ଶସୁରଘର ଲୋକେ ଖୁସି ଥିଲେ । ସେମାନେ ତାକୁ ସପୋର୍ଟ କଲେ । ବିବାହ ପର ଦିନ ନିଜ ସ୍ବାମୀ ତାଙ୍କୁ ନିଜେ ପରୀକ୍ଷା ପାଇଁ ନେଇଯାଇଥିଲେ ହେଲେ ଆଶ୍ଚର୍ଯ୍ୟ କଥା ଥିଲା କି ରିଙ୍କି ର ଯେଉଁଦିନ ପରୀକ୍ଷା ଥିଲା ସେଇ ଦିନ ତାର ଚତୁର୍ଥୀ ବି ଥିଲା ।

Leave a Reply

Your email address will not be published. Required fields are marked *