ଶତୃ ଦ୍ଵାରା କରାଯାଇଥିବା ଯାଦୁ ଟୋନାକୁ ବାହାର କରିବାର ଚମତ୍କାରୀ ଉପାୟ

ଆଜିର ଦୁନିଆରେ ଲୋକମାନଙ୍କ ଭିତରେ ଜଳିବାର ଭାବନା ସବୁଠାରୁ ଅଧିକ ରହୁଛି । ଯଦି ଆପଣଙ୍କ ଜୀବନରେ କିଛି ଭଲ ହୁଏ ,କି ଆପଣଙ୍କ ପାଖକୁ ବହୁତ ସାରା ପଇସା ଆସିବାକୁ ଲାଗେ ତାହେଲେ କିଛି ଲୋକ ଖୁସି ହେବା ବଦଳରେ ଈର୍ଷା କରିଥାନ୍ତି । ଈର୍ଷା କରିବା ଲୋକ ଆପଣଙ୍କ ପାଖ ପଡୋଶୀ ଠୁ ନେଇ ଆପଣଙ୍କ ସମ୍ପର୍କୀୟ ଏବଂ ସାଙ୍ଗମାନେ ବି ହୋଇ ପାରନ୍ତି । ସେମାନେ କେବେବି ଆପଣଙ୍କର ଖୁସି ଦେଖିପାରନ୍ତି ନାହିଁ ।

କିଛି ସମୟରେ ଇର୍ଷାରେ ଶତ୍ରୁ ଆମର କ୍ଷତି କରିବାକୁ ଚେଷ୍ଟା କରିଥାଏ ।

ଏଥିପାଇଁ ସେମାନେ କେତେ ପ୍ରକାର ଜାଦୁର ତନ୍ତ୍ର ମନ୍ତ୍ର ର ବି ସାହାରା ନେଇଥାନ୍ତି । ଏହି ତନ୍ତ୍ର ମନ୍ତ୍ର କରିବା ପଛରେ ଆପଣଙ୍କ ଶତ୍ରୁର କେବଳ ଗୋଟିଏ ହିଁ ଲକ୍ଷ ଥାଏ ତାହା ହେଉଛି ଆପଣଙ୍କର ବିନାଶ । ଯଦି ଆପଣଙ୍କର ଏମିତି ସମସ୍ଯା ଅଛି କି ଏସବୁକୁ ନେଇ ଆପଣ ବହୁତ ଚିନ୍ତାରେ ଅଛନ୍ତି ,ତାହେଲେ ଆପଣ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଶତ୍ରୁର ତନ୍ତ୍ର ମନ୍ତ୍ରକୁ ଶେଷ କରିବାର ଉପାୟ କହିବାକୁ ଯାଉଛୁ ।

ଶତ୍ରୁର ଖରାପ ନଜରକୁ ଶେଷ କରିବାର ଉପାୟ

ଶତ୍ରୁର ଖରାପ ନଜରକୁ ନଷ୍ଟ କରିବା ପାଇଁ ଲାଗିବା ସାମଗ୍ରୀ – ବିରି, ଚାଉଳ , ଲେମ୍ବୁ , ମାଟିର ପାତ୍ର ।

ପ୍ରଥମେ ଆପଣଙ୍କୁ ବିରିର ୪୦ଟି ଦାନା ନେବାକୁ ହେବ । ଏବେ ଏହି ଦାନାରେ ୩୮ଟି ଚାଉଳ ଦାନା ମିଶାନ୍ତୁ । ଧ୍ୟାନ ଦେବେ ଏହି ଚାଉଳ ଯେମିତି ଭଙ୍ଗା ନଥିବ ସମ୍ପୂର୍ଣ ଭାବେ ଗୋଟା ହୋଇଥିବ । ଏହାକୁ ମିଶାଇବା ପରେ ତାକୁ ଗୋଟେ ପୁଡିଆରେ ବାନ୍ଧି ଦିଅନ୍ତୁ । ଏବେ ଆପଣଙ୍କୁ ଯେଉଁ ଜାଗା କି ବ୍ୟକ୍ତି ମଧ୍ୟରେ ଶତ୍ରୁର କଳାଜାଦୁ ଅଛି ବୋଲି ଲାଗିବ ତାହା ଉପରେ ୨୧ ଥର ପୁଡିଆରେ ତାର ନଜର ଉତାରନ୍ତୁ ।

ନଜର ଉତାରିବା ପରେ ସେହି ପୁଡିଆକୁ ଏକ ମାଟି ପାତ୍ରରେ ରଖିଦିଅନ୍ତୁ ଏବଂ ଏହାକୁ ମାଟି ତଳେ ପୋତି ଦିଅନ୍ତୁ । ଏବେ ଆପଣ ଯୋଉଠି ତାକୁ ପୋତିଳେ ତାହା ଉପରେ ଏକ ଲେମ୍ବୁ ଚିପୁଡିବା ସହିତ ଆପଣଙ୍କ ଶତ୍ରୁର ର ନାମ କୁହନ୍ତୁ । ଏମିତି କରିବା ଦ୍ଵାରା ଶତ୍ରୁର ସେହି ଜାଦୁ ନଷ୍ଟ ହୋଇଯିବ । ତାପରେ ସେହି ଲେମ୍ବୁକୁ ନଦୀରେ ପକାଇ ଦିଅନ୍ତୁ ।

ଏହି ଉପାୟ କରିବାର ପ୍ରାୟ ଗୋଟେ ଦିନ ଭିତରେ ଆପଣଙ୍କ ଶତ୍ରୁର ଖରାପ ନଜର ଶେଷ ହୋଇଯାଏ ଏବଂ ଆପଣଙ୍କର ରହିଥିବା କାମ ପୁଣି ଥରେ ଆରମ୍ଭ ହେବାକୁ ଲାଗିଥାଏ ।

Leave a Reply

Your email address will not be published. Required fields are marked *