ବିଦୁର ନୀତି : ଏହି ୬ଟି ଜିନିଷର ମାଲିକ ଜୀବନରେ କେବେ ଦୁଃଖ କଣ ଜାଣନ୍ତି ନାହିଁ

ଯେଉଁ ପ୍ରକାର ମହାତ୍ମା ଚାଣକ୍ୟ ଙ୍କର ନିୟମ ଆଜି ବି ସାରା ଦେଶରେ ଉପଯୋଗୀ ବୋଲି ମାନାଯାଇଥାଏ । ଠିକ ସେହିପରି ମହାଭାରତର ମହାତ୍ମା ବିଦୁର ନିଜ ଜୀବନ କାଳରେ ବହୁତ ନୀତି କହିଛନ୍ତି ଯାହାର ପ୍ରୟୋଗ ନା କେବେଳ ସେହି ସମୟରେ ହେଉଥିଲା ବରଂ ଯଦି ସେ କହିଥିବା ନୀତିକୁ କିଏ ଆପଣାଇ ଥାଏ ତାହେଲେ ତାକୁ ନିଜ ଜୀବନରେ ଅଧିକ କଠିନ ଅବସ୍ତାର ସାମ୍ନା କରିବାକୁ ପଡି ନଥାଏ ।

ଆଜି ଆମେ ଆପଣଙ୍କୁ ତାଙ୍କର ଏମିତି ହିଁ ନୀତି ବିଷୟରେ କହିବୁ, ଯେଉଁଥିରେ ବିଦୁର କହିବାକୁ ଚାହିଁଛନ୍ତି କି ୬ଟି ଜିନିଷ ଏମିତି ଅଛି ଯାହା କୌଣସି ବି ବ୍ୟକ୍ତି ଜୀବନରେ ଥାଏ ତାଙ୍କ ଆଖ ପାଖରେ କେବେବି ଦୁଖଃ ର ଛାୟା ପଡିନଥାଏ ।

ଯେମିତିରେ ସମସ୍ତେ ଜାଣିଛନ୍ତି କି ମହାଭାରତ ଗ୍ରନ୍ଥ ଜୀବନରେ ଆଲୋକ ଆଣି ଥାଏ । ଏହି ଗ୍ରନ୍ଥରେ ଅନେକ ମହାପୁରୁଷ ମାନଙ୍କର ନୀତି ଏବଂ ବିଚାର ଅଛି । ଏହି ଗ୍ରନ୍ଥରେ ଧୂତରାଷ୍ଟ୍ର ଏବଂ ବିଦୁରଙ୍କର କଥାବାର୍ତା ରେ ଏକ ନୀତି କୁହାଯାଇଛି । ଯେଉଁଥିରେ ଧୂତରାଷ୍ଟ୍ର ବିଦୂରଙ୍କୁ ପଚାରିଛନ୍ତି କି ସଫଳ ଏବଂ ସୁଖୀ ଜୀବନ ପାଇଁ କଣ କଣ ଜରୁରୀ ଅଟେ ,ଏହା ଉତ୍ତର ଦେବାକୁ ଯାଇ ବିଦୁର ତାଙ୍କୁ ସେହି ୬ଟି ଜିନିଷ ବିଷୟରେ କହିଲେ ଯାହା ଜୀବନକୁ ସଫଳ ବନାଇଥାଏ । ଯଦି କୌଣସି ବି ବ୍ୟକ୍ତି ପାଖରେ ଏହି ୬ଟି ଜିନିଷ ଥାଏ ତାହଲେ ସେ ସଂସାରର ସବୁଠାରୁ ସୁଖୀ ମଣିଷ ହୋଇଯାଇଥାଏ ।

ଶ୍ଳୋକ

ଅର୍ଥୋଗମେ ନିତ୍ୟମରୋଗୀତା ଚ, ପ୍ରିୟା ଚ ଭାର୍ଯ୍ୟା ପ୍ରିୟବାଦିନୀ ଚ ।

ବଶ୍ୟଚ ପୁତ୍ରଥକରି ଚ ବିଦ୍ୟା, ଷଡ ଜୀବଲୋକସ୍ୟ ସୁଖାନି ରାଜନ ।

ଅର୍ଥ

ଏହି ଶ୍ଳୋକର ଅର୍ଥ ହେଉଛି ଯାହା ପାଖରେ ସବୁବେଳେ ଧନ ଆସି ପହଞ୍ଚେ , ଯିଏ ନିରୋଗ ରହିଥାଏ , ଯାହାର ସ୍ତ୍ରୀ ସ୍ଵଭାବରେ ବହୁତ ଭଲ ହୋଇଥାଏ , ଯାହାର କଥାରେ ମଧୁରତା ଥିବ , ଯାହାର ପୁତ୍ର ତାଙ୍କର ଆଜ୍ଞାକାରୀ ହୋଇଥିବ ଏବଂ ଯିଏ ଭଲ ଶିକ୍ଷା ଲାଭ କରିଥିବ , ଯାହାର ଜୀବନରେ ଏହି ୬ଟି ଜିନିଷ ଥାଏ ସେ ସୁଖୀ ହୋଇ ଥାଏ । ତେବେ ଯଦି ଆପଣଙ୍କ ଜୀବନରେ ବି ଏହା ସ୍ବାଉ ଅଛି ତେବେ ଆପଣ ମଧ୍ୟ ବହୁତ ସୁଖୀ ଅଟନ୍ତି । କିଛି ଚିନ୍ତା କରିବାର ଆବଶ୍ୟକ ହିଁ ନାହିଁ ।

Leave a Reply

Your email address will not be published. Required fields are marked *