ବାହାଘର ପରେ ପ୍ରଥମ ଥର ନୂଆ ଫିଲ୍ମ ରେ ଏକାଠି ଅଭିନୟ କରିବେ Archita ଓ Sabyasachi

ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି କଳାକାର ମାନେ ନିଜର ଦମଦାର ପରଫୋମାଂସ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ଅଲଗା ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଓଡିଆ କଳାକାର ମାନେ ନିଜର ଅଲଗା ଅଲଗା ଅଭିନୟ ପାଇଁ ଆଜିକା ଡେଟରେ ବେଶ ଚର୍ଚ୍ଚିତ ହୋଇ ପାରିଛନ୍ତି ।

କିଛି କଳାକାର ମାନେ ଅଭିନୟ ପାଇଁ ଲୋକପ୍ରିୟ ହେବା ସହ ନିଜର ଷ୍ଟାଇଲିସ, ବ୍ୟକ୍ତିତ୍ବ ପାଇଁ ମଧ୍ୟ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ପରେ ପ୍ରଥମ ଫିଲ୍ମ ରେ ଏକାଠି କାମ କରିବାକୁ ଯାଉଛନ୍ତି ତାହା ବିଷୟରେ କଣ ରହିଛି ବିବରଣୀ ତାହ ଆମେ କହିବାକୁ ଯାଉଛୁ । ଆପଣ ମାନେ ଜାଣିଥିବେ ଓଲିଉଡ ଜଗତରେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କର ଯୋଡି ଏତେ ସୁନ୍ଦର ଯେ ଦୁହେଁ ଅନେକ ଓଡିଆ ଫିଲ୍ମରେ କାମ କରି ବେଶ ସଫଳତା ହାସଲ କରିଛନ୍ତି ।

ଠିକ ସେହି ପରି ଦୁହେଁ ରିୟଲ ଲାଇଫରେ ମଧ୍ୟ ଶୁ-ଟି-ଙ୍ଗ ସେଟରୁ ପରସ୍ପରକୁ ପ୍ରେମ କରି ଚଳିତ ବର୍ଷ ଏହି ଦୁଇ ଜବରଦସ୍ତ ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କୋରୋନା ଭାଇରସ ଯୋଗୁ ସବୁ ଫିଲ୍ମ ବନ୍ଦ ହୋଇ ରହିଥିବାରୁ ଦୁହିଙ୍କର କାମ ମଧ୍ୟ ବନ୍ଦ ରହିଥିଲା । ବର୍ତ୍ତମାନ ରାଜ୍ୟ ରେ ଲକ ଡାଉନ ଖୋଲି ଥିବାରୁ ଧୀରେ ଧୀରେ ଟିଭି ସିରିଏଲ ଓ ଫିଲ୍ମ କାର୍ଯ୍ୟ ଗୁଡିକ ଆରମ୍ଭ ହେବାରେ ଲାଗିଛି । ସୂଚନା ଅନୁସାରେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ନେଇ ଏକ ନୂଆ ଫିଲ୍ମ କରାଯିବ ।

ଦୁହେଁ ବିବାହ ପରେ ଏକାଠି ଗୋଟିଏ ଫିଲ୍ମରେ ନଜର ଆସିବେ ବୋଲି ସୂତ୍ରରୁ ଜଣା ପଡିଛି । ଏହି ନୂଆ ଫିଲ୍ମର ନାଁ କଣ ତାହା ଏ ଯାଏଁ ଜଣାପଡି ନାହି । ବହୁତ ଜଲ୍ଦି ଦୁହିଙ୍କର ଫିଲ୍ମ ଶୁ-ଟି-ଙ୍ଗ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏହି ସମୟରେ ମଧ୍ୟରେ ସବ୍ୟସାଚୀ ଓ ଅର୍ଚ୍ଚିତା ଗୋଟେ ପାର୍ଲର ଉଦ୍ଘାଟନ କରିବା ପାଇଁ ବରମପୁର ଯାଇଥିଲେ ବୋଲି ସୂଚନା ମିଳିଛି । ଏହି ନୂଆ ପାର୍ଲରର ନାଁ ରହିଛି ଶ୍ରୀଙ୍ଗାର । ଏହି ପାର୍ଲର ହେଉଛି ଲୀନା ସ୍ଵାଇଁଙ୍କର ଯିଏ ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ବହୁତ ବଡ ମେକପ ଆଟିଷ୍ଟ ଭାବେ କାମ କରନ୍ତି ।

ବରମପୁରରୁ ଫେରିବା ପରେ ଏହି ଦୁଇ ଜବରଦସ୍ତ ଯୋଡି ନିଜର ଫୋଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଯେଉଥିରୁ ଜଣା ପଡୁଛି ଯେ ଦୁହେଁ ପାର୍ଲର ଉଦ୍ଘାଟନ କରୁଛନ୍ତି । ନିଜର ଫୋଟୋ ଶେୟାର କରିବା ସହ ଏହୁ ଦୁଇ ଯୋଡି କହିଛନ୍ତି ଯେ ଦୁହେଁ ଧୀରେ ଧୀରେ ନିଜ କାମକୁ ଫେରୁଛନ୍ତି । ଆଗକୁ ଦୁଇ ଯୋଡ଼ିଙ୍କର ଫିଲ୍ମ କଣ ରହିବ ତାହା ଅପେକ୍ଷାରେ ସମସ୍ତେ ଅଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *