Bollywoodକୁ ପୁଣି ଏକ ବଡ ଝଟକା, ଏହି Famous ଅଭିନେତା କଲେ ଆତ୍ମହତ୍ୟା

ବଲୀଉଡ ଜଗତକୁ ଯେମିତି କାହାର ନଜର ଲାଗି ଯାଇଛି । ଗୋଟେ ପରେ ଗୋଟେ ବଡ କଳାକାର ଏହି ଦୁନିଆ ଛାଡି ଚାଲି ଯାଉଛନ୍ତି । 2020 ଯେମିତି ସମସ୍ତଙ୍କ ପାଇଁ କାଳ ସାଜିଛି । କେତେ ଯେ ବଲୀଉଡ କଳାକର ଏହି ବର୍ଷ ଆରପାରିକୁ ଚାଲିଗଲେଣି ।

ବର୍ତ୍ତମାନ କହବର ଅନୁସାରେ ବଲିଉଡ ଅଭିନେତା ଆସିଫ ବସରା ଆତ୍ମହତ୍ୟା କରିଛନ୍ତି । ଗୁରୁବାର ହିମାଚଳ ପ୍ରଦେଶର କାଂଗଡା ଜିଲାର ଧର୍ମଶାଳାରେ ବସରା ମ୍ୟାକଲୋଡ ଗଞ୍ଜରେ ଯୋଗିବାଡ ରୋଡ ସ୍ଥିତ ଗୋଟେ କେଫ ପାଖରେ ଆତ୍ମହତ୍ୟା କରିଛନ୍ତି । ଅଭିନେତା ଆତ୍ମହତ୍ୟା କଣ ପାଇଁ କରିଛନ୍ତି ଏବେ ଜଣା ପଡି ନାହିଁ । କଙ୍ଗ୍ରର ଏସପି ବିମୁକ୍ତ ରଞ୍ଜନ ମାମଲାର ଯାଞ୍ଚ କରୁଛନ୍ତି ।

ଲିଜରେ ନେଇଥିଲେ ଜାଗା

ଘଟଣା ଶୁଣିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲା । ପୋଲିସ ଶବ ଜବତ କରି ମାମଲାର ଛାନବିନ କରୁଛି । କୁହାଯାଉଚିକି ଅଭିନେତା ଆସିଫ ବସରା ପୂର୍ବ ପାଞ୍ଚ ବର୍ଷରୁ ମ୍ୟାକଲୋଡ ଗଞ୍ଜରେ ଗୋଟେ ଭଡା ଘରେ ରହୁଥିଲେ । ତାଙ୍କ ସହିତ ତାଙ୍କର ଗୋଟେ ବିଦେଶୀ ମହିଳା ମିତ୍ରା ମଧ୍ୟ ରହୁଥିଲେ । ପୁଲିସ ମାମଲାର ଯାଞ୍ଚ କରୁଛି ।

କେମିତି ଫନ୍ଦା ଲଗେଇଲେ ତାହା କୁହାଯାଇଛିକି ଆସିଫ ବସରା ୟୁକେର ଜେନ ମହିଳା ସହିତ ଲିବ- ଇନରେ ରହୁଥିଲେ । ଗୁରୁବାର ଦିନ ସେ ନିଜର ପାଲତୁ କୁକୁରକୁ ବୁଲେଇବା ପାଇଁ ଯାଇଥିଲେ । ତାପରେ ଘରକୁ ପୁଣି ଥରେ ଆସି ସେ କୁକୁରର ରଶିରେ ଫନ୍ଦା ବନେଇଥିଲା । ପ୍ରାରମ୍ଭିକ ଯାଞ୍ଚରେ ଜଣା ପଡିଛିକି ସେ ଡିପ୍ରେସନର ଶିକାର ଥିଲେ । କଙ୍ଗରା ଏସପି ବିମୁକ୍ତ ରଞ୍ଜନ ମାମଲାକୁ ନଜରରେ ରଖୀ କହିଛନ୍ତିକି ପୁଲିସ ମାମଲାର ଯାଞ୍ଚ ଚଳାଇଛି । ଆସିଫ ବସରା ଆତ୍ମହତ୍ୟା କରିଛନ୍ତି ।

ଆସିଫ ବସରା କିଏ

ଆସିଫ ବସରା ପ୍ରସିଦ୍ଧ ଟିଭି ଅଭିନେତା ଅଟନ୍ତି । ସେ ବହୁତ ବଲ୍ଲୀଉଡ ଫିଲ୍ମ କରିବା ସହିତ ‘ପରଜାନିଆ, ‘ ବ୍ଲାକ ଫ୍ରାଇଡେ’ ଏହା ସହିତ ହଲ୍ଲୀଉଡ ଫିଲ୍ମରେ ଆଉଟ ସୋର୍ଷ ମଧ୍ୟ କାମ କରିଛନ୍ତି । ଏହାଛଡା ବସରା ହିମାଚଳୀ ଫିଲ୍ମରେ ନିଜ ଚରିତ୍ର ସାନଝ ପାଇଁ ମଧ୍ୟ ପରିଚିତ ଅଛନ୍ତି । ଏହାଛଡା ଇମରାନ ହସମୀଙ୍କର ‘ ୱାଁନସ ଅପନ ଏ ଟାଇମ ମୁମ୍ବାଇ’ ରେ ମଧ୍ୟ ଇମରାନ ପିତା ଚରିତ୍ରରେ ଅଭିନୟ କରିଥିଲେ ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *