ବଲୀଉଡର ଏହି ପ୍ରସିଦ୍ଧ ଖଳନାୟକଙ୍କ ପ୍ରେମ କାହାଣୀ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ !

ଆପଣମାନେ ବଲୀଉଡ ରେ ହିରୋ ବିଷୟ ରେ ବହୁତ କିଛି ଶୁଣିଥିବେ ଏବଂ ଶୁଣିବା ପସନ୍ଦ ମଧ୍ୟ କରନ୍ତି, କିନ୍ତୁ ଆଜି ଆମେ ଆପଣମାନଙ୍କୁ ଚଳଚିତ୍ର ଦୁନିୟାର କିଛି ବିଶେଷ ଖଳନାୟକଙ୍କ ରିୟଲ ଲାଇଫ କଥା କହିବାକୁ ଯାଉଛୁ ଯାହା ଆପଣମାନଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗିବ । ପ୍ରାୟତଃ ମିଡିଆ ଖଳନାୟକଙ୍କ ବିଷୟରେ ବହୁତ କମ କଥା କହିଥାନ୍ତି ସେଥିପାଇଁ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କିଛି କହିବାକୁ ଚାହୁଁଛୁ ।

ଶକ୍ତି କପୁର :

ଏହି କଥା ସମସ୍ତେ ଜାଣନ୍ତି ଯେ ଶକ୍ତି କପୁର ତାଙ୍କ ସମୟ ର ସବୁ ଠାରୁ ପ୍ରସିଦ୍ଧ ଖଳନାୟକ ଥିଲେ, ଶକ୍ତି କପୁର କିଛି କମେଡି ଅଭିନୟ ମଧ୍ୟ କରିଛନ୍ତି । ଖବର ଅନୁଯାଇ ୧୯୮୨ରେ ଶକ୍ତି କପୁର ଶିବାଙ୍ଗି କୋଲ୍ହାପୁରି ସହ ବିବାହ କରିଥିଲେ, ଆପଣ ଠିକ ବୁଝିଛନ୍ତି ଶିବାଙ୍ଗି କୋଲ୍ହାପୁରି ପଦମିନୀ କୋଲ୍ହାପୁରି ଭଉଣି ଅଟନ୍ତି । ଶିବାଙ୍ଗି ଓ ଶକ୍ତି କପୁର ଦୁହେଁ ଦୁହିଙ୍କୁ ବହୁତ ଭଲ ପାଉଥିଲେ କିନ୍ତୁ ଶିବାଙ୍ଗି ଘରଲୋକ ଏହି ବିବାହ ପାଇଁ ରାଜି ନଥିଲେ ସେଥିପାଇଁ ଦୁହେଁ ପଳେଈଥିଲେ ।

ପ୍ରେମ ଚୋପଡା :

ଏହି ଲିଷ୍ଟ ରେ ଦୁତୀୟ ନା ପ୍ରେମ ଚୋପଡାଙ୍କର ଆସେ, ଏହା କହିବା କିଛି ଆବଶ୍ୟକ ନାହିଁ ଯେ ପ୍ରେମ ଚୋପଡା ତାଙ୍କ ସମୟ ର ସବୁଠାରୁ ପ୍ରସିଦ୍ଧ ଖଳନାୟକ ଥିଲେ । ଏହା ଛଡା ତାଙ୍କ ସ୍ତ୍ରୀ ଓମା ରାଜକପୁର ଶାଳି ଅଟନ୍ତି ।

ଆଶୁତୋଷ ରାଣା :

ଆଶୁତୋଷ ରାଣାଙ୍କ ଅଭିନୟ କେହି କେମିତି ଭୁଲି ପାରିବ, ଚଳଚିତ୍ର ଦୁନିଆରେ ଖଳନାୟକ ହବା ପାଇଁ ଆଶୁତୋଷ ବହୁତ ସଂଘର୍ଷ କରିଥିଲେ ଏବଂ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କ ମନ କିଣି ନେଇ ଥିଲେ, ଆଶୁତୋଷ ରେଣୁକା ସୁହାନେ ସହ ବିବାହ କରିଥିଲେ । ରେଣୁକା ସୁହାନେ ଯିଏ ଫିଲ୍ମ “ହମ ଆପକେ ହେ କୋନ”ରେ ସଲମାନ ଖାନଙ୍କ ଭାଉଜ ହୋଇଥିଲେ ।

ପ୍ରକାଶ ରାଜ :

ପ୍ରକାଶ ରାଜଙ୍କୁ ପ୍ରାୟତଃ ଆପଣ ସାଉଥ ଫିଲ୍ମ ରେ କାମ କରିବାର ଦେଖିଥିବେ, କିନ୍ତୁ ବଲୀଉଡ ରେ ମଧ୍ୟ ସେ ବହୁତ ପ୍ରସିଦ୍ଧ ଚଳଚିତ୍ର ଗୁଡିକ ରେ ଖଳନାୟକ ଅଭିନୟ କରିଛନ୍ତି ଯାହା ଆପଣ ସମସ୍ତେ ଜାଣିଛନ୍ତି ସେ ସିଙ୍ଘମ, ବାଣ୍ଟେଡ, ଦବଙ୍ଗ-୨, ପୋଲିସଗିରି ଭଳି ଫିଲ୍ମ ବଲୀଉଡ ରେ କରିଛନ୍ତି । ଖବର ଅନୁଯାଇ ପ୍ରକାଶ କୋରିଓଗ୍ରାଫର ପୋନି ବର୍ମା ସହ ବିବାହ କରିଛନ୍ତି ଓ ଏହା ମଧ୍ୟ ଜଣା ପଡିଛି ଯେ ପୋନି ପ୍ରକାଶଙ୍କ ଠାରୁ ୧୨ ବର୍ଷ ଛୋଟ ଅଛନ୍ତି ।

Leave a Reply

Your email address will not be published. Required fields are marked *