ମଙ୍ଗଳବାର ଦିନ ହନୁମାନଙ୍କ ପାଦର ସିନ୍ଦୁର ଲଗାଇ ପିନ୍ଧନ୍ତୁ ଏହି ରଙ୍ଗର ଧାଗା, ପୁଣି ଦେଖନ୍ତୁ ଚମତ୍କାର

ଆପଣ ଦେଖିଥିବେ କି ଲୋକମାନେ କଳା ରଙ୍ଗର ଧାଗା ପିନ୍ଧନ୍ତୀ । କଳା ରଙ୍ଗର ଧାଗା ପିନ୍ଧିବା ଦ୍ଵାରା ଲୋକମାନଙ୍କୁ ଖରାପ ନଜର ଲାଗି ନଥାଏ । ଏହାକୁ ଆପଣ ହାତରେ କିମ୍ବା ବେକରେ ପିନ୍ଧି ପାରନ୍ତି । କଣ ପାଇଁ ପିନ୍ଧାଯାଏ । କଳା ରଙ୍ଗର ଧାଗା କଣ ଏବଂ ଏହା ପଛରେ ଲୁଚି ଥିବା କାରଣ ଆସନ୍ତୁ ଜାଣିବା । କୁହାଯାଏ କି ବିଶ୍ବାସ ଏବଂ ଅନ୍ଧବିଶ୍ବାସ ରେ କେବଳ ଭାବନାର ଅନ୍ତର ହୋଇଥାଏ ।

ଯଦି ଆପଣ ଧର୍ମ ସହିତ ସମ୍ବଧିତ କୌଣସି କଥାକୁ ମାନିବେ ତାହା ବିଶ୍ବାସ ଏବଂ ଯଦି ନମାନିବେ ତାହା ଅନ୍ଧବିଶ୍ବାସ ବୋଲି କୁହାଯାଏ ।

ଯେମିତିକି ଯଦି ଆମ ଘରେ କୌଣସି ଛୋଟ ପିଲାର ଦେହ ଖରାପ ହୋଇଯାଏ ସେତବେଳେ ଆମେ ଏହା କହିଥାଉ କି ,ନିହାତି ଏହାକୁ କାହାର ନଜର ଲାଗିଯାଇଛି । ଏହା ଛଡା ଆମ ଗୁରୁଜନ ମାନେ କୁହନ୍ତି କି ,ଯଦି ଘରେ କୌଣସି ଶୁଭ କାର୍ଯ୍ୟ କରାଯାଉଥାଏ ,ତେବେ ସେଥିରେ କଳା କପଡା ପିନ୍ଧିବା ଉଚିତ ନୁହେଁ । ଏହା ଏଥିପାଇଁ କାରଣ କଳା କପଡା ପିନ୍ଧିବା ଦ୍ଵାରା ଚାରିଆଡେ ନକରାତ୍ମକ ଶକ୍ତି ଖେଳି ଯାଇଥାଏ । ଆମର ଖୁସି ସାଙ୍ଗେ ସାଙ୍ଗେ ବଦଳି ଯାଇ ଦୁଃଖରେ ପରିଣତ ହୋଇଯାଏ । ଏଥିରୁ ବଞ୍ଚିବା ପାଇଁ ଜୋତିଷ ମାନେ କେତେକ ଉପାୟ କହିଥାନ୍ତି । ସେଥି ମଧ୍ୟରୁ ଗୋଟେ ଉପାୟ ହେଉଛି ଶ୍ରୀ ଭୈରବଙ୍କ ଅଭିମନ୍ତ୍ରିତ ରକ୍ଷା କବଚ ବା କଳା ରଙ୍ଗର ଡୋର ।

କଳା ଧାଗା ବାନ୍ଧିବା ପଛରେ ଖାଲି ଧାର୍ମିକ ନୁହେଁ ବୈଜ୍ଞାନିକ କାରଣ ବି ଅଛି

ଜୋତିଷ ମାନଙ୍କ ଅନୁସାରେ କଳା ଧାଗା ବାନ୍ଧିବା ଫଳରେ ଘରେ ଖରାପ ଶକ୍ତିର ପ୍ରଭାବ ପଡିନଥାଏ । କିଛି ଲୋକ ଏହାକୁ ଅତୀତର ଅନ୍ଧବିଶ୍ବାସ ବୋଲି ମାନୁଛନ୍ତି ,ଯେତବେଳେକି କିଛି ଲୋକ କଳା ଧାଗା ବାନ୍ଧିବା ପଛରେ ଏକ ବୈଜ୍ଞାନିକ କାରଣ ବି ଅଛି । କୁହାଯାଏକି କଳା ଧାଗା ବା କଳା ଟୀକା ଖରାପ ଶକ୍ତିକୁ ଅବଶୋଷିତ କରିନେଇଥାଏ ।

କେବଳ ଏତିକି ନୁହେଁ ମଙ୍ଗଳବାର ବା ଶନିବାର ଦିନ ହନୁମାନଙ୍କ ପାଦରେ ଲଗାଇ ବନ୍ଧା ଯାଇଥିବା କଳା ଧାଗା ସବୁ ବିପଦରୁ ରକ୍ଷା କରିଥାଏ । ଯଦି ଆପଣଙ୍କୁ ବି ଜୀବନରେ କିଛି ଜିନିଷର କମି ଥାଏ ଏବଂ ଆପଣ ଆପଣଙ୍କର ଧନ ଦୌଲତ ବଢାଇବାକୁ ଚାହୁଁଛନ୍ତି ତାହେଲେ ମଙ୍ଗଳବାର କିମ୍ବା ଶନିବାର ଦିନ କଳା ରଙ୍ଗର ସୂତା ଧାଗା କିଣନ୍ତୁ ।

ଧାଗାକୁ ଘରର ତିଜୋରି ଉପରେ ବାନ୍ଧନ୍ତୁ ,ହେବ ନାହିଁ ଧନର କମି :

ଧାଗାକୁ ଆପଣ ହନୁମାନ ମନ୍ଦିର ନେଇ ଯାଆନ୍ତୁ । ମନ୍ଦିରରେ ହନୁମାନଙ୍କ ମୂର୍ତି ସାମ୍ନାରେ ବସି ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ଧାଗାରେ ୯ଟି ଛୋଟ ଛୋଟ ଗଣ୍ଠି ପକାନ୍ତୁ । ସେହି ଧାଗାରେ ହନୁମାନଙ୍କର ପାଦର ସିନ୍ଦୁର ଲଗାନ୍ତୁ । ଏହାକୁ ଆଣି ଆପଣଙ୍କ ମୁଖ୍ୟ କବାଟରେ ବାନ୍ଧି ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘରକୁ କାହାର ଖରାପ ନଜର ଲାଗିବ ନାହିଁ ।

Leave a Reply

Your email address will not be published. Required fields are marked *