ବୋରୱେଲ ରେ ପଡିବା ପୂର୍ବରୁ ଏମିତି ଥିଲା ରାହୁଲ ! କରୁଥିଲା ମସ୍ତି, ଭାଇରାଲ ହେଲା Rahul ର ଏହି Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଛତିଶଗଡ ର ୧୧ ବର୍ଷର ନାବଳାକ ରାହୁଲ ସାହୁ କିପରି ଭାବେ ବୋରୱେଲ ରେ ଫସି ଯାଇଥିଲେ । ଦୀର୍ଘ ୫ ଦିନ ଯାଏଁ ବୋରୱେଲ ଭିତରେ ଫସି ରହିବା ପରେ ରାହୁଲ ଙ୍କୁ ଉଧାର କରା ଯାଇଛି । ରାହୁଲ ଙ୍କୁ ଉଧାର କରିବା ପାଇଁ ଭାରତୀୟ ସେନା ବାହିନୀ, NDRF, SDRF ନିଜର ପୁରା ଉଦ୍ୟମ ଲାଗାଇ ଦେଇଥିଲେ । ଏହା ସହ ଛତିଶଗଡ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଅବଦାନ ମଧ୍ୟ ରାହୁଲ ଙ୍କୁ ଉଧାର କରିବାରେ କିଛି କମ ନ ଥିଲା ।

ଛତିଶଗଡ ଜିଲାପାଳ ୫ ଦିନ ଧରି ରାହୁଲ ଫଶୀ ରହିଥିବା ଗାତା ପାଖରେ ସେମିତି ଜଗି ବସି ରହିଥିଲେ ଯାହାକୁ ନେଇ ବର୍ତ୍ତମାନ ସାରା ରାଜ୍ୟ ରେ ଚର୍ଚ୍ଚା ଜୋର ଧରିଛି । ତେବେ ଆପଣ ମାନେ ଜାଣିଥିବେ ରାହୁଲ କଥା କହି ପାରନ୍ତି ନାହି କି ତାଙ୍କର ମାନସିକ ସ୍ଥିତି ମଧ୍ୟ ସେତେଟା ଠିକ ନୁହେଁ । ଯାହା ପାଇଁ ସେ ଗାତ ଭିତରେ ଥିବା ବେଳେ କୌଣସି ପ୍ରତିକ୍ରିୟା ଠିକ ଭାବେ ଦେଇପାରୁ ନ ଥିଲେ ।

ଯାହା ପାଇଁ କ୍ୟାମେରା ଜରିଆରେ ତାଙ୍କର ଗତି ବିଧି ବିଷୟରେ ଅନୁଧ୍ୟାନ କରା ଯାଉଥିଲା । ତେବେ ଦୀର୍ଘ ୫ ଦିନ ଧରି ରାହୁଲ ଗାତ ଭିତରେ ଫଶୀ ରହି ମଧ୍ୟ ସୁରକ୍ଷିତ ଭାବେ ସେଠାରୁ ବାହାରି ଆସିଛନ୍ତି । ବର୍ତ୍ତମାନ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଠିକ ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ତେବେ ସୂଚନା ଅନୁଯାୟୀ ରାହୁଲ ତାଙ୍କ ଘର ପଛ ପଟେ ଖେଳୁଥିବା ସମୟରେ ଗାତ ରେ ପଡି ଯାଉଥିଲେ ଯାହା ୮୦ ଫୁଟର ରହିଥିଲା । ତେବେ ଆପଣ ବର୍ତ୍ତମାନ ସମୟରେ ରାହୁଲ ଙ୍କର ଏକ ଭିଡିଓ ଦେଖି ପାରିବେ ଯାହା ସୋସିଆଲ ମିଡିଆରେ ନଜର ଆସୁଛି । ଏହି ଭିଡିଓ ରେ ଦେଖାଯାଉଛି କି ରାହୁଲ ସ୍ଵାଭାବିକ ଭାବରେ ଏକ ଦୋକାନରୁ ଜିନିଷ ପାତ୍ର ଦେଣନେଣ କରୁଛନ୍ତି ।

ରାହୁଲ ଙ୍କୁ କୁହା ଯାଉଛି କିଛି ଜିନିଷ ପତ୍ର ଆଣିବାକୁ ଆଉ ସେ ଆଣି ଦେଉଛନ୍ତି ମଧ୍ୟ । ଏମିତିକି ଏହି ଭିଡିଓ ରେ ରାହୁଲ ଗ୍ରାହକ ଙ୍କୁ ପଇସା ମଧ୍ୟ ଦେବାର କରିବାର ନଜର ଆସୁଛନ୍ତି । ରାହୁଲ ଦୋକାନରେ ବସି ତାଳି ମାରିବା ସହ କିଛି କାମ କରିବାର ମଧ୍ୟ ନଜର ଆସୁଛନ୍ତି । ତେବେ ରାହୁଲ କିପରି ଭାବେ ପ୍ରତିକ୍ରିୟା ଦେଉଛନ୍ତି ତାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । କିଭଳି ଭାବେ ରାହୁଲ ସବୁ କଥା ବୁଝିପାରି ଜିନିଷ ପତ୍ର ଦେବା ନେବା କରିବା ସହ ଟଙ୍କା ମଧ୍ୟ ରଖୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *