ସାମ୍ନାକୁ ଆସିଲା ଏଭଳି ନିଆରା ବାହାଘର, ଯାହା ଆପଣ ଆଗରୁ ଦେଖି ନଥିବେ…. ସମ୍ପୂର୍ଣ୍ଣ ଖବର ଜାଣି ଆପଣ ବି ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଆପଣ ମାନେ ଏହି ଭିଡିଓ ରେ ଦେଖିପାରିବେ କି ଦୁଇ ବର କନ୍ୟାଙ୍କ ବାଲ୍ୟ ବିବାହ ହେଉଛି । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । କାରଣ ବେଦି ଦୁଇ ଜଣ କନ୍ୟା ବର କନ୍ୟା ବେଶ ଧରି ବସିଛନ୍ତି । ହୁଳହୁଳି ସହ ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରୁଛନ୍ତି ଆଉ ବେଦିରେ ପଡୁଛି ହାତ ଗଣ୍ଠି । ଆଉ ସାତ ଫେରା ନେଇ ଦସ ଦିଗକୁ ସାକ୍ଷୀ ରଖୁଛନ୍ତି ଏହି କୁନି ବର କନ୍ୟା । ଯିଏ ବର ସେ ହେଉଛନ୍ତି ଝିଅ ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ କି ଝିଅ ହୋଇ ଆଉ ଗୋଟେ ଝିଅକୁ କେମିତି ବାହା ହେବ । ଏହି ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ ଅଟେ ।

ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲା କଙ୍କଡାହାର ର ଟମ୍ପେଇ ଗାଁ । ଏହି ଗାଁ ରେ ରାଜ ପର୍ବକୁ ଲୋକ ମାନେ ନିଆରା ଢଙ୍ଗରେ ତିନି ଦିନ ଧରି ପାଳନ କରିଥାନ୍ତି । ଆଉ ଗାଁ ର ସୁଖ ଦୁଖ ପାଇଁ ଏହି ନିଆରା ବାହାଘରର ଆୟୋଜନ କରାଯାଏ । ଏହି ବାହାଘର ପୁରା ବୈଦିକ ରିତିନୀତିରେ ହେଲେ ମଧ୍ୟ ଉଭୟ ବର କନ୍ୟା ଇନ୍ତୁ କୁନି ଝିଅ ହୁଅନ୍ତି ।

ଆଉ ଏମିତି କରିଲେ ଗାଁ ର ଭାଇଚାର ଭଲ ରୁହେ ବୋଲି ଏଠିକାର ଲୋକଙ୍କର ବିଶ୍ଵାସ ରହିଛି । ସବୁଠାରୁ ବଡ କଥା ହେଲା ଏହି ବାହାଘର ନେତୃତ୍ଵ ନେଇଥାନ୍ତି ଗାଁ ର ମହିଳା ଓ ଯୁବତୀ ମାନେ । ବାହାଘର ପାଇଁ ଗାଁ ରେ ଭୋଜି ଭାତ ପାଇଁ ଆସର ମଧ୍ୟ ଜମିଥାଏ । ହେଲେ ଏହି ବାହାଘର ରେ ଝିଅ ମାନଙ୍କୁ ଅଧିକ ଗୁରୁତ୍ଵ ଦିଆ ଯାଇଥାଏ ।

ସେଥିପାଇଁ ତ ଏଭଳି ବଡ ଆଡମ୍ବର ରେ ବାହାଘରର ଆୟୋଜନ କରା ଯାଇଥାଏ । ୨୦୧୩ ମସିହାରୁ ଏହି ରଜା ପର୍ବ ରେ ବାହାଘରର ପାଳନ କରା ଯାଉଛି ଯାହା ଗାଁ ଲୋକେ ମତ ଦେଇଛନ୍ତି । ସବୁଠାରୁ ଗୁରତ୍ଵ ପୂର୍ଣ୍ଣ କଥା ହେଉଛି ଦୁଇ ଝିଅଙ୍କ ବାହାଘର ହେବା ପରେ ମାଟିରେ ତିଆରି ହୋଇଥିବା କଣ୍ଢେଇ ସହ ଏମାନଙ୍କର ବାହାଘର ହୋଇଥାଏ ।

ଏଥିପାଇଁ ବର କନ୍ୟା ଙ୍କ ପକ୍ଷରୁ ବର ଓ କନ୍ୟା ପକ୍ଷରୁ ବଛାଯିବା ସହ ବିବାହ କାର୍ଯ୍ୟ ସେମାନଙ୍କ ଦ୍ଵାରା ସମ୍ପନ୍ନ କରାଯାଏ । ଆଉ ଏହି ବାହଘରକୁ ଦେଖିବା ପାଇଁ ପାଖ ଆଖ ଗାଁ ରୁ ହଜାର ହଜାର ଲୋକ ମାନଙ୍କର ସୁଅ ଛୁଟିଥାଏ । ତେବେ ସେ ଯାହା ବି ହେଉ ଆଜିକା ସମୟରେ ଏଭଳି ପରମ୍ପରା ବଜାୟ ରଖିଛନ୍ତି କାମାକ୍ଷା ନଗରର ଆଦିବାସୀ ଲୋକେ ।

ତେବେ ଏହି ବାହଘରରେ ଯେମିତି ସତ ଶତିକା ବାହାଘର ପରି ମନେ ହେଉଛି । ବାହାଘର ରେ ଯେମିତି ଡିଜେ ବାଜେ ବା ବରଯାତ୍ରୀ ଆସେ ଠିକ ସେମିତି ଏହି ଗାଁ ରେ ହେବାର ନଜର ଆସୁଛି ଯାହା ଖୁବ ନିଆରା ଲାଗୁଛି । ତେବେ ଏହି ବାହାଘରକୁ ଦେଖିବା ପାଇଁ ଦୂର ଦୂର ଲୋକ ମାନଙ୍କର ଗହଳି ଜମିଥାଏ । ବନ୍ଧୁଗଣ ଆପଣ ମାନଙ୍କର ଏହି ବାହାଘର ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *