ସାମ୍ନାକୁ ଆସିଲା ଛାତିଥରା କାହାଣୀ, Rahulଙ୍କ ଦେହରେ ଗୁଡାଇ ହୋଇଥିଲା ଚନ୍ଦନ ବୋଡ଼ା, କିନ୍ତୁ….

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ଏକ ନୂଆ ଖବର ସାମନା କୁ ଆସିଛି । ସୁଚନା ଅନୁଯାୟୀ ବହୁ ଚର୍ଚ୍ଚିତ ୧୧ ବର୍ଷର ରାହୁଲ ସାହୁ ଙ୍କ ଦେହରେ ଗୁଡ଼ାଇ ହୋଇ ରହିଥିଲା ଚନ୍ଦନ ବୋଡା ସାପ । ରାହୁଲ ଙ୍କର ବୋରୱେଲ ଭିତରର ଦୀର୍ଘ ୧୦୫ ଘଣ୍ଟା ର ସଂଘର୍ଷ ଭିତରେ ଏପରି କାହାଣୀ ସାମ୍ନା କୁ ଆସିଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ୟ୍ଯ କରି ଦେବ । ରାହୁଲ କୁ ଉଦ୍ଧାର କରିବାର କିଛି ସମୟ ପୂର୍ବ ରୁ ରେସ୍କ୍ୟୁ ଟିମ୍ ଏମିତି ଦୃଶ୍ୟ ଦେଖିଥିଲେ ଯାହାକୁ ଦେଖି ସେମାନଙ୍କର ହୃତ୍ ସ୍ପନ୍ଦନ ବଢ଼ି ଯାଇଥିଲା ।

ରାହୁଲ ବୋରୱେଲ ଭିତରେ ହଲଚଲ ହେଉ ନ ଥିଲା କାରଣ ତା ଦେହରେ ଚନ୍ଦନ ବୋଡା ଗୁଡ଼ାଇ ହୋଇ ରହିଥିଲା । ଯାହାକୁ ଦେଖି ସମସ୍ତ ଙ୍କ ମନକୁ ପାପ ଛୁଇଁ ଥିଲା । ଚନ୍ଦନ ବୋଡା ଅତ୍ୟନ୍ତ ବିଷାକ୍ତ ସାପ । ଯଦି ରାହୁଲ କୁ ଚନ୍ଦନ ବୋଡା କ୍ଷତି କରିଥିବ ତେବେ ୧୦୫ ଘଣ୍ଟା ର ଅପରେସନ ଫେଲ୍ ହେବ ବୋଲି ଆଶା କରାଯାଉ ଥିଲା ।

୧୦ବର୍ଷ ର ବାଳକ ରାହୁଲ ସହ ବୋରୱେଲ ରେ ଯାହା ସବୁ ଘଟିଥିଲା ତାହା କୌଣସି ହରର ଫିଲ୍ମ ଠାରୁ କମ ନୁହେଁ । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଏହି ଜୀବନ ସଂଘର୍ଷ ଭିତରେ ବିଜୟ ହୋଇଥିଲେ ରାହୁଲ । କାରଣ ବିଧି ର ବିଧାନ ଥିଲା କିଛି ଅଲଗା । ସମ୍ଭବତ ରାହୁଲ ଦେହରେ ବୋଡା ଗୁଡ଼ାଇ ହୋଇଥିଲେ ବି କୌଣସି କ୍ଷତି କରି ନାହିଁ ।

ସୂଚନା ଅନୁଯାୟୀ ଚନ୍ଦନ ବୋଡା କାମୁଡ଼ିଲେ ସେହି ସ୍ଥାନ ରେ ଭୀଷଣ ଯନ୍ତ୍ରଣା ହୁଏ । କାମୁଡି ଥିବା ସ୍ଥାନ ରେ ରକ୍ତସ୍ରାବ ହୁଏ, ଫୁଲିଯାଏ ବା ରକ୍ତ ଶିକୁଳି ପ୍ରବାହିତ ହୁଏ । ରକ୍ତଚାପ କମିବା ସହ ହୃତ ସ୍ପନ୍ଦନ କମିବାରେ ଲାଗିଥାଏ । ଏହା ସହ ବାନ୍ତି ହେବା ସହ ପାଦ ଫୁଳିଯାଏ । ଏମିତିକି କିଡନୀ ସମସ୍ୟା, ଶ୍ୱାସକ୍ରିୟା ରେ ସମସ୍ୟା ଓ ହୃଦଘାତ ଭଳି ସମସ୍ୟା ଦେଖାଯାଏ ।

ଠିକ୍ ସମୟରେ ଚିକିତ୍ସା ନ ହେଲେ ମୃତ୍ୟୁ ହେବାର ଆଶଙ୍କା ରହିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଏତେ ସବୁ ହେବା ପରେ ବି ରାହୁଲ ସୁରକ୍ଷିତ ଭାବେ ଗାତ ଭିତରୁ ବାହାରି ଆସିଛି । ବର୍ତ୍ତମାନ ରାହୁଲ ସୁସ୍ଥ ଅଛନ୍ତି ବୋଲି ଖବର ରହିଛି । ତେବେ ଏତେ ସମୟ ଧରି ଚନ୍ଦନ ବୋଡା ସାପ ସହ ରହି ସୁରକ୍ଷିତ ଭାବେ ବାହାରକୁ ଆସିବା କିଛି କମ କଥା ନୁହେଁ । ବନ୍ଧୁଗଣ ଆପଣ ମାନଙ୍କ ର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *