Exclusive: ରିୟାଲିଟି ସୋ’ର ଅଜବ ପ୍ରଶ୍ନ ‘ଚକୁଳି ପିଠାରେ କେତୋଟି କଣା ?’ ଏ ବିଷୟରେ କଣ କହିଲେ Ollywood ହୀରୋ Sambeet , ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଟିଭି ଚ୍ୟାନେଲରେ ଅନେକ ପ୍ରକାରର ରିୟାଲିଟି ସୋ ପ୍ରସାରିତ ହେଉଛି । କିନ୍ତୁ ରିଆଲିଟି ସୋ ରେ ଏମିତି କିଛି ପ୍ରଶ୍ନ ପଚରାଯାଉଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆପଣ ମାନେ ଜାଣିଥିବେ ଏକ ରିୟାଲିଟି ସୋ ଚକୁଳି ପିଠାରେ କେତୋଟି କଣା ରହିଛି ଯାହାର ଉତ୍ତର ଏକ ଝିଅକୁ ପଚରା ଯାଇଥିଲା ଯାହାକୁ ନେଇ ଜଜ ମାନେ ଟ୍ରୋଲ ହୋଇଥିଲେ । ଏମିତିକି ଏହି ଡାଇଲଗକୁ ନେଇ ଗୀତ ମଧ୍ୟ ଭାଇରାଲ ହୋଇଥିଲା । ତେବେ ଏହି ବିଷୟରେ ଅଭିନେତା ସମ୍ବିତ କହିଛନ୍ତି ଯେ ସେମାନେ ମନ୍ଦ ଉଦେଶ୍ୟରେ ଝିଅମାନଙ୍କୁ କିଛି ପ୍ରଶ୍ନ ପଚାରନ୍ତି ନାହି ।

ରିୟାଲିଟି ସୋର ଜଜମାନଙ୍କ ପ୍ରଶ୍ନକୁ ନେଇ ୟୁଜର୍ସ ମାନେ ଅନେକ କମେଣ୍ଟ ଦେବା ସହ ଏଥିରୁ ଟଙ୍କା ରୋଜଗାର କରିଛନ୍ତି ବୋଲି ସମ୍ବିତ କହିଛନ୍ତି । ଏ ନେଇ ସମ୍ବିତ କହିଛନ୍ତି କି ସେ ହୁଅନ୍ତୁ କି ଅନ୍ୟ ଜଜ ମାନେ ଭଲ ଭଲ ଫିଲ୍ମ କରିଛନ୍ତି କିନ୍ତୁ ସେଥିରେ କୌଣସି ପ୍ରକାରର ପୋଷ୍ଟ ୟୁଜର୍ସ ମାନେ କେବେବି ଦେଇ ନାହାନ୍ତି । ଆହୁରି ମଧ୍ୟ ସମ୍ବିତ କହିଛନ୍ତି ସେମାନେ ଚ୍ଯାନେଲ ତରଫରୁ ଜଜ ହୋଇଥାନ୍ତି ।

ଯେଉଁ ଲୋକମାନେ ତାଙ୍କୁ ଆଜି ପ୍ରଶଂସା କରୁଛନ୍ତି ସେମାନେ ମଧ୍ୟ ଟ୍ରୋଲ କରୁଛନ୍ତି । ରିୟାଲିଟି ସୋରେ ଅନେକ ଝିଅମାନଙ୍କୁ ପ୍ରଶ୍ନ ପଚରାଯାଇଛି ଯାହାକୁ ନେଇ ଗଣ ମାଧ୍ୟମରେ ଟ୍ରୋଲ ହେଉଛନ୍ତି ଜଜମାନେ । କିନ୍ତୁ ସେହି ଝିଅମାନେ ସେହି ରିୟାଲିଟି ସୋରେ ଭାଗ ନେଇ ଲାଷ୍ଟ ରାଉଣ୍ଡ ଯାଏଁ ପରଫୋମ କରୁଛନ୍ତି ।

ସେମାନେ କେବେବି ଝିଅମାନନକୁଙ୍କୁ ଇନସଲ୍ଟ ହେବା ଭଳି ପ୍ରଶ୍ନ କରି ନାହାନ୍ତି ବୋଲି ସମ୍ବିତ କହିଛନ୍ତି । ସମ୍ବିତ କହିଛନ୍ତି ସମୁଦ୍ର ଭିତରେ କଣ ଅଛି ବୋଲି ପ୍ରଶ୍ନ ପଚରାଯାଇଥିଲା ଏକ ସୋରେ । ତାଙ୍କର ୪-୫ଟା ପେଜରେ ପ୍ରଶ୍ନ ରହିଥାଏ ଯାହା ଝିଅମାନଙ୍କୁ ପଚାରଯାଇଥାଏ ।

ସମ୍ବିତ କହିଛନ୍ତି ସେମାନେ କେବଳ ଜଜ ହିସାବରେ ବସିଥାନ୍ତି କିନ୍ତୁ ଚ୍ଯାନେଲ ହାତରେ ସବୁ କିଛି ରହିଥାଏ । ଚ୍ଯାନେଲ ସ୍ଥିର କରିଥାଏ ଆଗକୁ କିଏ ଜୀବ ଆଉ ଜିତିବ କିଏ ବୋଲି ସମ୍ବିତ କହିଛନ୍ତି । ଯେଉଁ ଝିଅକୁ ଚକୁଳି ପିଠାର ପ୍ରଶ୍ନ ପଚାରଯାଇଥିଲା ସେହି ଝିଅ ଆଜି ଯାଏଁ ତାଙ୍କ ସହ ସମ୍ପର୍କରେ ଅଛନ୍ତି ଓ ଶୁଭକାମନା ମଧ୍ୟ ଜଣାଉଛନ୍ତି ବୋଲି ସମ୍ବିତ କହିଛନ୍ତି । ତେବେ ରିୟାଲିଟି ସୋ ଗୁଡିକ ହେଉଛି ମଜାଦାର ସୋ ଯେଉଁଠି ମଜାମସ୍ତି ଚାଲିଥାଏ । ଏହାକୁ ନେଇ କୌଣସି ପ୍ରକାରର ସିରିଏସନେସ ନେବା ଉଚିତ ନୁହେଁ ।

ଏଥିପାଇଁ ସେ ସମ୍ବିତ ଚଳିତ ବର୍ଷ ରିୟାଲିଟି ସୋ କରି ନାହାନ୍ତି କାରଣ ଦର୍ଶକ ମାନେ ଚାହୁଁ ନାହାନ୍ତି । ଯଦି ଆଗକୁ ସେ ରିୟାଲିଟି ସୋ କରନ୍ତି ତେବେ ଯେଉଁ ଦର୍ଶକମାନେ ହର୍ଟ ହୋଇଛନ୍ତି ସେମାନେ ଯେମିତି ଆଉ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବେ ।

ଜଜ ହିସାବରେ ସେ ମାତ୍ର ୨ଟି ସୋ କରିଛନ୍ତି ଯାହା ଅଲଗା ଅଲଗା ରହିଛି । ତେବେ ଏଭଳି ମନ୍ତବ୍ୟ ଦେଇଛନ୍ତି ଅଭିନେତା ସମ୍ବିତ । ବନ୍ଧୁଗଣ ଆପଣଙ୍କର ରିୟାଲିଟି ସୋ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଯାନଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *