ବିରାଟ କୋହଲିଙ୍କ ଉପରେ ମାଦ୍ରାସ ହାଇକୋର୍ଟରେ ହୋଇଛି କେସ, ଲାଗିଛି ଏହି ବଡ ଆରୋପ 

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀ ଓ ବଲିଉଡର ଅଭିନେତ୍ରୀଙ୍କ ନାମରେ ମାଦ୍ରାସ ହାଇକୌର୍ଟରେ କେସ ହୋଇଛି । ଏଥିରେ ଦୁଇଜଣଙ୍କୁ ଅନଲାଇନ ଜୁଆ ଖେଳରେ ପ୍ରଚାର କରୁଥିବାର ଆରୋପ ଲଗାଯାଇ ଏହାସହିତ ଗିରଫର ମାଙ୍ଗ କରାଯାଇଛି । ଏହି ପିଟିସନକୁ ଚେନ୍ନାଇର ଜଣେ ଓକିଲ କେସ କରିଛନ୍ତି ।  ସେଥିରେ ସେହି ପିଟିସନର ଏମଏଚସୀ କୁ ଅନଲାଇନ ଜୁଆ ଖେଳିବା ପାଇଁ ବ୍ୟାନ କରିବାର ଦାବି କରିଛନ୍ତି । ଏଥିରେ ଯୁବକମାନେ ଏହାର ଅଭ୍ୟାସ୍ତ ହେଉଛନ୍ତି ।

Image Courtesy: Google

ପିଟିସନର ଏହା କହିଛନ୍ତିକି ଅନଲାଇନ ଯୁଆଖେଳ କମ୍ପାନୀ ବିରାଟ ଓ ତମନା ଭଳି ଷ୍ଟାର୍ସଙ୍କ ଉପଯୋଗ କରି ଯୁବପିଢିଙ୍କୁ ଖରାପ କରୁଛନ୍ତି । ସେଥିପାଇଁ ଦୁଇଜଣଙ୍କୁ ଗିରଫ କରିବା ଦରକାର । ଓକିଲ ସେ ଯୁବକକୁ ଧ୍ୟାନରେ ରଖି କହିଲେକି, ବେଟରେ ହାରିଥିବା ଧନ ଦେଇପାରି ନଥିବା କାରଣରୁ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ । ଏହା ଆମର ଯୁବପିଢିଙ୍କୁ ଖରାପ ବାଟକୁ ନେଉଛି କିନ୍ତୁ କିଛି ଷ୍ଟାର ଯେଉଁମାନେ ଏ ଦେଶରେ ବହୁତ ସମ୍ମାନନୀୟ ସେମାନେ ଏଭଳି ଜିନିଷର ପ୍ରଚାର କରିବା ଉଚିତ ନୁହେଁ । ଏହା ସେମାନଙ୍କୁ ଫୋଲ୍ଲୋ କରୁଥିବା ଲୋକଙ୍କ ଜୀବନରେ ବହୁତ ପ୍ରଭାବ ପକାଉଛି ।

ମୋବାଇଲ ପ୍ରିମିୟର ଲିଗର ପ୍ରଚାର କରୁଛନ୍ତି

Image Courtesy: Google

କହିବାକୁ ଚାହୁଁଚୁକି ଭାରତର ଅଧିନାୟକ ବିରାଟ କୋହଲୀ ଓ ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ ଦୁଇଜଣ ମୋବାଇଲ ପ୍ରିମିୟର ଲିଗର ପ୍ରଚାର କରୁଛନ୍ତି । ବିରାଟ ଓ ତମନ୍ନା ଦୁଇଜଣ ଯାକ ଗେମିଂ ପ୍ଲାଟଫର୍ମର ବ୍ରାଣ୍ଡ ଏମ୍ବେସଡର ଅଟନ୍ତି । ଏମପିଏଲରେ ଏହିସମୟରେ ୩୫ ମିଲିୟନରୁ ଅଧିକ ୟୁଜର୍ସ ଅଛନ୍ତି । ଏହି ପ୍ଲାଟଫର୍ମରେ ୪୦ରୁ ବେଶୀ ଗେମ ଅଛି । ଆଇପିଏଲ ପୂର୍ବରୁ ଏମପିଏଲ ପାଖରେ ୬ଟି କ୍ରିକେଟ ଗେମ ଅଛି, ଯେଉଁଥିରେ ୟୁଜର୍ସଙ୍କୁ ଅଧିକ ବିକଳ୍ପ ମିଳୁଛି । ତେବେ ଏଭଳି ଗେମ ଯାହା ପିଲା ମାନଙ୍କ ଜୀବନ ଖରାପ କରୁଛି ତାକୁ ପ୍ରଚାର କରିବା କେତେ ଦୂର ଠିକ ? ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ନିଶ୍ଚୟ ଦେବେ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *