କୋଭିଡ-୧୯ ଅନଲକ ୩.୦, କଣ ରହିବ ଖୋଲା କଣ ରହିବା ବନ୍ଦ ଜାଣନ୍ତୁ ସଂପୂର୍ଣ୍ଣ ଗାଇଡଲାଇନ

କରୋନା ଭାଇରସ ଦ୍ଵାରା ବର୍ତମାନ ସ୍ଥିତିରେ ପୁରା ଦୁନିଆ ଆକ୍ରାନ୍ତ ହେଲାଣି ତେବେ ସରକାର ନିଜ ନାଗରିକଙ୍କୁ ବଞ୍ଚାଇ ରଖିବା ପାଇଁ ଓ ସଂକ୍ରମଣ କମାଇବା ପାଇଁ ନୂଆ ନୂଆ ନିଷ୍ପତ୍ତି କରୁଛନ୍ତି, ତେବେ ବର୍ତମାନ ଖବର ଅନୁଯାଇ ଅନଲକ ୩କୁ ନେଇ କେନ୍ଦ୍ର ସରକାର ଜାରି କଲେ ଗାଇଡଲାଇନ ଯାହା ସମସ୍ତଙ୍କୁ ମାନିବାକୁ ହବ, ତେବେ ସରକାର ଏହି ଅନଲକ ୩ରେ କିଛି ପରିବର୍ତନ କରିଛନ୍ତି ଓ ଏହା ଲୋକଙ୍କ ସୁରକ୍ଷା ଧ୍ୟାନରେ ରଖି କରା ଯାଇଛି ।

Image Courtesy: Google

ଅନଲକ ୩ରେ ରାତ୍ରିକାଳିନ କର୍ଫ୍ଯୁ ଉପରେ ହଟିଲା କଟକଣା । ଏବେ ରାତ୍ରିରେ ଲୋକଙ୍କ କିଛି ଆବଶ୍ୟକ ହେଲେ ହି ବାହାରିବା ଉଚିତ ତେବେ ରାତି କର୍ଫ୍ଯୁ ଏବେ ବନ୍ଦ କରାଯିବ । ରାତିରେ ସାଧାରଣ ଲୋକଙ୍କର ଯାତାୟାତ ପାଇଁ ହଟିଲା କଟକଣା । ଅନଲକ ୨ ପରେ ଏବେ ଅନଲକ ୩ ଜାରି କରିଛନ୍ତି କେନ୍ଦ୍ର ସରକାର ଏହା ଲୋକଙ୍କ ସୁରକ୍ଷା ଓ ତାଙ୍କ ସାହାଯ୍ୟ ପାଇଁ କିଛି ନୂଆ ନିଷ୍ପତ୍ତି କରା ଯାଇଛି । ଏହି ନୂଆ ଗାଇଡ ଲାଇନ ଅନୁଯାଇ ଅଗଷ୍ଟ ୫ରୁ ଯୋଗ ଇଂଷ୍ଟିଟ୍ୟଟ ଖୋଲା ଯାଇ ପାରିବ, ସେହି ପରି ଯୋଗ ଇନଷ୍ଟିଟ୍ଯୁଟ ଓ ଜିମ୍ନାସିୟମ ପାଇଁ ଜାରି ହେବ ଏସଓପି ।

Image Courtesy: Google

ତେବେ ଏହି ଗାଇଡଲାଇନ ଅନୁଯାଇ କେନ୍ଦ୍ର ସରକାର ଦ୍ଵାରା ଏହା ନିଷ୍ପତ୍ତି କରା ଯାଇ ଯେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର । ତେବେ ଏହି ଆସନ୍ତା ମାସରେ ଆମ ଦେଶ ସ୍ଵାଧୀନତା ଦିବଶ ଆସିବାକୁ ଯାଉଛି ତେବେ ଏହି ଦିନ ପାଳନ କରିବା ପାଇଁ ସରକାର ଦ୍ଵାରା କୋଭିଡକଟକଣା ମଧ୍ୟରେ ପାଳନ ହେବ ସ୍ଵାଧୀନତା ଦିବସ ଏହା କେନ୍ଦ୍ର ସରକାର ନିଷ୍ପତ୍ତି କରିଛନ୍ତି । ତେବେ ମେଟ୍ରୋ, ରେଳ, ସ୍ଵିମିଂପୁଲ, ସିନେମା ହଲ ଗୁଡିକ ପୂର୍ବ ଭଳି ବନ୍ଦ ରହିବ ବୋଲି କୁହା ଯାଇଛି । ଏହା ସହ ସାମାଜିକ, ରାଜନୈତିକ କ୍ରିଡା ଆଦି କାର୍ଯ୍ୟକୁ ନାହିଁ ଅନୁମତି ତେବେ ବର୍ତମାନ ପର୍ଯ୍ୟନ୍ତ ସ୍ଥିତି ଭଲ ହୋଇ ନାହିଁ ଯାହା ଦ୍ଵାରା ଏହି ସବୁକୁ ଅନୁମତି ଦିଆ ଯାଇ ପାରିବ ।

Image Courtesy: Google

ତେବେ ଥିଏଟର, ବାର ଅଡିଟରିୟମ ଆଦି ପୂର୍ବ ଭଳି ବନ୍ଦ ରହିବେ ବୋଲି ଆଦେଶ ଦିଆ ଯାଇଛି, ପରିସ୍ଥିତି ଦେଖି ଏହା ସବୁ କେବେ ଖୋଲା ଯିବ ତାହା ନିଷ୍ପତ୍ତି କରାଯିବ । ଅନ୍ତଃରାଜ୍ୟ ଓ ରାଜ୍ୟ ମଧ୍ୟରେ ଗମନାଗମନ ଓ ମାଲ ପରିବହନକୁ ଅନୁମତି ପ୍ରଦାନ କରା ଯାଇଛି ଯାହା ଦ୍ଵାରା ବ୍ୟବସାୟ ହୋଇ ପାରିବ ଓ ଲୋକଙ୍କୁ ଜିନିଷ ପ୍ରାପ୍ତ ହବ । କଣ୍ଟେନମେଣ୍ଟେ ଜୋନରେ ଅଗଷ୍ଟ ୩୧ ଯାଏଁ ଲକଡାଉନ ରହିବ ବୋଲି କୁହା ଯାଇଛି । ଦୋକାନରେ ଗ୍ରାହକଙ୍କ ମଦୟରେ ସାମାଜିକ ଦୂରତା ନିୟମକୁ ପାଳନ ପାଇଁ ନିର୍ଦେଶ ଦିଆ ଯାଇଛି । ରୋଗୀ ଓ ଅସୁସ୍ତ ଲୋକଙ୍କୁ ଘର ବାହାରକୁ ଯିବା ପାଇଁ ମନା କରା ଯାଇଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *