ରିୟା ମଧ୍ୟ ସୁଶାନ୍ତଙ୍କ ଭଳି ପହଞ୍ଚିଥିଲେ ବଲୀଉଡରେ, ଫିଲ୍ମରେ ଆସିବା ଆଗରୁ କରୁଥିଲେ ଏହି କାମ…

ବଲୀଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଉ ଏହି ଦୁନିଆଟରେ ନାହାନ୍ତି, ଏବେ କେବଳ ତାଙ୍କ ସ୍ମୃତି ଆମ ପାଖରେ ରହିଯାଇଛି, ଅଭିନେତା ଗତ ୧୪ ଜୁନକୁ ନିଜ ବାନ୍ଦରା ଫ୍ଲାଟରେ ଆତ୍ମହତ୍ୟା କରିଥିଲେ, କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ତାଙ୍କ ଆତ୍ମହତ୍ୟା କାରଣ ସାମ୍ନାକୁ ଆସିନୀ, ତେବେ ଏହି କେସ ଉପରେ ପୋଲିସ ଗତ ଦୁଇ ମାସ ଧରି ତଦନ୍ତ ଜାରି ରଖିଛନ୍ତି, ଏହି କେସ ବର୍ତମାନ ପର୍ଯ୍ୟନ୍ତ ବହୁତ କିଛି ନୂଆ ନୂଆ ରହସ୍ୟ ଖୋଲିଛି, ପ୍ରଥମେ ଅଭିନେତାଙ୍କ ମୃତ୍ୟୁ କାରଣ ବଲୀଉଡରେ ଥିବା ନେପୋଟିଜିମ କୁହା ଗଲା କିନ୍ତୁ ଏହା ପରେ ଏମିତି କିଛି ଖବର ଆସିଲା ଯାହା ପରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତୀ କେନ୍ଦ ହୋଇଛନ୍ତି ।

Image Courtesy: Google

ତେବେ ଖବର ଅନୁଯାଇ ସୁଶାନ୍ତ ସିଂହ ବାପା କେକେ ସିଂହ ପାଟନା ର ରାଜୀବ ନଗର ଥାନାରେ ରିୟା ଓ ୬ ଅନ୍ୟ ଲୋକଙ୍କ ଉପରେ କେସ କରିଛନ୍ତି ଯାହା ଅନୁଯାଇ ତଦନ୍ତ ଚାଲିଛି । ତେବେ ବର୍ତମାନ ଏହି କେସ ସିବିଆଇ ହାତରେ ଅହି, ସିବିଆଇ ଏହି ପୁରା ଘଟଣା ଉପରେ ନିଜ ତଦନ୍ତ ଆରମ୍ଭ କରିଛନ୍ତି, ଖବର ଅନୁଯାଇ ସୁଶାନ୍ତ ସିଂହ ବାପା ରିୟା ଓ ତାଙ୍କ ପୁରା ପରିବାର ଉପରେ ସୁଶାନ୍ତ ସିଂହ ଟଙ୍କା ଲୁଟିବାର କେସ କରିଛନ୍ତି, ତେବେ ଏହି ବାବଦରେ ରିଆଙ୍କ ସହ ପୋଲିସ ପଚରା ପଚରି ଚଲେଇଛନ୍ତି । ତେବେ ଆସନ୍ତୁ ଜାଣିବା ରିୟା ଚକ୍ରବର୍ତୀ ଅଭିନେତ୍ରୀ ହବା ଆଗରୁ କଣ କରୁଥିଲେ ଓ କେମିତି ଅଭିନୟ ଦୁନିଆକୁ ଆସିଲେ ।

Image Courtesy: Google

ରିୟା ମଧ୍ୟ ଇଞ୍ଜିନ୍ୟରିଙ୍ଗ ପାଠ ଛାଡିଥିଲେ :

ଖବର ଅନୁଯାଇ ରିଆଙ୍କ ସ୍କୁଲ ଅମ୍ବାଲା କେଣ୍ଟ ଆର୍ମି ପବ୍ଲିକ ସ୍କୁଲ ଦ୍ଵାରା ହୋଇଥିଲା, ତେବେ ଆଶ୍ଚର୍ଯ୍ୟ କଥା ଏହା ଅଟେ ଯେ ସୁଶାନ୍ତ ଭଳି ରିୟା ମଧ୍ୟ ଇଞ୍ଜିନ୍ୟରିଙ୍ଗ ପାଠ ଅଧାରେ ଛାଡିଥିଲେ, ରିୟା କହିବା ଅନୁଯାଇ ତାଙ୍କର ପାଠରେ ଜମା ମନ ଲାଗୁ ନଥିଲା ଓ ତାଙ୍କୁ ଅଭିନୟ କରିବାର ବହୁତ ଇଛା ଥିଲା ସେଥିପାଇଁ ସେ ଅଭିନୟ ଦୁନିଆରେ ନିଜ କ୍ଯାରିୟର ଆରମ୍ଭ କଲେ । ରିୟା ଚକ୍ରବର୍ତୀ ନିଜ କ୍ଯାରିୟର ୨୦୦୯ରେ ଆରମ୍ଭ କରିଥିଲେ ସେ ଏମଟିଭି ରିୟାଲିଟି ସୋ ଟିନ ଡିବା ଠାରୁ ଅଭିନୟ ଦୁନିଆରେ ଡେବ୍ଯୁ ପାଇଁ ଚାନ୍ସ ପାଇଥିଲେ ।

Image Courtesy: Google

ଛୋଟ ପରଦା ଠାରୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କଲେ :

ରିୟା ଚକ୍ରବତୀ ଟିନ ଡିବା ଷୋ ଜିତ୍ୟ ପାରି ନଥିଲେ କିନ୍ତୁ ଦ୍ଵିତୀୟ ସ୍ଥାନ ଗ୍ରହଣ କରିଥିଲେ, ଏହା ପରେ ସେ ବହୁତ ଶୋ ହୋଷ୍ଟ କଲେ ଓ ଏହା ପରେ ତାଙ୍କୁ ସାଉଥ ଫିଲ୍ମରେ କାମ ମିଳିବା ଆରମ୍ଭ ହେଲା ୨୦୧୨ରେ ରିୟା ତେଲୁଗୁ ଫିଲ୍ମରେ କାମ କଲେ କିନ୍ତୁ ସାଉଥରେ ମଧ୍ୟ ନିଜ ଅଭିନୟ ଦ୍ଵାରା ସେ ଦର୍ଶକ ମାନଙ୍କ ମନ କିଣି ପାରିଲେ ନାହିଁ ଓ ଏହା ପରେ ବଲୀଉଡରେ କିଛି ବଡ ଲୋକଙ୍କ ସହ ମିଶି କିଛି ଫିଲ୍ମ ହିନ୍ଦୀରେ ମଧ୍ୟ କଲେ ଯାହା ବହୁତ ଭଲ ଚାଲିଲା ନାହିଁ, ତେବେ ରିୟା ଚକ୍ରବର୍ତୀ ଗୋଟେ ଫ୍ଲାପ ହିରୋଇନ ଅନୁସାରେ ଚାଲିଥିଲେ, କିନ୍ତୁ ସୁଶାନ୍ତ ସହ ତାଙ୍କ ସମ୍ପର୍କ ତାଙ୍କୁ ଲାଇମ ଲାଇଟ ରେ ରଖୁଥିଲା ।

Leave a Reply

Your email address will not be published. Required fields are marked *