ସ୍କୁଲ ଫିସକୁ ନେଇ ବଡ ନିଷ୍ପତ୍ତି- ବର୍ଷକ ପର୍ଯ୍ୟନ୍ତ ସ୍କୁଲ ଫି ମାଫ୍

କରୋନା ପାଇଁ ବର୍ଷକ ସ୍କୁଲ ଫିସ ମାଫ, ଶିକ୍ଷା ଅନୁଷ୍ଠାନ ମାନଙ୍କୁ କଡା ନିର୍ଦେଶ । କାରୋନା ମହାମାରୀ ପାଇଁ ଆଉ ମାଗି ପାରିବେନି ଫିସ । ଏପରିକି ସ୍କୁଲ ଫିସ ଜମା କରିବା ପାଇଁ ଯଦି କୌଣସି ଶିକ୍ଷା ଅନୁଷ୍ଠାନ ମାନେ ଅଭିଭାବକ ମାନଙ୍କ ଉପରେ କୌଣସି ପ୍ରକାରର ଚାପ ପକାଯାଏ ତେବେ ସମ୍ପୃକ୍ତ ଶିକ୍ଷା ଅନୁଷ୍ଠାନ ବିରୋଧରେ ମହାମାରୀ ଆକ୍ଟ ଅନୁସାରେ ଗ୍ରହଣ କରାଯିବ କଡା କାର୍ଯ୍ୟାନୁଷ୍ଠାନ ।

ଲକଡାଉନ ସମୟରେ ଫିସ ଆଳରେ ଅଭିଭାବକ ମାନଙ୍କୁ ହଇରାଣ କରୁଥିବା ଶିକ୍ଷାନୁଷ୍ଠାନ ବିରୋଧରେ ଏହିଭଳି କଠୋର ଆଭିମୁଖ୍ଯ ପୋଷଣ କରିଛନ୍ତି ପଞ୍ଜାବ ସରକାର ।

Image Courtesy: Google

କାରୋନା ସମୟରେ ଅଭିଭାବକ ମାନଙ୍କ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ନିଜେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂହ ଏଭଳି ନିର୍ଦେଶ ଦେଇଛନ୍ତି । ଯେଉଁଥିରେ କରୋନା ମହାମାରୀ ପାଇଁ ରାଜ୍ୟର କାଉନସିବୀ ସରକାରୀ ସ୍କୁଲ ଛାତ୍ର ଛାତ୍ତ୍ରୀଙ୍କ ଠାରୁ କୌଣସି ଫିସ ତଥା ଆଡିମିସନ, ରିଆଡିମିସନ ତଥା ଟ୍ୟୁସନ ଫିସ  ବାବଦକୁ ଟଙ୍କା ନନେବା ପାଇଁ କୁହାଯାଉଛି ।

Image Courtesy: Google

ଏଥିସହିତ ଯଦି କୌଣସି ଅଭିଭାବକଙ୍କ ଉପରେ କୌଣସି ପ୍ରକାର ଚାପ ପକାଯାଏ ସମ୍ପୃକ୍ତ ସ୍କୁଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶ ଦେଇଛନ୍ତି ପଞ୍ଜାବ ମୁଖ୍ୟ ମନ୍ତ୍ରୀ । ଟଙ୍କା ପାଇଁ ଅଟକିବନି ଛାତ୍ର ଛାତ୍ରୀଙ୍କ ଆଡମିସନ । ନିୟମ ଉଲଂଘନ କାଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ । କିନ୍ତୁ ପଞ୍ଜାବ ସରକାରଙ୍କ ଏହି ନିୟମ ଘରୋଇ ସ୍କୁଲ ମାନଙ୍କରେ ଲାଗୁ କରାଯାଇ ନହିଁ ।

Image Courtesy: Google

ଘରୋଇ ସ୍କୁଲରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ସ୍କୁଲ ଫିସ ଛାଡ ହେବକୀ ନାଇ ଏନେଇ କୋର୍ଟରେ  ବିଚାର ଚାଲିଛି ବୋଲି କହିଛନ୍ତି ପଞ୍ଜାବ ସରକାର । ରାଜ୍ୟର କୌଣସିବି ସରକାର ବିଦ୍ୟାଳୟ ଫିସ ନନେବା କାରଣରୁ  ପିଲାକୁ ସ୍କୁଲରୁ ବାହାର କରିପାରିବେନି ବୋଲି କଡା ଚେତାବନୀ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଯଦି କୌଣସି ସ୍କୁଲ ନିୟମର ଉଲଂଘନ କରନ୍ତି ତେବେ ସମ୍ପୃକ୍ତ ବିଦ୍ୟାଳୟ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶ ଦେଇଛନ୍ତି ।

ତେବେ ଓଡିଶା ସରକାର ଏହା ପାଇଁ କଣ ପଦକ୍ଷପ ନେବେ ଏହା ଏ ପର୍ଯ୍ୟନ୍ତ ଜଣା ନାହିଁ । ତେବେ ଆପଣଙ୍କ ମତ କଣ, କଣ ଓଡିଶାରେ ବି ଏହା କରିବା ଠିକ ହେବ ନା ନାହିଁ କମେଣ୍ଟ କରି ନିଶ୍ଚୟ ନିଜର ମତ ଦେବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *