ମାଗଣାରେ ଗ୍ୟାସ ସିଲିଣ୍ଡର ପାଇପାରିବେ, ଯଦି ପାଇ ନାହାନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । କେନ୍ଦ୍ର ସରକାର ମାଗଣା ସିଲିଣ୍ଡର ଦେବାକୁ ସୁଯୋଗ ଦେଇଛନ୍ତି । ପ୍ରଧନାମନ୍ତ୍ରୀଙ୍କ ଉଜ୍ଜଳା ଯୋଜନା ମାଧ୍ୟମରେ ଆପଣ ଗ୍ୟାସ ପାଇପାରିବେ । ଜମାବି ଡେରି କରନ୍ତୁ ନହିଁ, ଏହି ସୁଯୋଗର ଲାଭ ଉଠେଇବା ପାଇଁ ଜଲ୍ଦି ନିକଟସ୍ଥ ଏଲପିଯିରେ ଯୋଗା ଯୋଗ କରନ୍ତୁ । ଗରିବ ଲୋକମାନଙ୍କୁ ମାଗଣାରେ ଦେବା ପାଇଁ ପିଏମୟୁୱାଇ କରିଛନ୍ତି । ଏହି ଯୋଜନାରେ ଲୋକଙ୍କୁ ଗ୍ୟାସ ମିଳୁଛି ।
ସୂଚନା ଅନୁଯାଇ ଏହି ଯୋଜନାଟି ୨୦୧୬ ମସିହାରେ ୩ ବର୍ଷ ପାଇଁ ଆରମ୍ଭ ହୋଇଥିଲା । ଏହାର ଅବଧି ପୂରଣ ହେବାପରେ ମଧ୍ୟ ସରକାର ଏହାକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢାଯାଇଛି । ଏହି ସମୟରେ କେନ୍ଦ୍ର ସରକାର ସ୍ଵତନ୍ତ୍ର ଯୋଜନାର ଲାଭ ଉଠେଇବା ପାଇଁ ପୁଣିଥରେ ସୁଯୋଗ ଦେଇଛନ୍ତି ।

ଯଦି ଏହି ଯୋଜନାର ଭାଗି ହେବାକୁ ଚାହୁଁଛନ୍ତି ଏଥିରେ ବିପିଏଲ କାର୍ଡ ଦରକାର । ଯଦି ବିପିଏଲ କାର୍ଡ ଅଛି ଓ ଆପଣ ଗ୍ୟାସ ପାଇ ନାହାନ୍ତି ତେବେ ଜମା ଡେରି ନକରି ଅତିଶୀଘ୍ର ନାମ ପଞ୍ଜିକରଣ କରି ମାଗଣା ଗ୍ୟାସର ଲାଭ ଉଠାଇ ପାରିବେ ।
୭ କୋଟି ୪୦ ଲକ୍ଷ ମହିଳା ପାଇବେ ମାଗଣା ଗ୍ୟାସ
୨୦୧୬ ରେ ଗରିବ ଲୋକଙ୍କୁ ଗ୍ୟାସ ଦେବା ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ ସରକାର । ଦାରିଦ୍ର୍ୟ ସୀମା ରେଖା ତଳେ ରହୁଥିବା ଲୋକଙ୍କୁ ଏହି ସଂଯୋଗ ଦିଆଯାଇପରିବ ଶେଠୀ ପାଇଁ ମୋଦି ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ଯୋଜନାର ମୂଳ ଲକ୍ଷ ଏଇଆ ଥିଲାକି ଗାଁ ମାନଙ୍କରେ କାଠ, ଗୋବରର ବ୍ୟବହାରରୁ ହେଉଥିବା କ୍ଷତିକୁ ରୋକିବା ପାଇଁ ।

କିନ୍ତୁ ସରକାରଙ୍କ ଏହି ଯୋଜନା ୨୦୨୦ଏପ୍ରିଲ ପର୍ଯ୍ୟନ୍ତ ରହିଥିଲା କିନ୍ତୁ କୋରନା ପରିସ୍ତିତିକୁ ଆଖିଆଗରେ ରଖି ସରକାର ଏହାର ଅବଧିକୁ ବଢାଇଛନ୍ତି । କେନ୍ଦ୍ରର ଘୋଷଣା ଅନୁସାରେ ସେପ୍ଟେମ୍ବର ସୁଧା ୭.୪ କୋଟି ମହିଳାଙ୍କୁ ଯୋଗାଇ ଦିଆଯିବ । ଏହି ଗ୍ୟାସ ପାଇଁ ୧୩ କୋଟୋ ୫ ସହ ଲକ୍ଷ ଟଙ୍କା ଖରଚ ହେବ ।
ପ୍ରଧାନମନ୍ତ୍ରୀ ଉଜ୍ଵଳା ଯୋଜାର ଲାଭ ପାଇବ କିଏ ?
ପିଏମୟୁୱାଇ ଯୋଜନା ଅଧୀନରେ ବିପିଏଲ ବର୍ଗ ଅଧୀନରେ ଥିବା ପରିବାର ଲାଭ ପାଇବା ।
ବିପିଏଲରେ ଥିବା ପରିବାରର ମହିଳା ମାନେ ଗ୍ୟାସ ସଂଯୋଗ ନେଇପାରିବେ ।
ଆବେଦନକାରୀ ମହିଳା ୧୮ ବର୍ଷରୁ ଅଧିକ ହୋଇଥିବା ଦରକାର ।
ବିପିଏଲ କାର୍ଡ଼ଧରି ନିଶ୍ଚିତ ଭାବରେ ଗାଁର ବାସିନ୍ଦା ହୋଇଥିବା ଦରକାର ।
ଗ୍ୟାସର ସବସିଡି ପାଇବାକୁ ହେଲେ କୌଣସି ବ୍ଯାଙ୍କରେ ଆକାଉଣ୍ଟ ଥିବା ଦରକାର ।

ଯାହାର ପରିବାରର ଆଗରୁ ଏଲପିଜିର ସଂଯୋଗ ଅଛି ସେ ଏହି ଲାଭ ନେଇପାରିବେ ନାହିଁ ।
ଆବେଦନକାରୀ ମହିଳାଙ୍କ ପାଖରେ ବିପିଏଲ କାର୍ଡ ଥିବା ଦରକାର ?
ପିଏମୟୁୱାଇ ଯୋଜନା ପାଇଁ କିପରି ଆବେଦନ କରିବେ ?
ବିପିଏଲ କାର୍ଡ ଧରି ମହିଳା ଏହାକୁ ଆବେଦନ କରିପାରିବେ ।
ଆବେଦନ ପାଇଁ ନିକଟସ୍ଥ ଏଲପିଜି କେନ୍ଦ୍ରରେ kyc ଫର୍ମ ଦାଖଲ କରିବାକୁ ପଡିବ ।
ନିଜର ନାମ, ପୁରା ଠିକଣା, ଜନଧନ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଆଧାର ନମ୍ବର ଆବେଦନ ଫର୍ମ ସହ ଦେବାକୁ ପଡିବ ।
ଆପଣ କେତେ ଲିଟର ଗ୍ୟାସ ନେବେ ସେଇଟା ମଧ୍ୟ ଲେଖିବାକୁ ପଡିବ ।

ଏହି ଯୋଜନା ପାଇଁ କେଉଁ କେଉଁ ପ୍ରମାଣ ପତ୍ରର ଆବଶ୍ୟକ ରହିଛି ?
ବିପିଏଲ କାର୍ଡ଼
ବିପିଏଲ କାର୍ଡ ପଞ୍ଚାଯତ ମୁଖ୍ୟ କିମ୍ବା ପୌରଲିକ ଚେୟାରମ୍ୟାନ ଦ୍ଵାରା ପ୍ରମାଣିତ ହେବ ଦରକାର ।
ଆଧାର କିମ୍ବା ଭୋଟ ପରିଚୟ ପତ୍ର
ଗୋଟିଏ ପାସପୋର୍ଟ ଫୋଟ
ଜନଧନ ବ୍ୟାଙ୍କ ଆକାଉଣ୍ଟ ନମ୍ବର
ଆଧାର କାର୍ଡ ନମ୍ବର

ଏଲଆଇସି ପଲିଶିର ତଥ୍ୟ
ଯଦି ଏହି ଯୋଜନ ବିଷୟରେ ଅଧିକ ଜାଣିବା ପାଇଁ ଚହୁଁଛନ୍ତି ଆପଣ ପେଟ୍ରୋଲିୟମ ମନ୍ତ୍ରାଲାୟର ଅଫିସିଆଲ ୱେବସାଇଟ କୁ ଯାଇ ଅଧିକ ସୂଚନା ପାଇ ପାରିବେ ।