ଦେଖନ୍ତୁ Video: ଅସହାୟ ବାପା ପୁଅର ଗୋଡ ଧରିଲେ ବି ଗୋଇଠା ମାରି ଚାଲିଗଲା ନିଷ୍ଠୁର ପୁଅ, ସମ୍ପୁର୍ଣ୍ଣ ଘଟଣା ଜାଣି ଆପଣଙ୍କ ଆଖିରେ ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ । ଆମ ସମାଜରେ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ଦିନକୁ ଦିନ ଅ-ତ୍ୟା-ଚା-ର ବଢିବାରେ ଲାଗିଛି । ଆଜିର ଆମର ଏହି ଲେଖାରେ ଏହି ଭଳି ଏକ ହୃଦୟ ବିଦାରକ ଘଟଣା ରହିଛି ଯେଉଁଠାରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ପୁଅ ମାନେ ତାଙ୍କୁ ଗୋ-ଇ-ଠା ମାରି ଘରୁ ବିଦା କରି ଦେଇଛନ୍ତି । ସେହି ବୃଦ୍ଧ ବ୍ୟକ୍ତିଙ୍କର ନାଁ ହେଉଛି ଭଗବାନ ସାହୁ ଯାହାଙ୍କର ବୟସ ରହିଛି ୮୮ ବର୍ଷ ।

ଭୁବନେଶ୍ବରରୁ ପୁରୀ ଚାଲି ଚାଲି ବୃଦ୍ଧ ବ୍ୟକ୍ତି ଭଗବାନ ସାହୁ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯାଉଛନ୍ତି । ତାଙ୍କର ୫ ପୁଅ ଓ ବୋହୁ ମାନେ ତାଙ୍କ ପ୍ରତି ଦିନକୁ ଦିନ ଅ-ତ୍ୟା-ଚା-ର ଓ ନି-ର୍ଯ୍ୟା-ତ-ନା ଦେବାରୁ ସେ ସହି ନ ପାରି ଘର ଛାଡି ଚାଲି ଆସିଛନ୍ତି । ପୁଅ ମାନେ ତାଙ୍କୁ ମା-ଡ ମାରନ୍ତି ଏମିତି କି ତାଙ୍କୁ ଗୋ-ଇ-ଠା ମା-ରୁ-ଥି-ବା ଏହି ବ୍ୟକ୍ତି ଜଣକ କହିଛନ୍ତି । ଭଗବାନ ସାହୁଙ୍କର ଘର ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଦେଉଳିପାଟଣା ଗାଁ ଯେଉଁଠାରେ ତାଙ୍କର ୫ଟି ପୁଅ ସହ ସେ ରହୁଥିଲେ ।

ତାଙ୍କ ପୁଅ ମାନେ ପରିଣତ ବୟସରେ ନିଜ ବାପାକୁ ସାହାରା ଦେବା ବଦଳରେ ଗା-ଳି ଦେବା ସହ ମା-ଡ ମା-ରୁ-ଥି-ଲେ । ୫ ପୁଅ ମଧ୍ୟରୁ କେହି ବି ନିଜ ବାପାକୁ ରଖିବାକୁ ଚାହୁଁ ନାହାନ୍ତି ବୋଲି ଭଗବାନ ସାହୁ ନିଜ ରାଏ ରେ କହିଛନ୍ତି । ସେ ଭୁବନେଶ୍ବରରୁ ପୁରୀ ଚାଲିକି ଯିବା ସମୟରେ ବର୍ଷା ଯୋଗୁ ଚନ୍ଦନପୁର ବାଇପାସ ନିକଟରେ ଅଟକି ଥିଲେ । ସେହି ସମୟରେ ସ୍ଵେଚ୍ଛାସେବି କୁହୁଚନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧନରେ ତାଙ୍କୁ ଉଦ୍ଧାର କରା ଯାଇଛି ।

ଭଗବାନ ସାହୁଙ୍କୁ ପଚରାଉଚରା କରିବା ପରେ ସେ କହିଥିଲେ ଯେ ତାଙ୍କର ନିଜ ଜନ୍ମ କଲା ୫ ପୁଅ ତାଙ୍କୁ ପର କରି ଦେଲେ । ସେଥି ପାଇଁ ସେ ନିଜ ପୁଅ କାଳିଆ ବା ପ୍ରଭୁ ଜଗନ୍ନାଥଙ୍କ ପାଖକୁ ନିଜର ଶେଷ ସମୟ କଟାଇବାକୁ ପୁରୀ ଯାଉଛନ୍ତି ।

ପ୍ରଭୁ ଜଗନ୍ନାଥ ହିଁ ସାହା ଭରସା ବୋଲି ବୃଦ୍ଧ ବ୍ୟକ୍ତି ଭଗବାନ ସାହୁ ଅତି ଦୁଖର ସହ ନିଜ ଜୀବନର କାହାଣୀ ଏହି ଭିଡିଓ ରେ କହିଛନ୍ତି । ବର୍ତ୍ତମାନ ତାଙ୍କୁ ବୀରପ୍ରତାପପୁର ଠାରେ ଥିବା ନୀଳାଦ୍ରି ନୀଳ ଆଶ୍ରମରେ ପୋଲିସ ହିଫାଜତରେ ରଖା ଯାଇଛି ।

ଏହି ଘଟଣା ରୁ ଏତିକି କୁହା ଯାଇପାରେ ଯେ ଆଜିକାଲି ନିଜ ଜନ୍ମ କଲା ସନ୍ତାନ ମାନେ ବୃଦ୍ଧାବସ୍ଥାରେ ନିଜ ମା ବାପାଙ୍କ ସହ ଏପରି ଅ-ତ୍ୟା-ଚା-ର କରି ତାଙ୍କୁ ଘରୁ ତ-ଡି ଦେଉଛନ୍ତି ଯାହା ଆମ ସମାଜ ପାଇଁ ନି-ନ୍ଦ-ନୀ-ୟ ଓ ଲ-ଜ୍ୟା ଜ-ନ-କ ଘଟଣା ଅଟେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *