ବ୍ୟକ୍ତି ଦୁଖରେ ଭାଙ୍ଗି ପଡିଲେ କଣ ହୋଇଥାଏ ? ଦେଖନ୍ତୁ Ajira Anuchinta

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦୁଖ ପରେ ସୁଖ ଆସିଥାଏ । ସେମିତି ଗୋଟେ ଉଠାଣି ପରେ ଗୋଟେ ଖସାଣି ଅଛି ଓ ଗୋଟେ ଦିନ ପରେ ଗୋଟେ ରାତି ଅଛି । କାରଣ ଯିଏ ଜୀବନରେ ଭାଙ୍ଗି ପଡେ ସେ ତା ଜୀବନରେ ତଳକୁ ଖସିଯାଏ । ଉଦାହରଣ ସ୍ଵରୂପ ଜଣେ ଲୋକ ବଡ ମାରବାଲ ପଥର ଆଣିଲା । ଏହା ପରେ ସେ କାରିଗର ମାନଙ୍କୁ ଡାକିଲା । ବ୍ୟକ୍ତି ଜଣକ ମାରବଲ ପଥର ଆଣିଥିଲା ଭଗବାନ ଶିବଙ୍କର ମୂର୍ତ୍ତି ତିଆରି ପାଇଁ ।

କାରିଗର ଜଣକ ମୀହାଣ ହାତୁଡି ଧରିକି ଆସିଲା କାରଣ ବଡ ମାରବାଲ ଖଣ୍ଡ ଖଣ୍ଡ କରି ଭାଙ୍ଗିବା ଏପାଇଁ । ବଡ ମାରବାଲ ଭାଙ୍ଗିବା ସମୟରେ ଛୋଟ ମାରବାଲ ଖଣ୍ଡେ ଖସି ପଡିଲା । ଏହା ପରେ ବଡ ମାରବାଲ ଯେଉଁ ଠାରୁ ବାହାରିଲା ଠିକ ସେହି ଜାଗାରୁ ଛୋଟ ମାରବାଲ ଖଣ୍ଡକ ମଧ୍ୟ ବାହାରିଲା । ବଡ ମାରବଲକୁ ଯିଏ ବିକ୍ରି କରିଥିଲା ଓ କିଣିଥିଲା ସେହି ବ୍ୟକ୍ତି ଛୋଟ ମାରବାଲ କୁ ମଧ୍ୟ ବିକ୍ରି କରିବା ସହ କିଣିଥିଲା ।

ଯେଉଁ ଟ୍ରକ ରେ ବଡ ମାରବାଲ ଆସିଥିଲା ସେହି ଟ୍ରାକରେ ଛୋଟ ମାରବାଲ ଆସିଥିଲା । ଯେଉଁ କାରିଗର ବଡ ମାରବଲକୁ ମୀହାଣ ହାତୁଡି ରେ ଭନଗିଥିଲା ସେହି ଛୋଟ ମାରବାଲ କୁ ମଧ୍ୟ ଭାଙ୍ଗିଥିଲା । କିନ୍ତୁ ବଡ ମାରବାଲା କାହିଁକି ଭଗବାନ ଶିବଙ୍କର ମୂର୍ତ୍ତି ରେ ବ୍ୟବହାର ହେଲା ଓ ଛୋଟ ମାରବାଲ କାହିଁକି ଏଣେତେଣେ ଫୋପାଡି ଦିଆଗଲା । ତେବେ ବଡ ମାରବଲ ରୁ ହିଁ ଛୋଟ ମାରବାଲ ପିସ ଟି ବାହାରି ଥିଲା ।

ତେବେ ଠାର ବ୍ୟବହାର ନ କରାଯାଇ ତାକୁ ଫିଙ୍ଗିବା ଫଳରେ ଲୋକ ମାନେ ତାକୁ ମାଡିକି ଚାଲିବାର କାରଣ କଣ ରହିଛି । ଏହାର କାରଣ ହେଉଛି ଯିଏ ଭାଙ୍ଗିଗଲା ତାକୁ ଲୋକ ମାନେ ପାଦ ରେ ଚଢି ଚାଲି ଯାଇଥାନ୍ତି । ଯିଏ ନ ଭାଙ୍ଗିଥିବ ସେ ଭଗବାନଙ୍କ ଠାରେ ରହିଥାଏ । କହିବାର ଅର୍ଥ ଏହା କି ଯେଉଁ ବ୍ୟକ୍ତି ଦୁଖରେ ଭାଙ୍ଗି ପଡିବ ଲୋକ ମାନେ ତାଙ୍କ ଉପରେ ଚଢିଯିବେ ।

ଆଉ ଯେଉଁ ବ୍ୟକ୍ତି ନ ଭାଙ୍ଗିକି ଭଗବାନଙ୍କ ଶରଣ ରେ ରହିବ ସେ ସର୍ବଦା ଖୁସିରେ ରହିବ । ତେଣୁ ବ୍ୟକ୍ତି ଜୀବନରେ ଯେତେ ଦୁଖ କଷ୍ଟ ଆସିଲେ ମଧ୍ୟ ସବୁ ସ୍ଥିତି ର ସାମନା କରିବା ଉଚିତ । କେବେ ବି କୌଣସି ସ୍ଥିତି ରେ ନ ଭାଙ୍ଗି ପଡି ଏହାକୁ କିପରି ସମାଧାନ କରାଯାଇ ପାରିବ ତାହା ବିଷୟରେ ବ୍ୟକ୍ତି ଚିନ୍ତା କରିବା ଉଚିତ । ଏପରି କରିବା ଦ୍ଵାରା ବ୍ୟକ୍ତି ଜୀବନର ପ୍ରତେକ ଟି କ୍ଷେତ୍ର ରେ ସଫଳତା ପାଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ତି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *