ରାତିରେ ଶୋଇବା ପୂର୍ବରୁ 3 ଥର ଜପନ୍ତୁ ପ୍ରଭୁ ହନୁମାନଙ୍କର ଏହି ମନ୍ତ୍ର, ତା ପରେ ଦେଖନ୍ତୁ ଚମତ୍କାର… ସଚ୍ଚା ହନୁମାନ ଭକ୍ତ ହିଁ ଦେଖନ୍ତୁ

ବନ୍ଧୁଗଣ ଧାର୍ମିକ ଉଦେଶ୍ୟ ଓ ଗ୍ରନ୍ଥରେ ଏମିତି କିଛି ଶକ୍ତି ରହିଛି ଯାହାର ଆମର ସବୁ ଦୁଖ ଦୁର୍ଦ୍ଦଶାର ନିବାରଣ କରିପାରେ । ଏହି କଥାରେ କୌଣସି ମିଥ୍ୟା ନାହି । ମଣିଷ ଯେତେବେଳେ ବିପଦରେ ପଡିଥାଏ ବା ଦୁଖରେ ତାହାଏ ସେହି ସମୟରେ ଶାସ୍ତ୍ରୀୟ ଉପାୟ ଗୁଡିକର ଉପୋଯୋଗ କରିଥାଏ । ଶାସ୍ତ୍ର ଅନୁସାରେ ଉଚିତ ନୀତି ନିୟମ ପାଳନ କରିଲେ ମଣିଷ ଜୀବନରେ ସଫଳତା ଲାଭ କରିବ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଜୀବନରେ ସୁଖ ଶାନ୍ତି ଆସିବ ।

ଆପଣ ମାନେ ହନୁମାନ ଚାଳିଶା ନିଶ୍ଚୟ ଶୁଣିଥିବେ । ଏହାର କିଛି ଗୁପ୍ତ ରହସ୍ୟ ଅଛି ଯାହା ପୁରାଣ ଗ୍ରନ୍ଥରେ ଉଲେଖ କରା ଯାଇଛି । ଆପଣ ମାନେ ପ୍ରଭୁ ହନୁମାନଙ୍କ ପିଲା ଦିନର ଅବତାର ବିଷୟରେ ଜାଣିଥିବେ । ପୁରାଣ କଥା ଅନୁସାରେ ପ୍ରଭୁ ହନୁମାନ ପିଲା ଦିନେ ଭୋକ ଲାଗିବା ସମୟରେ ଦିନେ ଆକାଶରେ ସୂର୍ଯ୍ୟ ଦେବତାଙ୍କୁ ଦେଖି ତାଙ୍କୁ ଫଳ ଭାବି ଖାଇବାକୁ ଯାଇଥିଲେ ।

ତାଙ୍କ ପାଖରେ ଏମିତି ଅଦଭୁତ ଶକ୍ତି ରହିଥିଲା ଯାହା ପାଇଁ ସେ ଆକାଶରେ ଉଡି ଯାଇ ସୂର୍ଯ୍ୟକୁ ଖାଇବାକୁ ଲାଗିଥିଲେ । କିନ୍ତୁ ସେତେବେଳେ ଦେବରାଜ ଇନ୍ଦ୍ର ପ୍ରଭୁ ହନୁମାନକୁ ତାଙ୍କ ଶସ୍ତ୍ର ଦ୍ଵାରା ପ୍ରହାର କରିଥିଲେ । ଯାହା ଦ୍ଵାରା ସେ ମୂର୍ଚ୍ଛିତ ହୋଇ ଯାଇଥିଲେ । ଏହା ପରେ ଯେତେବେଳେ ବାୟୁ ଦେବତା ଏହି କଥା ଜାଣିବାକୁ ପାଇଲେ ସେ ଅତ୍ୟନ୍ତ କ୍ରୋଧିତ ହୋଇ ପଡିଥିଲେ ।

କିନ୍ତୁ ଯେତେବେଳେ ସମସ୍ତ ଦେବତା ମାନେ ବୁଝି ପାରିଲେ ଯେ ପ୍ରଭୁ ହନୁମାନ ମହାଦେବଙ୍କର ଅବତାର ବୋଲି ସେହି ସମୟରେ ସବୁ ଦେବତା ମାନେ ହନୁମାନ ଜିଙ୍କୁ ଅନେକ ଶକ୍ତି ପ୍ରଦାନ କରିଥିଲେ । ହନୁମାନ ଚାଳିସାର ପାଠ ମଙ୍ଗଳବାର ଓ ଶନିବାର ରେ କରିଲେ ଏହା ଅତ୍ୟନ୍ତ ଶୁଭ କାର୍ଯ୍ୟ ବୋଲି କୁହାଯାଏ ।

ହନୁମାନ ଚାଳିଶାରେ ଏମିତି କିଛି ଚଉପାଇ ରହିଛି ଯାହା ପଢିବା ଦ୍ଵାରା ଆପଣଙ୍କର ଜୀବନରେ ସବୁ ଦୁଖ କଷ୍ଟ ଦୂର ହୋଇଯିବ । ପ୍ରଥମ ଚଉପାଇଟି ହେଉଛି ଭୁତ ପିଶାଚ ନିକଟ ନହିଁ ଆୱେ ମହାବୀର ଜବ ନାମ ସୁନାୱେ । ଏହି ମନ୍ତ୍ର ଜପ କରିବା ଦ୍ଵାରା ମନରେ ଥିବା ଭୟ ଦୂର ହୋଇଥାଏ । ଆପଣଙ୍କୁ ସବୁ ଦୁଖ କଷ୍ଟରୁ ମୁକ୍ତି ମିଳିବ ।

ଦିତୀୟ ଚଉପାଇଟି ହେଉଛି ନାସେଇ ରୋଗ ହରେ ସବ ପିରା ଜପତ ନିରନ୍ତର ହନୁମତ ବୀରା । ଏହାର ଅର୍ଥ ହେଉଛି ଯଦି କୌଣସି ବ୍ୟକ୍ତି ଦୀର୍ଘ ଦିନରୁ ରୋଗାଗ୍ରସ୍ତ ଅଛନ୍ତି ତେବେ ସେଥିରୁ ମୁକ୍ତି ପାଇବା ପାଇଁ ଏହି ମନ୍ତ୍ର ଜପ କରିବା ଉଚିତ । ଏହା ଦ୍ଵାରା ସବୁ ରୋଗରୁ ଉପସମ ମିଳିବ ।

ଏହାକୁ ପ୍ରତି ଦିନ ରାତିରେ ଶୋଇବା ସମୟରେ ୩ ଥର ଜପ କରିଲେ ଭଗବାନ ହନୁମାନଙ୍କ କୃପା ଲାଭ ପ୍ରାପ୍ତ ହୋଇଥାଏ । ଏହା ସହ ଦୁଖ କଷ୍ଟରୁ ମଧ୍ୟ ଆପଣ ମାନେ ମୁକ୍ତି ପାଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *