ଏହି ଲଡୁ ଦିନକୁ 1 ଲେଖା ଖାଇବା ଦ୍ଵାରା ଜଏଣ୍ଟ ପେନ, ଶରୀରରେ କମଜୋରି ହେବ ମୂଳରୁ ଶେଷ, ଯିଏ ଚାଲି ପାରୁନି ଦୌଡିବାକୁ ଲାଗିବ (Healthy Tips)

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଲଡୁ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଥନଦା ଆଦି ସମୟ ଦୂର ହେବା ସହ ଆଖିର ରୋଷନୀରେ ଥିବା ସମସ୍ଯା ଦୂର ହେବ । ଏହା ସହ ଶରୀରରେ କମଜୋରି ଥିଲେ ବା ଅଳସୁଆ ପଣ ଥିଲେ ଏହି ଲଡୁ ଖାଇଲେ ଦୂର ହେବ । ସ୍କିନ ସହ ଜଡିତ ସବୁ ସମସ୍ଯା ଦୂର ହେବା ସହ ଶରୀର ଫୁର୍ତ୍ତି ରହିବ । ଏହି ଲଡୁ ତିଆରି କରିବା ପାଇଁ ୧୦୦ ଗ୍ରାମ ଗ୍ରୀନ ମୁଗ, ରାଗି/ମଣ୍ଡିଆ ଅଟା ବା ମଡୱା ଅଟା ଯାହାକୁ ଇଂରାଜୀରେ ଫିଙ୍ଗର ମିଲେଟ କୁହାଯାଏ ।

ଏହା ପରେ ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି ୧୦୦ ଗ୍ରାମ ଗହମ ଅଟା, ଦେଶୀ ଘିଅ, ୫୦ଗ୍ରାମ ଗୁଡ, ଏକ ଚାମଚ ସୁଣ୍ଠି ପାଉଡର ଓ କିଛି ଡ୍ରାଏ ଫୃଟ୍ସ । ଏହା ପରେ ଗ୍ରୀନ ମୁଗକୁ ବିନା ତେଲରେ ଭଲ ଭାବେ ଭାଜି ଦିଅନ୍ତୁ । ଗ୍ରୀନ ମୁଗ ଖାଇବା ଦ୍ଵାରା ବ୍ଲଡ଼ ପ୍ରେସର, କେଶ ସମସ୍ଯା ଆଦି ଦୂର ହୋଇଥାଏ । ଏହା ଛଡା ଏହି ଲଡୁକୁ ପ୍ରେଗନେଣ୍ଟ ମହିଳା ମାନେ ଖାଇ ପାରିବେ ।

ଏହା ପରେ ମୁଗ ଭଲ ଭାବେ ଭାଜି ହେଲା ପରେ ଏହାକୁ ଅନ୍ୟ ଏକ ପାତ୍ରରେ ବାହାର କରି ଦିଅନ୍ତୁ । ଏହା ପରେ ଗହମ ଅଟାକୁ ଭଲ ଭାବେ ଭାଜି ଦିଅନ୍ତୁ । ଏହା ପରେ ଅଟାରେ ଏକ ଚାମଚ ସୁଣ୍ଠି ପାଉଡର ପକାନ୍ତୁ । ଭଲ ଭାବେ ଭାଜି ହେବା ପରେ ଗହମ ଅଟାକୁ ଅନ୍ୟ ଏକ ପାତ୍ରରେ ବାହାର କରନ୍ତୁ । ଏହା ପରେ ଘିଅ ସହ ମାଣ୍ଡିଆ ଅଟାକୁ ଭଲ ଭାବେ ଭାଜି ଦିଅନ୍ତୁ ।

ରାଗି/ମଣ୍ଡିଆ ଅଟାରେ ବହୁତ କ୍ୟାଲସିୟମ ରହି ଥିବାରୁ ଏହାକୁ ୬ମାସର ପିଲାଙ୍କୁ ହାଲବା କରି ଦିଆଯାଏ । ରାଗି/ମଣ୍ଡିଆ ଅଟା ଭଲ ଭାବେ ଫ୍ରାଏ ହେବା ପରେ ଡ୍ରାଏ ଫୃଟ୍ସକୁ ଅଳ୍ପ ଘିଅରେ ଭାଜି ଦିଅନ୍ତୁ । ଏହା ପରେ ଭଜା ଯାଇଥିବା ଗ୍ରୀନ ମୁଗକୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ । ଏହା ପରେ ରାଗି/ମଣ୍ଡିଆ ଅଟା ସହ ଗ୍ରୀନ ମୁଗ ଗୁଣ୍ଡକୁ ଭଲ ଭାବେ ମିକ୍ସ କରନ୍ତୁ । ଏଥିରେ ଭଜା ଯାଇଥିବା ଡ୍ରାଏ ଫୃଟ୍ସକୁ ମିଶାନ୍ତୁ ।

ଅନ୍ୟ ଏକ ପାତ୍ରରେ ପାଣି ରେ ଗୁଡ ପକାଇ ଏହାର ଚାସନି ପ୍ରସ୍ତୁତ କରନ୍ତୁ । ଏହା ପରେ ଗୁଡ ଭଲ ଭାବେ ମିଳାଇ ଗଲେ ଏହାକୁ ଛାଣି ରଖନ୍ତୁ । ଏହା ପରେ ଗୁଡ ଚାସନୀ ଭଲ ଭାବେ ହୋଇଗଲେ ଏହାକୁ ଅଟା ସହ ମିକ୍ସ କରନ୍ତୁ । ଏହା ପରେ ଏହାକୁ ଭଲ ଭାବେ ମିକ୍ସ କରି ଏହାର ଛୋଟ ଛୋଟ ଲଡୁ ତିଆରି କରନ୍ତୁ ।

ଏହି ଲଡୁକୁ ୧୫ ଦିନ ଯାଏଁ ବାହାରେ ରଖି ପାରିବେ । ଏହା ଛଡା ଫ୍ରିଜରେ ରଖି ମଧ୍ୟ ଏହାକୁ ଖାଇ ପାରିବେ । ଏହି ଲଡୁକୁ ବଡ ଠାରୁ ଆରମ୍ଭ କରି ସମସ୍ତେ ଖାଇ ପାରିବେ । ପିଲାମାନେ ଗୋଟିଏ ଲଡୁ ସହ କ୍ଷୀର ପିଇଲେ ଶରୀରରେ ତାକତ ଆସିଥାଏ । ଏହି ଲଡୁ ଖାଇବା ଦ୍ଵାରା ଜାଏଣ୍ଟ ପେନ, ଶରୀରରେ ତାକତ ଆସିବା ବା ଅନ୍ୟ କୌଣସି ଯନ୍ତ୍ରଣା ଅନୁଭବ ହେଉଥିଲେ ତାହା ଦୂର ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *