CBSE ପରୀକ୍ଷାରେ ଟପ୍ପର ହୋଇ ଓଡିଶା ପାଇଁ ଗର୍ବ ଆଣିଲେ ଅମ୍ରିତା, ଜାଣନ୍ତୁ ତାଙ୍କ ସଫଳତା ପଛର କାହାଣୀ 

ନମସ୍କାର ବନ୍ଧୁଗଣ । ଚଳିତ ବର୍ଷ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ ସୂଚନା ଅନୁସାରେ ଓଡିଆ ଝିଅ ଅମ୍ରିତା ବେହୁରା ସିବିଏସଇ ପରୀକ୍ଷାରେ ୫୦୦ ନମ୍ବର ରୁ ୪୯୯ ନମ୍ବର ରଖି ପୁରା ଓଡିଶାରେ ଟପ ହୋଇଛନ୍ତି । ଅମୃତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ଓଲାଭର ବାରୁଣା ଗାଁ ରେ ।

ତାଙ୍କ ପିତାଙ୍କ ନାଁ ହେଉଛି ଅମିୟ ବେହୁରା ଯିଏ କି ଆଇଓସିଏଲ ରେ ଜେନେରାଲ ମ୍ୟାନେଜର ଭାବେ କାମ କରୁଛନ୍ତି । ଅମୃତା ଙ୍କ ମାଙ୍କ ନାଁ ହେଉଛି ମିତାରାଣୀ ଯିଏ କି ନବୋଦୟ ସ୍କୁଲ ସମିତିର ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରନ୍ତି । ଅମ୍ରିତାଙ୍କ ପରିବାର ନୋଏଡ଼ା ରେ ରହୁଥିବାରୁ ସେ ନୋଏଡ଼ା ସେକ୍ଟର ୨୭ ସ୍ଥିତ କେମ୍ବ୍ରିଜ ସ୍କୁଲରେ ପାଠ ପଢନ୍ତି । ଚଳିତ ବର୍ଷ ଅମ୍ରିତା ସିବିଏସଇ ପରୀକ୍ଷା ଆରେ ଭଲ ମାର୍କ ରଖିବା ସହ ଟପର ମଧ୍ୟ ହୋଇଛନ୍ତି । ସେ ତାଙ୍କ ଜୀବନରେ ଅର୍ଥନୀତିଜ୍ଞ ହେବେ ବୋଲି ଲକ୍ଷ ରଖିଛନ୍ତି । ସୂଚନା ଅନୁସାରେ ଅମ୍ରିତା ପାଠ ପଢିବା ସହ ସାମାଜିକ କାର୍ଯ୍ୟ ରେ ମଧ୍ୟ ସାମିଲ ହୋଇଥାନ୍ତି ।

ସେ ଯେଉଁ ସ୍କୁଲ ରେ ପାଠ ପଢୁଥିଲେ ସେଠାରେ ବୟାନ ନାଁ ରେ ଏକ କ୍ଲବ ଗଠନ କରିଛନ୍ତି । ଏହି କ୍ଳବର ଛାତ୍ରଛାତ୍ରୀ ମାନେ ଗରିବ ଓ ଦୁଖୀ ଲୋକଙ୍କୁ ସାହାଜ୍ଯ କରିବା କାମରେ ନିଯୋଜିତ ହୋଇଛନ୍ତି । ଅସହାୟ ଲୋକଙ୍କୁ ସାହାଜ୍ଯ ହାତ ବଢାଇଛନ୍ତି ଅମ୍ରିତାଙ୍କର ଦ୍ଵାରା ଗଠନ କରା ଯାଇଥିବା ବୟାନ କ୍ଲବ । ବର୍ତ୍ତମାନ ପୁରା ଦେଶରେ କୋରୋନା ମହାମାରି ସମୟରେ ଅନେକ ଲୋକ ମାନେ ସମସ୍ୟାର ସମୁଖିନ୍ନ ହେଉଛନ୍ତି ।

ତେଣୁ ଏହି ବିପତ୍ତି ସମୟରେ ଅମ୍ରିତା ଙ୍କ ବୟାନ କ୍ଲବ ର ସ୍ଵେଚ୍ଛା ସେବି ଛାତ୍ରଛାତ୍ରୀ ମାନେ ଗରିବ ଓ ଅସହାୟ ଲୋକଙ୍କୁ ସାହାଜ୍ଯ ର ହାତ ବଢାଇଛନ୍ତି ଯାହା ଏକ ଭଲ କାମ ଅଟେ । ଯେଉଁ ଲୋକ ମାନଙ୍କୁ ସାହାଜ୍ଯ ଦରକାର ରହିଛି ସେମାନଙ୍କୁ ସାହାଜ୍ୟ କରିବା ସହ ଅମୃତା ଙ୍କ ବୟାନ କ୍ଲବ କୋରୋନା ରୋଗୀ ମାନଙ୍କୁ ମଧ୍ୟ ସାହାଜ୍ଯ କରୁଛନ୍ତି ।

ବାସ୍ତବରେ ଅମୃତା ଙ୍କର ଏଭଳି କାମ ପାଇଁ ସେ ପ୍ରଶଂସାର ଯୋଗ୍ୟ ଅଟନ୍ତି । ସୂଚନା ଅନୁସାରେ ସିବିଏସଇ ପରୀକ୍ଷାରେ ଟପର ହୋଇଥିବା ଅମ୍ରିତା ବେହୁରା ଙ୍କୁ ତାଙ୍କ ଜୀବନର ସଫଳତା ବିଷୟରେ ଯେତେବେଳେ ପଚରା ଯାଇଥିଲା ସେହି ସମୟରେ ସେ ଉତ୍ତର ରେ କହିଥିଲେ ଯେ ଜଗତର ନାଥ ଜଗନ୍ନାଥଙ୍କ ଆଶୀର୍ବାଦ ରୁ ଆଜି ସେ ସଫଳ ହୋଇ ପାରିଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଆର୍ଟିକଲଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *