ଚାହୁଁ ଚାହୁଁ ଚାଲିଗଲେ ଗୋଟିଏ ପରିବାରର 3 ଜଣ, ବାପା, ମା’ ଓ କୁନି ଝିଅ… କିଛି ବୁଝିପାରୁନି ୫ବର୍ଷର ପୁଅ

ଜଗସିଂହପୁର ଏକ ଗାଁରେ ପୁରା ଗାଁ ବାସିନ୍ଦାଙ୍କ ଆଖିରେ କେବଳ ଲୁହ ଦେଖିବାକୁ ମିଳୁଛି । କହିବାକୁ ଗଲେ ଗୁରୁବାର ଦିନ ଏହି ଗାଁର ଏକ ପରିବାରରେ ଯାହା ଘଟିଲା ତାହା ଶୁଣିବା ପରେ ଆପଣଙ୍କ ଆଖିରୁ ବି ଲୁହ ଚାଲି ଆସିବ । ବଣିତ ଗାଁର ୪୦ ବର୍ଷୀୟ ପିଣ୍ଟୁ ସ୍ଵାଇଁ, ତାଙ୍କର ୩୫ ବର୍ଷୀୟ ପତ୍ନୀ କାମିନୀ ସ୍ଵାଇଁ ଓ ୧୩ ବର୍ଷର ଝିଅ ପାପଲୀ ସ୍ଵାଇଁଙ୍କ ଅ-କା-ଳ ବି-ୟୋ-ଗ-ରେ ଆଜି ପୁରା ଗାଁରେ ଶୋ-କ-ର ଲହରୀ ଖେଳି ଯାଇଛି ।

ପରିବାରର ଏହି ତିନି ଜଣ ସଦସ୍ୟ ଜଣକ ପରେ ଜଣେ ବିଦ୍ୟୁତ ତାରର ସଂସ୍ପର୍ଶରେ ଆସି ନିଜର ଜୀବନ ହା-ରି ଦେଲେ । ଏମାନଙ୍କର ଚାଳ ଛପର ଘର । ପିଣ୍ଟୁ, ତାଙ୍କର ସ୍ତ୍ରୀ ଓ ଝିଅ ଘରେ ଥିବା ସମୟରେ ଅଚାନକ କେମିତି କେଜାଣି ବିଦ୍ୟୁତ ତାର ସହ ଲାଗି ଗଲେ ଓ ତାଙ୍କର ପୁରା ଘର ଚାର୍ଜ ହୋଇଗଲା ।

ଘରୁ କେବଳ ଏକ ଚି-ତ୍କା-ର ଶବ୍ଦ ଶୁଣିବାକୁ ମିଳିଲା ଓ ସମସ୍ତେ ଚୁପ ହୋଇଗଲେ । କିଏ ପ୍ରଥମେ ବିଦ୍ୟୁତ ତାରର ସଂସ୍ପର୍ଶରେ ଆସିଲା ଓ କିଏ କାହାକୁ ବଞ୍ଚାଇବାକୁ ଗଲା ଏହା ବିଷୟରେ କେହି ବି କିଛି ଜାଣି ନାହାନ୍ତି । ଚି-ତ୍କା-ର ଶୁଣିବା ପରେ ତାଙ୍କର ଘର ପାଖରେ ରହୁଥିବା କୁମାର ବର ସ୍ଵାଇଁ ସେମାନଙ୍କୁ ବଞ୍ଚାଇବା ପାଇଁ ଘର ଭିତରକୁ ପଶି ଗଲେ ଓ ତାରକୁ ଅଲଗା କରୁଥିବା ସମୟରେ ସେ ବି ଆ-ଘା-ତ ପାଇଲେ । ତାଙ୍କର ବାମ ହାତର ଆଙ୍ଗୁଠି ବି ଜ-ଳି ଯାଇଛି ।

ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳେ କଚାଡି ହୋଇ ପଡିଛନ୍ତି । ଗ୍ରାମବାସୀମାନେ ୩ ଜଣଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇ ଥିଲେ । ସେଠି ଡାକ୍ତର ପିଣ୍ଟୁ ସ୍ଵାଇଁ, ତାଙ୍କର ପତ୍ନୀ ଓ ଝିଅକୁ ମୃ-ତ ଘୋଷିତ କରିଲେ । କହିବାକୁ ଗଲେ କିଛି ସମୟ ମଧ୍ୟରେ ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ ଚାଲି ଗଲା । ଏହି ସମୟରେ ଭାଗ୍ୟର ଖେଳ ଦେଖନ୍ତୁ ପିଣ୍ଟୁ ସ୍ଵାଇଁଙ୍କ ୫ ବର୍ଷର ପୁଅ ବାହାରେ ଖେଳୁ ଥିବାରୁ ବଞ୍ଚି ଗଲା ।

ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତରାୟ ଘଟଣା ବିଷୟରେ ଜାଣିବା ପରେ ସେହି ଗାଁକୁ ଯାଇ ମୃ-ତ-କ-ର ପରିବାରକୁ ସାନ୍ତ୍ଵନା ଦେଲେ । ୫ ବର୍ଷର ପୁଅକୁ ପୋଷ୍ୟ ପୁତ୍ର ରୂପରେ ଗ୍ରହଣ ବି କରି ନେଲେ । ପରିବାରକୁ ସାହାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଏହିଭଳି ଦୁଃଖଦ ସମୟରେ ସେ ପରିବାର ସହ ଛିଡା ମଧ୍ୟ ହୋଇଛନ୍ତି । ଏହି ୫ ବର୍ଷର ପୁଅ ସାଇ ବର୍ତ୍ତମାନ ପର୍ଯ୍ୟନ୍ତ ବି ବୁଝି ପାରୁ ନାହିଁ କି ତାର ବାପା, ମା ଓ ବଡ ଭଉଣୀ ଆଉ ଏହି ଦୁନିଆରେ ନାହାନ୍ତି ।

Leave a Reply

Your email address will not be published. Required fields are marked *