IAS ଅଫିସରଙ୍କ ଫିଲ୍ମ ଷ୍ଟାଇଲ, ଛଦ୍ମ ବେଶରେ ଆସିଲେ, ରେଡ୍ ହ୍ୟାଣ୍ଡରେ ଠକକୁ ଧରିଲେ, ପୁରା Video ଦେଖିଲେ ଆପଣ ବି କହିବେ ସାବାସ !

ନମସ୍କାର ବନ୍ଧୁଗଣ । ଠକ ଓ ଦୁର୍ନୀତି ସାର ବ୍ୟବସାୟୀ ଙ୍କୁ ଧରିବା ପାଇଁ ଇଉପିଏ-ଜିଲ୍ଲାପାଳ ଆପଣେଇଲେ ଏକ ଅଭିନବ ଉପାୟ । ଉପ-ଜିଲ୍ଲାପାଳ ବେଶ ବଦଳାଇ ଦୋକାନ ଯାଇ ଠକ ବ୍ୟବସାୟୀ ଙ୍କୁ ରେଡ ହ୍ୟାଣ୍ଡ ଧରିଲେ । ଏହି ଘଟଣା ଟି ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ହୋଇଛି ଏଭଳି ଏକ ବିରଳ ଘଟଣା ।

ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ରେ ଉପ-ଜିଲ୍ଲାପାଳ ଠକ ବ୍ୟବସାୟୀ କୁ ଧରିବା ପାଇଁ ଦୋକାନରେ ପହଞ୍ଚିଛନ୍ତି । ସାର ଦୋକାନୀ ମାନେ ଚାଷୀ ମାନଙ୍କୁ ଠକୁଥିବାର ଖବର ପ୍ରଚାର ହେବା ପରେ ଉପ-ଜିଲ୍ଲାପାଳ ସୂର୍ଯ୍ୟ ପ୍ରବୀଣ ଚାନ୍ଦ ଛଦ୍ମ ବେଶରେ ଯାଇଥିଲେ ।

ଜିଲ୍ଲାପାଳ ଦୋକାନ ରେ ପହଞ୍ଚିବା ପରେ ସାର ର ମୂଲ୍ୟ କେତେ ପଚାରିଥିଲେ । ଦୋକାନୀ ତାଙ୍କୁ ସାଧାରଣ ଚାଷୀ ଭାବି ସାର ମୂଲ୍ୟ ଯେତିକି ତା ଠାରୁ ଅଧିକ ଦର କହିଥିଲା । ଯେଉଁଠି ୟୁରିୟା ସାର ର ଦାମ ୨୬୬ ଟଙ୍କା ୫୦ ପଇସା ଥିଲା ସେଠାରେ ସାର ଦୋକାନୀ ଲୋକଙ୍କୁ ୨୮୦ ଟଙ୍କାରେ ବିକ୍ରି କରୁଥିଲା ।

କେବଳ ଏତିକି ନୁହେଁ ବରଂ ଦୋକାନୀ ମାନେ ଚାଷୀ ର ଆଧାର କାର୍ଡ ର ସଂପୂର୍ଣ୍ଣ ବିବରଣୀ ମଧ୍ୟ ରଖୁଥିଲେ । ମାର୍କେଟରେ ସାର ର ଅଭାବ ଥିବା ବେଳେ ଦୋକାନୀ ମାନେ ଦୋକାନରେ ସାରା ମହଯୁତ କରି ରଖି ଚାଷୀ ଙ୍କୁ ଠକୁଥିଲେ ।

ଯେତେବେଳେ ସାର ର ଅଭାବ ହେଉଥିଲା ସେହି ସମୟରେ ସାର ଦୋକାନୀ ଉଚ୍ଛା ଦରରେ ସାର ବିକ୍ରୟ କରୁଥିଲେ । ସାର ଦୁର୍ନୀତି ଘଟଣା ଯାଞ୍ଚ ହେବା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଜୟୱାଡାର ଜିଲ୍ଲାପାଳ ଆଏସ ସୂର୍ଯ୍ୟ ପ୍ରବୀଣ ଚାନ୍ଦ ।

ସେ ସାର ବିକ୍ରି ରେ ହେରା ଫେରୀ କରୁଥିବା ଦୁଇ ଟି ଦୋକାନକୁ ଶିଚ କରିଛନ୍ତି । ବାସ୍ତବ ରେ ଉପ-ଜିଲ୍ଲାପାଳ ଙ୍କର ଏଭଳି କାମ ପାଇଁ ସେ ପ୍ରଶଂସାର ପାତ୍ର ଅଟନ୍ତି । ତାଙ୍କର ଏହି କାମ ପାଇଁ ପୁରା ଦେଶବାସୀ ତାଙ୍କୁ ଧନ୍ୟବାଦ ଦେବା ଉଚିତ । କାରଣ ଯେଉଁ କାମ ପୋଲିସ ର ଥିଲା ତାହା ଉପ-ଜିଲାପାଳ କରି ଦେଖାଇଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *