ଚାଲୁଥିବା Train ତଳକୁ ଖସିଗଲେ ମହିଳା, କିନ୍ତୁ ଟିକେ ଟିକେ ରେ ଏମିତି ବଞ୍ଚିଲା ଜୀବନ… ଦେଖନ୍ତୁ Video

ଆପଣମାନେ ବହୁତ ଟ୍ରେନ ଦୁର୍ଘଟଣା ଦେଖିଥିବେ, କେତେକ ଦୁର୍ଘଟଣା ଆପଣ ସ୍ଵ ଚକ୍ଷୁରେ ଦେଖିଥିବେ ତ ଅନ୍ୟ କେତେକ ଦୁର୍ଘଟଣା ଆପଣ ସିସିଟିଭି ଫୁଟେଜରେ ଦେଖିଥିବେ । ଯେଉଁଥିରେ କେତେକ ଯାତ୍ରୀ ଅଜଣତାରେ ଟ୍ରେନ ତଳକୁ ଖସି ଯାଆନ୍ତି । ଏମିତିରେ ବେଳେ ବେଳେ ସେମାନଙ୍କ ଜୀବନ ବଞ୍ଚି ଯାଏ ତ ଅନ୍ୟ କେତେକ କ୍ଷେତ୍ରରେ ଜୀବନ ମଧ୍ୟ ଚାଲିଯାଏ । କିନ୍ତୁ ପ୍ରାୟତଃ ଦେଖା ଯାଇଛି ଏହିଭଳି ଦୁର୍ଘଟଣାରେ ଯାତ୍ରୀର ଜୀବନ ଅଳ୍ପକେ ବଞ୍ଚି ଯାଏ ।

ଯାହାକି ସମସ୍ତଙ୍କୁ ଆଶ୍ଵସ୍ତି ଦେଇଥାଏ । କିନ୍ତୁ ଏହା ସତ୍ବେ କିଛି ଲୋକମାନେ ଏହିଭଳି ଦୁର୍ଘଟଣା ବିଷୟରେ ଜାଣି ମଧ୍ୟ ଟ୍ରେନ ଚାଲୁଥିବା ସମୟରେ ଓଲହାଇବା କିମ୍ବା ଉଠିବା ଇତ୍ୟାଦି ଭୟଙ୍କର ପୂର୍ଣ କାମ କରିଥାନ୍ତି ।

ଯାହାକି ଭୁଲ ଅଟେ ଓ ଏହିଭଳି କାମ କରୁଥିବା ସମୟରେ ହିଁ ଏହିଭଳି କିଛି ଦୁର୍ଘଟଣା ଘଟିଥାଏ । ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ ଏହିଭଳି ଏକ ଘଟଣାର ସିସିଟିଭି ଫୁଟେଜ ଆଣିଛୁ । ଯେଉଁଥିରେ ମହିଳା ଜଣକ ଟ୍ରେନ ତଳକୁ ଖସି ଯାଉଛନ୍ତି । ଏହା ପରେ କଣ ହେଲା ଚାଳନ୍ତୁ ଜାଣିବା । ବର୍ତ୍ତମାନ ସମୟରେ ପ୍ରତ୍ୟକ ଷ୍ଟେସନରେ ସିସିଟିଭି କ୍ୟାମେରା ଲାଗିସାରିଛି । ଷ୍ଟେସନରେ ହେଉଥିବା ସମସ୍ତ ଗତିବିଧି ଏହି ସିସିଟିଭିରେ କଏଦ ହୋଇଯାଏ ।

ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଭୋପାଳ ରେଳ ଷ୍ଟେସନର ଅଟେ । ଯେଉଁଠି ଗୋଟିଏ ମହିଳା ତାଙ୍କ ସ୍ଵାମୀ ଓ ଛୋଟ ଶିଶୁକୁ କୋଳରେ ଧରି ଷ୍ଟେସନ ଭିତରକୁ ପ୍ରବେଶ କରିଲେ । ସେ ଯେଉଁ ଟ୍ରେନରେ ବସିବାରେ ଥିଲେ ସେହି ଟ୍ରେନଟି ଷ୍ଟେସନରୁ ଛାଡୁ ଥିଲା । କିନ୍ତୁ ଟ୍ରେନ ଟି ଅଧିକ ସ୍ପୀଡରେ ନ ଥିଲା । ମହିଳାର ସ୍ଵାମୀ ଟ୍ରେନରେ ବ୍ୟାଗ ଗୁଡିକ ଉଠାଇ ଦେଲେ । ଏହା ପରେ ବ୍ୟକ୍ତି ଜଣକ ନିଜ ପୁଅକୁ ନେଇ ଟ୍ରେନର ଗୋଟିଏ ଗେଟର ପ୍ରଥମ ଡୋରରେ ଉଠିଗଲେ ।

କିନ୍ତୁ ଟ୍ରେନଟି ଗତିଶୀଳ ଅବସ୍ଥାରେ ଥିବାରୁ ମହିଳା ଜଣକ ଟ୍ରେନ ଉପରେ ଚଢି ପାରିଲେ ନାହିଁ । ସେଥିପାଇଁ ସେ ସେହି ଡବାର ଶେଷ ଗେଟରେ ଉଠିବା ପାଇଁ ଚେଷ୍ଟା କରିଲେ । ସେହି ସମୟରେ ଅଚାନକ ତାଙ୍କ ଗୋଡ ଖସି ଯିବାରୁ ସେ ସେଠି ପଡିଗଲେ ।

କିନ୍ତୁ ଭାଗ୍ୟ ବଶତଃ ତାଙ୍କ ନିକଟରେ ଜଣେ ଯୁବକ ଓ ଯୁବତୀ ଛିଡା ହୋଇଥିଲେ । ଯିଏକି ସଙ୍ଗେ ସଙ୍ଗେ ତାଙ୍କୁ ଟ୍ରେନରୁ ଦୂରକୁ ଟାଣି ଆଣିଲେ । ଯେଉଁ କାରଣରୁ ତାଙ୍କର ଜୀବନ ବଞ୍ଚି ଗଲା । ଏହା ପରେ ସେହି ସ୍ଥାନରେ ଭିଡ ଜମି ଗଲା । ପୋଲିସ ବି ସଙ୍ଗେ ସଙ୍ଗେ ପହଞ୍ଚି ସେହିଯାତ୍ରୀର ସାହାର୍ଯ୍ୟ କରିଲେ ।

Leave a Reply

Your email address will not be published. Required fields are marked *